www.samajalive.in
Saturday, December 6, 2025
15.1 C
Bhubaneswar

ଗାଜିଆବାଦରେ ଅଘଟଣ : ଭୁଶୁଡି ପଡିଲା ଶବଦାହ ପିଣ୍ଡିର ଛାତ, ୧୨ରୁ ଅଧିକ ଲୋକ ପୋତି ହୋଇଥିବା ଆଶଙ୍କା

ଗାଜିଆବାଦ : ଦିଲ୍ଲୀ ନିକଟସ୍ଥ ଗାଜିଆବାଦରୁ ଏକ ବଡ ଖବର ଆସିଛି। ସ୍ଥାନୀୟ ଏକ ଶବଦାହ ପିଣ୍ଡିର ଛାତ ଭୁଶୁଡି ପଡିଛି। ଗାଜିଆବାଦ ଥାନା ଅନ୍ତର୍ଗତ ମୁରାଦନଗର ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି। ଫଳରେ ଅନେକ ଲୋକ ଫସି ରହିଥିବା ନେଇ ଆଶଙ୍କା କରାଯାଉଛି। ଗାଜିଆବାଦ ପୁଲିସ ଏବଂ ରେସକ୍ୟୁ ଅପରେସନ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି।

ସୂଚନାଯୋଗ୍ୟ, ଆଜି ସକାଳୁ ଦିଲ୍ଲୀ ଏନସିଆରରେ ବର୍ଷା ହେଉଛି। ସ୍ଥାନୀୟ କିଛି ଲୋକ ଜଣେ ବ୍ୟକ୍ତିଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେବାକୁ ସେଠାକୁ ଆସିଥିଲେ । ବର୍ଷା ହେତୁ ଏହି ଲୋକମାନେ ଛାତ ତଳେ ଥିଲେ । ସେହି ସମୟରେ ଶବଦାହ ପିଣ୍ଡିର ଛାତ ଖସି ପଡିଥିଲା। ଅନେକ ଲୋକ ଏଥିରେ ପୋତି ହୋଇଥିବା ଆଶଙ୍କା କରାଯାଉଛି। ପ୍ରାୟ ୧୨ ଜଣରୁ ଅଧିକ ଲୋକ ଫସି ରହିଥିବା ଅନୁମାନ କରାଯାଉଛି। କ୍ରେନ୍ ସାହାଯ୍ୟରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ପୁଲିସର ସୂଚନା ଅନୁଯାୟୀ ପ୍ରାୟ ୧୭ରୁ ୧୮ ଜଣଙ୍କୁ ଉଦ୍ଧାର କରି ଡାକ୍ତରଖାନା ନିଆଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories