www.samajalive.in
Saturday, December 6, 2025
14.1 C
Bhubaneswar

ଜାତୀୟ ପାଣିପାଗ କନ୍‍କ୍ଳେଭରେ ଉଦ୍‍ଘାଟନୀ ଅଭିଭାଷଣ ପ୍ରଦାନ କରିବେ ମୋଦୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ଭିଡ଼ିଓ କନ୍‍ଫରେନ୍ସିଂ ମାଧ୍ୟମରେ ଜାତୀୟ ପାଣିପାଗ କନ୍‍କ୍ଳେଭର ଉଦ୍‍ଘାଟନୀ ଅଭିଭାଷଣ ପ୍ରଦାନ କରିବେ। ଏହି ଅବସରରେ ସେ ଜାତୀୟ ଆଟମିକ ଟାଇମ ସ୍କେଲ୍‍ ଏବଂ ଭାରତୀୟ ନିର୍ଦ୍ଦେଶକ ଦ୍ରବ୍ୟ ଅନୁଷ୍ଠାନକୁ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ। ପ୍ରଧାନମନ୍ତ୍ରୀ ଆସନ୍ତାକାଲି ମଧ୍ୟ ଜାତୀୟ ପରିବେଶ ମାନକ ଗବେଷଣାଗାରର ଭିତ୍ତି ପ୍ରସ୍ତର ସ୍ଥାପନ କରିବେ। ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ମଧ୍ୟ ଏହି ସମାରୋହରେ ଯୋଗଦେବେ। ନ୍ୟାସନାଲ୍‍ ଆଟମିକ ଟାଇମ ସ୍କେଲ୍‍ ଭାରତୀୟ ଷ୍ଟାଣ୍ଡାର୍ଡ ଟାଇମ୍‍କୁ ୨ ଦଶମିକ ୮ ନାନୋ ସେକେଣ୍ଡ୍‍ ପର୍ଯ୍ୟନ୍ତ ସଠିକତା ଦର୍ଶାଇବ।

ଭାରତୀୟ ନିର୍ଦ୍ଦେଶକ ଦ୍ରବ୍ୟ ସଂସ୍ଥା ମଧ୍ୟ ବିଭିନ୍ନ ଗବେଷଣାଗାରରେ ହେଉଥିବା ପରୀକ୍ଷା ଏବଂ ବ୍ୟବହୃତ ଯନ୍ତ୍ରାଂଶର ଗୁଣାତ୍ମକ ମାନକକୁ ଅନ୍ତର୍ଜାତୀୟ ମାନଦଣ୍ଡ ଅନୁଯାୟୀ ପ୍ରସ୍ତୁତ କରିବାରେ ସହାୟତା କରିବ। ନୂଆଦିଲ୍ଲୀସ୍ଥିତ ସି.ଏସ୍‍.ଆଇ.ଆର୍‍.-ଏନ୍‍.ପି.ଏନ୍‍ ସଂସ୍ଥାର ୭୫ ବର୍ଷ ପୂର୍ତ୍ତି ପାଳନ ଅବସରରେ ଏହି କନକ୍ଲେଭର ଆୟୋଜନ କରାଯାଇଛି। ଚଳିତବର୍ଷର ଶୀର୍ଷକ ହେଉଛି ‘ଜାତୀୟ ଅଭିବୃଦ୍ଧିରେ ପାଣିପାଗର ଭୂମିକା’।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories