www.samajalive.in
Saturday, December 6, 2025
14.1 C
Bhubaneswar

ସାହିତ୍ୟ ପତ୍ରିକା ‘ବୋଉ’ ଉନ୍ମୋଚିତ

ଭୁବନେଶ୍ୱର : ସ୍ଥାନୀୟ ଜନକଲ୍ୟାଣ ଭବନଠାରେ ସାହିତ୍ୟ ପତ୍ରିକା ‘ବୋଉ’ର ଶୁଭ ଉନ୍ମୋଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅଧ୍ୟକ୍ଷ ବନମାଳୀ ସାମନ୍ତରାଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ରଣଭୂଇଁର ସମ୍ପାଦକ ବ୍ରଜବନ୍ଧୁ ପରିଡ଼ା, ସମ୍ମାନିତ ଅତିଥି ଭାବେ ନାରାୟଣ ସେବା ଫାଉଣ୍ଡେସନର ସମ୍ପାଦିକ, ସମାଜସେବୀକା ସମିତା ମହାରଣା, ପୂଜ୍ୟପୂଜା ଅଭିଯାନର ମୁଖପାତ୍ର ଅରବିନ୍ଦ ତ୍ରିପାଠୀ, ବୋଉର ସମ୍ପାଦକ ସଞ୍ଜୟ କୁମାର ଚୌଧୁରୀ ମତବ୍ୟକ୍ତ କରି କହିଥିଲେ ଯେ, ମାଆ, ମାଟି, ମାତୃଭାଷା ପ୍ରତି ସମସ୍ତେ ଆଗେଇ ଆସିବା ସହ ନିଜ ନିଜର ଯୋଗଦାନ ସମାଜର ଭଲ ପାଇଁ ଦିଅନ୍ତୁ। ବର୍ତ୍ତମାନ ଆମ ସୀମା ସୁରକ୍ଷା ସହିତ ସାହିତ୍ୟର ବିକାଶ ପ୍ରତି ପ୍ରୟାସ ଜାରି ରଖନ୍ତୁ।

 

- Advertisement -

ସାହିତ୍ୟ ବର୍ତ୍ତମାନ କଣ୍ଟକିତ ପଥ ଦେଇ ଅତିକ୍ରମ କରୁଛି, ସମାଜରେ ଏକ ବୈପ୍ଲବିକ ପରିବର୍ତ୍ତନ ଆଣିବାକୁ ଅତିଥିମାନେ ମତ ରଖିଥିଲେ।ଏହି ଅବସରରେ ସାରସ୍ୱତ ପ୍ରତିଭା ବାଣୀ ମିଶ୍ର, କବି ସନ୍ତୋଷ କୁମାର ମେହେର, ସସ୍ମିତା ମହାପାତ୍ର, ଡଃ ପୂର୍ଣ୍ଣଚନ୍ଦ୍ର ଓଝା, ଧୀରେନ୍ଦ୍ର ସିଂଦେଓଙ୍କୁ ଉତ୍ତରୀୟ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମକୁ ସତ୍ୟବ୍ରତ ଜେନା ପରି•ଳନା କରିଥିବା ବେଳେ ଧନ୍ୟବାଦ ଅର୍ପଣ କରିଥିଲେ ଲଳିତା ସାହୁ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories