www.samajalive.in
Sunday, December 14, 2025
19.1 C
Bhubaneswar

ପିଇଓଙ୍କ ବଦଳି ଦାବିରେ ପଞ୍ଚାୟତ କାର୍ଯ୍ୟାଳୟରେ ତାଲା

ମୋହନା: ଗଜପତି ଜିଲ୍ଲାର ମୋହନା ଓଡ଼ିଶାର ଦ୍ଵିତୀୟ ବୃହତ୍ତମ ବ୍ଳକ । ୩୯ଟି ପଞ୍ଚାୟତକୁ ନେଇ ଗଠିତ ଏହି ବ୍ଲକ । ସଦର ମହକୁମା ମୋହନା ପଞ୍ଚାୟତ ନାନା ଅବ୍ୟବସ୍ଥା ମଧ୍ୟରେ ବୁଡି ରହିଛି। ବର୍ଷ ବର୍ଷ ଧରି ଏହି ପଞ୍ଚାୟତ ବିକାଶର ନାଁ ନେଉନି। ଏହି ଗ୍ରାମପଞ୍ଚାୟତର ନିର୍ବାହୀ ଅଧିକାରୀ ଖଗେଶ୍ୱର ଭୂୟାଁଙ୍କ ତୁରନ୍ତ ବଦଳି ଦାବି କରି ବୁଧବାର ମୋହନା ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇଛନ୍ତି ପଞ୍ଚାୟତର ୱାର୍ଡ ସଭ୍ୟ/ସଭ୍ୟା ଏବଂ ସମିତି ସଭ୍ୟ । ଅଭିଯୋଗ ରହିଛି ଯେ, ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ଅତିରିକ୍ତ ଭାବେ ମୋହନା ଗ୍ରାମପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ଦାୟିତ୍ୱ ଦିଆଯାଇଛି। ଯାହାକୁ ସେ ଠିକ ଭାବେ ତୁଲାଉ ନାହାନ୍ତି। ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ଅତିରିକ୍ତ ଦାୟିତ୍ୱରେ ରହିଥିବା ଯୋଗୁଁ ସେ ଠିକ୍ ଭାବେ ପଞ୍ଚାୟତ ନିର୍ବାହୀ ଅଧିକାରୀ(ପିଇଓ)ଙ୍କ ଦାୟିତ୍ୱ ନତୁଲାଇ ଉଚ୍ଚ ପଦବୀର ଦୁରୂପଯୋଗ କରୁଛନ୍ତି। ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ମୋହନା ପଞ୍ଚାୟତରେ ନୂତନ ଭାବେ ନିର୍ବାଚିତ ସରପଞ୍ଚ ଏବଂ ୱାର୍ଡ ସଭ୍ୟା/ସଭ୍ୟମାନେ ଅନଭିଜ୍ଞ । ଏହାର ଫାଇଦା ନେଇ ପଞ୍ଚାୟତ ନିର୍ବାହୀ ଅଧିକାରୀ ଖଗେଶ୍ୱର ଭୂୟାଁ ପଞ୍ଚାୟତ ରେଜୁଲେସନ୍ ଖାତାରେ ପୂର୍ବରୁ ସଭ୍ୟ/ସଭ୍ୟାଙ୍କ ସ୍ଵାକ୍ଷର ନେଇ ପରେ ନିଜ ମନମୁତାବକ ରେଜୁଲେସନ୍ ଲେଖନ୍ତି । ପଞ୍ଚାୟତର ବିଭିନ୍ନ ଟିକସ ଆଦାୟ ଏବଂ ଖର୍ଚ୍ଚର ହିସାବ ଏଯାଏଁ ଦେଇନାହାନ୍ତି। ପଞ୍ଚାୟତରେ କେତୋଟି ପାସ୍ ବୁକ୍ ଅଛି, କେଉଁ ଜାଗାରେ ଉନ୍ନୟନ ମୂଳକ କାର୍ଯ୍ୟ ଚାଲିଛି ତାର ମଧ୍ୟ ସୂଚନା ଦେଉନାହାନ୍ତି। ସରକାରଙ୍କ ଯେ କୌଣସି ଜନହିତକର ଯୋଜନାଗୁଡିକୁ ପ୍ରତିନିଧିଙ୍କୁ ନଜଣାଇ ନିଜ ମନ ମୁତାବକ କାର୍ଯ୍ୟକ୍ରମକୁ ପରିଚାଳନା କରୁଛନ୍ତି। ଏଭଳି ବିଭିନ୍ନ ସଙ୍ଗୀନ ଅଭିଯୋଗ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ବିରୋଧରେ ଆଣିଛନ୍ତି ମୋହନା ଗ୍ରାମପଞ୍ଚାୟତର ୱାର୍ଡ ସଭ୍ୟ/ସଭ୍ୟା ଓ ସମିତି ସଭ୍ୟ ବାଳକୃଷ୍ଣ ମଳିକ।

୩୯ଟି ପଞ୍ଚାୟତ ବିଶିଷ୍ଟ ମୋହନା ବ୍ଲକ ନିମନ୍ତେ ଜଣେ ସ୍ଥାୟୀ ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ନିଯୁକ୍ତ ହୋଇନଥିବା ଯୋଗୁଁ ମୋହନା ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ଅତିରିକ୍ତ ଭାବେ ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ଭାବେ ଦାୟିତ୍ୱ ଦିଆଯାଇଛି। ତେଣୁ ଅତିଶୀଘ୍ର ଜଣେ ସ୍ଥାୟୀ ଗ୍ରାମପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ମୋହନା ବ୍ଲକ ନିମନ୍ତେ ନିଯୁକ୍ତ କରିବା ସହ ତୁରନ୍ତ ଖଗେଶ୍ୱରଙ୍କୁ ଅନ୍ୟତ୍ର ବଦଳି କରିବା ପାଇଁ ଦାବି କରିଛନ୍ତି ମୋହନା ପଞ୍ଚାୟତ ୱାର୍ଡ ସଭ୍ୟ /ସଭ୍ୟାବୃନ୍ଦ ଓ ସମିତି ସଭ୍ୟ। ଏନେଇ ମୋହନା ବିଡିଓଙ୍କ ନିକଟରେ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆନଯିବା ଯୋଗୁଁ ବାଧ୍ୟ ହୋଇ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖ ଗେଟରେ ତାଲା ପକାଇ ଆନ୍ଦୋଳନ କରିଛନ୍ତି ପଞ୍ଚାୟତର ନିର୍ବାଚିତ ପ୍ରତିନିଧିମାନେ। ତେଵେ ଅତିଶୀଘ୍ର ନିର୍ବାଚିତ ପ୍ରତିନିଧିଙ୍କ ଦାବି ପୂରଣ କରାଯିବ ବୋଲି କହିଛନ୍ତି ବିଡିଓ ତପସ୍ୱିନୀ ହାଁସଦା ଓ ବ୍ଳକ ଅଧ୍ୟକ୍ଷ ରଞ୍ଜିବ ଶବର ୨୪ ଘଣ୍ଟା ମଧ୍ୟରେ ବଦଳି ହେବେ ବୋଲି ଦୃଢ ପ୍ରତିଶ୍ରୁତି ଦେବାରୁ ତାଲା ଖୋଲିଲା ଓ ଧାରଣାସ୍ଥଳରୁ ପ୍ରତିନିଧିମାନେ ଉଠିଲେ। ଅପରପକ୍ଷେ ପିଇଓ କହିଛନ୍ତି, ସମସ୍ତ ଯୋଜନା ଗ୍ରାମସଭା ମଧ୍ୟରେ ଆଲୋଚନା ହୋଇ କରାଯାଇଛି। ମନମୁଖୀ ଭାବେ କିଛି କରାଯାଇନି । ଏହା ମୋ ବିରୋଧରେ ଷଢ଼ଯନ୍ତ୍ର।

Hot this week

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

Related Articles

Popular Categories