www.samajalive.in
Saturday, December 6, 2025
19.1 C
Bhubaneswar

ସରକାର ଆଣିବେ ନୂଆ ଦେଶାଟନ ବିଧେୟକ, ସହଜରେ କାର୍ଯ୍ୟ କରିପାରିବେ ଭାରତୀୟ ବୃତ୍ତିଗତ

ବିଦେଶରେ ଯେଭଳି ଭାରତୀୟ ବୃତ୍ତିଗତମାନେ ସହଜରେ କାର୍ଯ୍ୟ କରିପାରିବେ, ତାହାକୁ ଦୃଷ୍ଟିରେ ରଖି ନିରାପଦ ତଥା ଆଇନଗତ ସ୍ଥାନାନ୍ତରଣ ନିୟମ ପାଳନ ନିମନ୍ତେ ଫ୍ରାନ୍ସ, ଜର୍ମାନ, ଡେନମାର୍କ, ବ୍ରିଟେନ ଏବଂ ପର୍ତ୍ତୁଗାଲ ସହ ଭାରତ ମୋବିଲିଟି ଏବଂ ମାଇଗ୍ରେସନ୍ ପାର୍ଟନରସିପ୍ ଚୁକ୍ତିନାମା କରିଛି ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଏ ନେଇ ଏକ ନୂତନ ଦେଶାଟନ ବିଧେୟକ ଅନୁମୋଦନ ପାଇଁ ଖୁବ ଶୀଘ୍ର ସଂସଦରେ ଆଗତ ହେବ ବୋଲି ସେ କହିଛନ୍ତି।

ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସଚିବ ସଞ୍ଜୟ ଭଟ୍ଟାଚାର୍ଯ୍ୟ କହିଛନ୍ତି ଯେ ୟୁରୋପୀୟ ସଂଘ ସହିତ ଭାରତ ସ୍ଥାନାନ୍ତରଣ ଏବଂ ମୋବିଲିଟି ସମ୍ପର୍କିତ ପ୍ରସ୍ତାବ ଉପରେ ଆଲୋଚନା ଆରମ୍ଭ କରିଛି। ସେ କହିଛନ୍ତି ଯେ ଭାରତ ନିରାପଦ ତଥା ଆଇନଗତ ସ୍ଥାନାନ୍ତରଣ ନିୟମ ପାଳନ କରୁଥିବା ବେଳେ ବୃତ୍ତିଗତଙ୍କ ସହଜ ସ୍ଥାନାନ୍ତରଣର ବିକଳ୍ପ ବିଷୟରେ ଆଲୋଚନା କରୁଛି।

- Advertisement -

ଫ୍ରାନ୍ସ, ଜର୍ମାନ, ଡେନମାର୍କ, ବ୍ରିଟେନ, ବେନେଲକ୍ସ, ପର୍ତ୍ତୁଗାଲ ଏବଂ ଅନ୍ୟମାନଙ୍କ ସହ ଭାରତ ଦ୍ୱିପାକ୍ଷିକ ବୁଝାମଣା ସ୍ଵାକ୍ଷର କରିଛି ଏବଂ ସର୍ତ୍ତ ଅନୁଯାୟୀ ଭାରତୀୟ ବୃତ୍ତିଗତମାନଙ୍କୁ ୟୁଏଇରେ କାମ କରିବାର ସୁଯୋଗ ପ୍ରଦାନ କରିଛି। ଭାରତୀୟ ଛାତ୍ରମାନେ ସ୍ନାତକୋତ୍ତର ପରେ ୟୁଏଇରେ କାର୍ଯ୍ୟ କରିବା ପାଇଁ ରହିପାରିବେ ଏବଂ ଇଣ୍ଟର୍ନସିପ୍ କରିବେ ବୋଲି ସେ କହିଛନ୍ତି।

ଏହାଛଡା କୁଶଳୀ ଶ୍ରମିକ ଓ ସ୍ୱତନ୍ତ୍ର ଶ୍ରେଣୀ କୁଶଳୀ ଶ୍ରମିକଙ୍କ କ୍ଷେତ୍ରରେ ଥିବା ପ୍ରତିବନ୍ଧକ ଦୂର ହେବା ସହ ବୁଝାମଣା ଯୋଗୁ ଜାପାନ ସମେତ କୋରିଆ, ତାଇୱାନ ଏବଂ ମରିସସରେ ମଧ୍ୟ ଏହି ସୁବିଧା ପାଇଁ ଭାରତ କାର୍ଯ୍ୟ କରୁଛି।

Hot this week

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

Related Articles

Popular Categories