www.samajalive.in
Saturday, December 6, 2025
26.1 C
Bhubaneswar

ଦକ୍ଷତା ବିକାଶରେ ବ୍ରହ୍ମପୁର ଶିଳ୍ପ ପ୍ରତିଷ୍ଠାନର ମାଇଲଖୁଣ୍ଟ, ଦେଶର ଶ୍ରେଷ୍ଠ ୧୦ ମୂଳଗୋଷ୍ଠୀରେ ସାମିଲ

ବ୍ରହ୍ମପୁର: ଦକ୍ଷତା ବିକାଶ, ନିଯୁକ୍ତି ପ୍ରଶିକ୍ଷଣ କ୍ଷେତ୍ରରେ ଦେଶରେ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଥିବା ବ୍ରହ୍ମପୁର ସରକାରୀ ଶିଳ୍ପ ତାଲିମ ପ୍ରତିଷ୍ଠାନ ପୁଣିଥରେ ଚର୍ଚ୍ଚାର ପରିସରକୁ ଆସିଛି। ଦେଶରେ ଥିବା ୧୫ ହଜାର ଶିଳ୍ପ ତାଲିମ ପ୍ରତିଷ୍ଠାନ (ଆଇଟିଆଇ)ରେ ନାମଲେଖା ବୃଦ୍ଧି ସହ ଜାତୀୟସ୍ତରର ବ୍ରାଣ୍ଡିଂ ପାଇଁ କେନ୍ଦ୍ର ସରକାରଙ୍କ ଦକ୍ଷତା ବିକାଶ ଏବଂ ଔଦ୍ୟୋଗିକ ବିଭାଗ ପକ୍ଷରୁ ଗଠିତ ମୂଳ ଗୋଷ୍ଠୀ(କୋର ଗ୍ରୁପ)ରେ ବ୍ରହ୍ମପୁର ଶିଳ୍ପ ତାଲିମ ପ୍ରତିଷ୍ଠାନ ସ୍ଥାନ ପାଇଛି। ଓଡ଼ିଶାର ଏକମାତ୍ର ଶିଳ୍ପ ତାଲିମ ପ୍ରତିଷ୍ଠାନ ଭାବେ ଏହି ଶିଳ୍ପ ତାଲିମ ପ୍ରତିଷ୍ଠାନ ମୂଳ ଗୋଷ୍ଠୀରେ ସଦସ୍ୟ ହୋଇପାରିଛି।
ଦକ୍ଷତା ବିକାଶ ବିଭାଗ ଅଧିନରେ ଥିବା ତାଲିମ ମହାନିର୍ଦେଶାଳୟ ପକ୍ଷରୁ ଦେଶରେ ଧନ୍ଦାମୂଳକ ଶିକ୍ଷା ଓ ତାଲିମ କ୍ଷେତ୍ରରେ ସଂସ୍କାର ଆଣିବାକୁ ଯୋଜନା ହୋଇଛି। ସେହିକ୍ରମରେ ମହାନିର୍ଦେଶାଳୟ ପକ୍ଷରୁ ପଶ୍ଚିମବଙ୍ଗ, ମହାରାଷ୍ଟ୍ର, ହିମାଚଳପ୍ରଦେଶ, ତେଲେଙ୍ଗାନା ରାଜ୍ୟର ଦକ୍ଷତା ବିକାଶ ଏବଂ ଔଦ୍ୟୋଗିକ ଆଞ୍ଚଳିକ ନିର୍ଦେଶକଙ୍କ ସହ ଓଡ଼ିଶା, ହରିଆଣା, ଆସାମର ୩ଟି ଶିଳ୍ପ ତାଲିମ ପ୍ରତିଷ୍ଠାନ ଅଧ୍ୟକ୍ଷ ଏବଂ ମହାରାଷ୍ଟ୍ର କୁର୍ଲା ସ୍ଥିତ ଆଜମଲ ଗ୍ରାମୀଣ ଟେକନଲୋଜି ଅନୁଷ୍ଠାନର ଅଧ୍ୟକ୍ଷଙ୍କୁ ନେଇ ୧୦ ଜଣିଆ ମୂଳ ଗୋଷ୍ଠୀ ଗଠନ କରାଯାଇଛି।

 

- Advertisement -

ଏହି ଗୋଷ୍ଠୀରେ ସାମିଲ ହୋଇଥିବା ୧୦ ଜଣିଆ ସଦସ୍ୟ ଦେଶର ୧୫ ହଜାର ଶିଳ୍ପ ତାଲିମ ପ୍ରତିଷ୍ଠାନରେ ନାମଲେଖା ବୃଦ୍ଧି ତଥା ଛାତ୍ରଛାତ୍ରୀଙ୍କ ସଂଖ୍ୟା ବୃଦ୍ଧି ପାଇଁ ମିଳିତ ଭାବେ କାର୍ଯ୍ୟ କରିବେ। ସେହିପରି ବିଦ୍ୟାଳୟରେ ପଢୁଥିବା ଛାତ୍ରଛାତ୍ରୀଙ୍କୁ ଧନ୍ଦାମୂଳକ ଶିକ୍ଷା ତଥା ଦକ୍ଷତା ବିକାଶ ସମ୍ବଳିତ ଶିକ୍ଷା ପ୍ରଦାନ ଦିଗରେ ଏହି ଗୋଷ୍ଠୀ ମାର୍ଗଦର୍ଶନ ଦେବ। ବିଭିନ୍ନ ରାଜ୍ୟରେ ନାମଲେଖା ସଂରକ୍ଷଣ ନୀତି, ନାମଲେଖା ଫି’ ଦିଗରେ ମଧ୍ୟ ନିର୍ଦେଶାଳୟକୁ ଏହି ଗୋଷ୍ଠୀ ବିଭିନ୍ନ ପରାମର୍ଶ ଦେବେ ବୋଲି ଜଣାପଡ଼ିଛି। ୧୦ ଜଣିଆ ମୂଳ ଗୋଷ୍ଠୀରେ ବ୍ରହ୍ମପୁର ଶିଳ୍ପ ତାଲିମ ପ୍ରତିଷ୍ଠାନ ସ୍ଥାନ ପାଇଛି ବୋଲି ଏହାର ଅଧ୍ୟକ୍ଷ ଡ. ରାଜତ ପାଣିଗ୍ରାହୀ ସୂଚନା ଦେବା ସହ ଏହା ଓଡ଼ିଶା ଦକ୍ଷତା ବିକାଶ କ୍ଷେତ୍ରରେ ଆଉ ଏକ ମାଇଲଖୁଣ୍ଟ ବୋଲି କହିଛନ୍ତି।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories