www.samajalive.in
Wednesday, December 10, 2025
16.1 C
Bhubaneswar

ଆସନ୍ତାକାଲି ଶପଥ ନେବେ ମୋଦୀ : ଯୋଗଦେବେ ବିମଷ୍ଟିକ୍ ଦେଶର ନେତା

ନୂଆଦିଲ୍ଲୀ : କ୍ରମାଗତ ଦ୍ୱିତୀୟ ଥର ଲାଗି ଦେଶର ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦୀ ଆସନ୍ତାକାଲି ଶପଥ ଗ୍ରହଣ କରିବେ। ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବା ଲାଗି ସମସ୍ତ ବିମଷ୍ଟିକ୍ ଦେଶଗୁଡ଼ିକର ନେତାମାନେ ରାଜି ହୋଇଛନ୍ତି । ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ରବୀଶ କୁମାର କହିଛନ୍ତି, ବାଂଲାଦେଶ ରାଷ୍ଟ୍ରପତି ମହମ୍ମଦ ଅବଦୁଲ୍‍ ହମିଦ୍‍, ଶ୍ରୀଲଙ୍କା ରାଷ୍ଟ୍ରପତି ମୈତ୍ରୀପାଳ ସିରିସେନା, ମ୍ୟାଁମାର ରାଷ୍ଟ୍ରପତି ୟୁ ୱିନ୍‍ ମିଣ୍ଟ, ନେପାଳ ପ୍ରଧାନମନ୍ତ୍ରୀ କେ.ପି. ଶର୍ମା ଓଲି, ଭୁଟାନ୍‍ ପ୍ରଧାନମନ୍ତ୍ରୀ ଡକ୍ଟର ଲୋଟେ ଶେରିଙ୍ଗ୍‍ ଓ ଥାଇଲ୍ୟାଣ୍ଡର ସ୍ୱତନ୍ତ୍ର ଦୂତ ଗ୍ରୀସାଦା ବୁନ୍‍ରାଚ୍‍ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବାକୁ ସମ୍ମତି ପ୍ରଦାନ କରିଛନ୍ତି। ମରିସସ୍‍ ପ୍ରଧାନମନ୍ତ୍ରୀ ପ୍ରବିନ୍ଦ୍‍ କୁମାର ଜଗନ୍ନାଥ ଓ କିରଗୀଜ୍‍ ସାଧାରଣତନ୍ତ୍ର ରାଷ୍ଟ୍ରପତି ସୁରନ୍‍ବେ ଜିନ୍‍ବେକବ ମଧ୍ୟ ଯୋଗ ଦେବାକୁ ସମ୍ମତି ପ୍ରଦାନ କରିଛନ୍ତି।
ରାଷ୍ଟ୍ରପତି ରାମନାଥ କୋବିନ୍ଦ  ଶ୍ରୀ ମୋଦୀ ଓ ତାଙ୍କ ମନ୍ତ୍ରିମଣ୍ଡଳର ସଦସ୍ୟମାନଙ୍କୁ ସନ୍ଧ୍ୟା ୭ଟା ବେଳେ ରାଷ୍ଟ୍ରପତି ଭବନ ପ୍ରାଣଙ୍ଗରେ ପଦ ଓ ଗୋପନୀୟତାର ଶପଥପାଠ କରାଇବେ।  ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳମାନଙ୍କୁ ଶପଥ ଗ୍ରହଣ ଉତ୍ସବକୁ ଆମନ୍ତ୍ରଣ କରାଯାଇଛି।

Hot this week

ମିଳିଲା ମହିଳାଙ୍କ କଟାମୁଣ୍ଡ

ମାଲକାନଗିରି : କନ୍ୟା ଆଶ୍ରମ ନିକଟ ପୋଟେରୁ ନଦୀକୂଳରୁ ମିଳିଲା କଟାମୁଣ୍ଡ।...

ସୁନା ଓ ରୂପା ଏତିକି ଟଙ୍କା ହେଲା ଶସ୍ତା

ସମାଜ ଡିଜିଟାଲ ଡେସ୍କ: ସୁନା ଓ ରୂପା ମୂଲ୍ୟରେ ସାମାନ୍ୟ ହ୍ରାସ...

ସ୍ବତନ୍ତ୍ର ସିନ୍ଧ୍‌ ଦେଶ ଗଠନ ଦାବି; ପାକିସ୍ତାନରେ ହିଂସା

କରାଚି: ବେଲୁଚିସ୍ତାନ ପରେ ପାକିସ୍ତାନରେ ଏବେ ସ୍ବତନ୍ତ୍ର ସିନ୍ଧ୍‌ଦେଶ ଗଠନ ଦାବି...

ଭୋଟ ଚୋରି ଜାତୀୟତା ବିରୋଧୀ କାର୍ଯ୍ୟ: ରାହୁଲ

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଦେଶର ବିଭିନ୍ନ ରାଜ୍ୟରେ ଚାଲିଥିବା ସ୍ବତନ୍ତ୍ର...

ଆଇପିଏଲ୍‌ ନିଲାମ ତାଲିକାରେ ୩୫୦ ଖେଳାଳି

ନୂଆଦିଲ୍ଲୀ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୨୦୨୬ ସଂସ୍କରଣ ଲାଗି ମିନି...

Related Articles

Popular Categories