ଏମକେସିଜି ସ୍ୱତନ୍ତ୍ର ବିଦ୍ୟାଳୟରେ ବଧିର ଦିବସ ପାଳନ

ମୋହନା : ଗଜପତି ଜିଲାର ମୋହନାରେ ରହିଥିବା ଏକ ମାତ୍ର ସ୍ୱତନ୍ତ୍ର ବିଦ୍ୟାଳୟରେ ଜିଲା ସାମାଜିକ ସୁରକ୍ଷା ଓ ଭିନ୍ନ କ୍ଷମ ସଶକ୍ତିକରଣ ବିଭାଗ ଏବଂ ଏମକେସିଜି ଦୃଷ୍ଟିହୀନ ଓ ବଧିର ବିଦ୍ୟାଳୟର ମିଳିତ ଆନୁକୁଲ୍ୟରେ ବିଦ୍ୟାଳୟ ପରିସରରେ ବିଶ୍ୱ ବଧିର ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଏହି କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଜିଲାସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ସଂଯୋଜିକା ଶ୍ରୀମତୀ ସିବାନୀ ପାଣିଗ୍ରାହୀ ଯୋଗଦେଇଥିବା ବେଳେ ମୁଖ୍ୟ ବକ୍ତାଭାବେ ସ୍ଥାନୀୟ ତହସିଲଦାର କଲ୍ୟାଣି ସଂଘମିତ୍ର ଦେବୀ ଏବଂ ସମ୍ମାନିତ ଅତିଥିଭାବେ ବିଦ୍ୟାଳୟର ଉପଦେଷ୍ଟା ଦୁର୍ୟ୍ୟଧନ କରଡା, ଶିକ୍ଷାବିତ୍ ମଧୁସୁଦନ ପାଢୀ, ମାର୍ଶାଲ ନାୟକ, କୋଷାଧ୍ୟକ୍ଷ ସୁରେନ୍ଦ୍ର ଜେନା, ସଭ୍ୟ ପ୍ରକାଶ ପାଇକ, ବରିଷ୍ଠ ଅଧ୍ୟାପକ ଅନ୍ତର୍ୟାମୀ ଗୌଡ, ଶରତ ଚନ୍ଦ୍ର ମଳିକ, ବିଆରଟି ସୁମନ୍ତ ପ୍ରଧାନ, ପ୍ରକାଶ ଚନ୍ଦ୍ର ସାହୁ, ଜିପିଇଓ ନରସିଂହ ମାଣ୍ଡାଙ୍ଗି ଯୋଗଦେଇଥିଲେ। ଅତିଥିମାନେ ନିଜ ବକ୍ତବ୍ୟରେ ସାଇନ ଭାଷା ପିଲାମାନଙ୍କୁ ଶିକ୍ଷକମାନେ ପାଠପଢାଇବା ସମୟରେ ବହୁଳଭାବେ ବ୍ୟବହାର କରିବା ଏବଂ ସାଇନ ଭାଷା ବ୍ୟବହାର କରିପାରୁନଥିବାରୁ ଆମେ ମଧ୍ୟ ଜଣେ ଭିନ୍ନ କ୍ଷମ କହିବା, ପିଲାମାନଙ୍କୁ ଭଲ ପାଠପଢୀ ବଡ ଲୋକ ହୋଇ ଦେଶର ନାମ ରଖିବା, ସେମାନେ ସାଧାରଣ ପିଲାଙ୍କଠାରୁ କୌଣସି ଗୁଣରେ ନିଜକୁ କମ ବୋଲି ନଭାବିବା ଆଦି ବିଭିନ୍ନ ବିଷୟ ଉପରେ ଆଲୋକପାତ କରିଥିଲେ। ଏହି ଦିବସରେ ବିଦ୍ୟାଳୟର ଅଧ୍ୟକ୍ଷ ଅଖିଳ କୁମାର ସାହୁ ବିଦ୍ୟାଳୟ ସମ୍ପର୍କରେ କହିବା ସହିତ ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ଓ କର୍ମଚାରୀମାନେ ସମସ୍ତ କାର୍ୟ୍ୟରେ ସହଯୋଗ ଓ ପରିଚାଳନା କରିଥିଲେ। ଦୃଷ୍ଟିହୀନ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସଂଗୀତ ପରିବେଷଣ କରାଯାଇଥିବାବେଳେ ବଧିର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପରିବେଶ ସମ୍ବନ୍ଧୀୟ କ୍ଷୁଦ୍ର ନାଟକ ପରିବେଷଣ କରାଯାଇଥିଲା। ଶେଷର ବିଦ୍ୟାଳୟର ସମ୍ପାଦକ ଦଣ୍ଡାସି ସାହୁ ସମସ୍ତ ଅତିଥିଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

kalyan agarbati

Comments are closed.