www.samajalive.in
Saturday, December 6, 2025
17.1 C
Bhubaneswar

ବୈତରଣୀରେ ସମ୍ଭାବ୍ୟ ବନ୍ୟାକୁ ନେଇ ନଦୀକୂଳିଆ ଭୟଭୀତ

ଆରଡି: ଲଘୁଚାପ ଜନିତ ଲଗାଣ ବର୍ଷାରେ ଉପରମୁଣ୍ଡରେ ବଢିବାରେ ଲାଗିଛି ବୈତରଣୀ ନଦୀର ଜଳସ୍ତର। ତଳମୁଣ୍ଡରେ ଅର୍ଥାତ ଆରଡି, ସୁନ୍ଦରପୁର, ନାନ୍ଦପୁର, ଓଳଗ ଆଦି ପଞ୍ଚାୟତରେ ସାମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ନେଇ ଭୟଭୀତ ହୋଇପଡିଛନ୍ତି ନଦୀକୂଳିଆ ବାସୀନ୍ଦା। ବିଶେଷ କରି ବୈତରଣୀ ନଦୀର ଦୋହରାପାଟଣା, ମୁଆଁ ଆଦି ସ୍ଥାନରେ ୩ଟି ସ୍ଥାନରେ ନଦୀବନ୍ଧ ଦୁର୍ବଳ ରହିଛି। ଏପଟେ ୪ଦିନ ହେଲା ଲଘୁଚାପ ଜନିତ ଲଗାଣବର୍ଷା ଓ ପବନ ଯୋଗୁ ଅଶାନ୍ତ ହୋଇପଡିଛି ଧାମରା ନିକଟରେ ସମୁଦ୍ର। ସମୁଦ୍ରରୁ ଉଠି ଆସୁଛି ଉଚ୍ଚ ଜୁଆର ଢେଉପାଣି। ଯାହାର ପ୍ରଭାବରେ ତଳମୁଣ୍ଡରେ ଉଛୁଳି ପଡୁଛି ବୈତରଣୀ ଓ ସାଳନ୍ଦୀ ନଦୀ। ଫଳରେ ବିଭିନ୍ନ ନଇଯୋର ମାହାରା ଦେଇ ଜୁଆରପାଣି ଲହଡି ଭାଙ୍ଗୁଛି ଧାନକ୍ଷେତରେ। ସମସ୍ତ ତଳିଆ ଅଞ୍ଚଳ ଏବେ ଜଳମଗ୍ନ ହୋଇପଡିଛି। ଅବିଶ୍ରାନ୍ତ ବର୍ଷା ଯୋଗୁ ୨ଦିନ ହେଲା ଆରଡିପୀଠ ବାବା ଆଖଣ୍ଡଳମଣିଙ୍କ ଗର୍ଭଗୃହରେ ଲହଡି ଭାଙ୍ଗୁଛି ଆଣ୍ଠୁଏ ଉଚ୍ଚରୁ ପାଣି। ଫଳରେ ମଣିବାବାଙ୍କ ବିଗ୍ରହ ଅର୍ଦ୍ଧାଧିକ ଭାଗ ବୁଡିଯିବାରୁ ସେବାପୂଜାରେ ସମସ୍ୟା ଉପୁଜିଛି। ସେବାୟତମାନେ ଖଟିଆ ପକାଇ ସେବାକାର୍ଯ୍ୟ ଓ ନୀତି ସମ୍ପନ୍ନ କରୁଛନ୍ତି। ଅନ୍ୟପଟେ ପ୍ରଶାସନ ପକ୍ଷରୁ ମଟର ଚାଳିତ ପମ୍ପ ଦ୍ବାରା ଜଳ ନିଷ୍କାସନ କରାଯାଉଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories