www.samajalive.in
Saturday, December 6, 2025
16.1 C
Bhubaneswar

ମୋଦୀ, ଟ୍ରମ୍ପ ଆଲୋଚନା

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଟେଲିଫୋନ୍‍ ଯୋଗେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହିତ ବହୁ ଗୁରୁତ୍ୱପୂର୍ଣ୍ଣ ଦ୍ୱିପାକ୍ଷିକ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି। ବିଶେଷକରି ଆମେରିକା ସହିତ ଭାରତର ବାଣିଜ୍ୟ କାରବାର ହ୍ରାସ ଏବଂ ଆଫଗାନିସ୍ତାନ ସ୍ଥିତି ଉପରେ ଏହି ଆଲୋଚନାରେ ଗୁରୁତ୍ୱାରୋପ କରାଯାଇଛି। ଆତଙ୍କବାଦ ଦମନ ଓ ପ୍ରତିରକ୍ଷା କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗିତା ବୃଦ୍ଧିକୁ ଦୁଇ ନେତା ଗୁରୁତ୍ୱ ଦେଇଛନ୍ତି। ଏଥିସହ ସହଯୋଗିତା ଭିତିରେ ଆଫଗାନିସ୍ତାନ ସମସ୍ୟାର ସମାଧାନ ତଥା ଇଣ୍ଡୋ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ନିରାପତା ବ୍ୟବସ୍ଥା ବୃଦ୍ଧି ସହ ସମ୍ବୃଦ୍ଧି ଆଣିବା ନେଇ ଉଭୟ ପକ୍ଷ ମଧ୍ୟରେ ସହମତି ପ୍ରକାଶ ପାଇଛି। ସୋମବାର ସନ୍ଧ୍ୟାରେ ହୋଇଥିବା ଏହି ଆଲୋଚନା ବେଳେ ଟ୍ରମ୍ପ ଓ ମୋଦୀ ପରସ୍ପରକୁ ନୂତନ ବର୍ଷର ଅଭିନନ୍ଦନ ଜଣାଇଥିଲେ। ଭାରତ-ଆମେରିକା ମଧ୍ୟରେ ରଣକୌଶଳ ଭିତିକ ସହଯୋଗିତା ବୃଦ୍ଧି ନେଇ ସେମାନେ ସନ୍ତୋଷ ବ୍ୟକ୍ତ କରିଥିଲେ। ୨+୨ ଆଲୋଚନା ସହିତ ଭାରତ, ଆମେରିକା ଓ ଜାପାନ ମଧ୍ୟରେ ପ୍ରଥମ ତ୍ରିପାକ୍ଷିକ ସମ୍ମିଳନୀକୁ ମଧ୍ୟ ସେମାନେ ପ୍ରଶଂସା କରିଥିଲେ ବୋଲି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ଏକ ବିବୃତିରେ କୁହାଯାଇଛି। ଆମେରିକା ବାଣିଜ୍ୟ ପ୍ରତିନିଧି କାର୍ଯ୍ୟାଳୟର ସୂଚନାନୁସାରେ ୨୦୧୭ରେ ଭାରତ-ଆମେରିକା ମଧ୍ୟରେ ୧୨୬.୨ ବିଲିୟନ ଡଲାରର ବାଣିଜ୍ୟ କାରବାର ହୋଇଥିଲା।

Hot this week

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

Related Articles

Popular Categories