www.samajalive.in
Saturday, December 6, 2025
15.1 C
Bhubaneswar

ବିପଦ ସଙ୍କୁଳ ଅବସ୍ଥାରେ ବ୍ୟାଙ୍କ, ଛାତରୁ ଖସୁଛି ସିମେଣ୍ଟ ଖଣ୍ଡ

ମୋହନା : ଗଜପତି ଜିଲ୍ଲା ମୋହନା ବ୍ଲକର ଆଲିଗଣ୍ଡା ଗ୍ରାମରେ ଥିବା ପଞ୍ଜାବ ନ୍ୟାସନାଲ ବେଙ୍କ ଉପରେ ନିର୍ଭୟ କରନ୍ତି ପ୍ରାୟ ୨୦ରୁ ଉର୍ଦ୍ଧ୍ଵ ଗ୍ରାମବାସୀ । କିନ୍ତୁ ଅନେକ ସମୟରେ ଏଠାରେ ଲିଙ୍କ ଫେଲ ରହୁଥିବା ବେଳେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଠାକାର ପୁରୁଣା କୋଠାରେ ବ୍ୟାଙ୍କଟି ଚାଲୁଥିବାରୁ ବର୍ଷା ଦିନେ ଛାତ ଉପରୁ ପାଣି ଝରି ଅନେକ କାଗଜ ପତ୍ର ନଷ୍ଟ ହେବା ସହ ଲୋକେ ଟଙ୍କା ନେଣ ଦେଣ ସମୟରେ  ସମସ୍ୟା ଭୋଗୁଛନ୍ତି । ଏପରିକି ବିପଦ ସଙ୍କୁଳ ଅବସ୍ଥାରେ ଗତି କରୁଛି ଏହି ବ୍ୟାଙ୍କ। ଏବେ ଛାତରୁ ଖସୁଛି ସିମେଣ୍ଟ ଖଣ୍ଡ । ଛାତ ଉପରୁ ସିମେଣ୍ଟ ଖଣ୍ଡ ଖସି ଗ୍ରାହକଙ୍କ ଜୀବନ ପ୍ରତି ବିପଦ ଦେଖା ଦେଖା ଦେଇଛି।  ଏହି ସମସ୍ୟାର ସମାଧାନ ପ୍ରତି ବ୍ୟାଙ୍କ ପ୍ରଶାସନ ଏବଂ ଜିଲ୍ଲା ପ୍ରଶାସନ ଦୃଷ୍ଟି ଆକର୍ଷଣ କରି ବ୍ୟାଙ୍କର ଘର ତୁରନ୍ତ ମରାମତି କରିବା ପାଇଁ ଅଞ୍ଚଳର ବ୍ୟାଙ୍କ ଗ୍ରାହକମାନେ ଦାବୀ କରିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories