www.samajalive.in
Monday, December 15, 2025
15.1 C
Bhubaneswar

ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ମୋଦୀ

ନୂଆଦିଲ୍ଲୀ :  ନରେନ୍ଦ୍ର ମୋଦୀ ଦ୍ୱିତୀୟ ଥର ପାଇଁ ଭାରତର ପ୍ରଧାନମନ୍ତ୍ରୀ ଭାବେ ଗୁରୁବାର ଶପଥ ଗ୍ରହଣ କରିଛନ୍ତି ।  ସନ୍ଧ୍ୟା ୭ଟାରେ ରାଷ୍ଟ୍ରପତି ଭବନ ପ୍ରାଙ୍ଗଣରେ ସେ ଶପଥ ନେଇଛନ୍ତି । ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ଓ ତାଙ୍କ ମନ୍ତ୍ରୀ ପରିଷଦର ସଦସ୍ୟମାନଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଉଛନ୍ତି ।

ବିଶ୍ୱର ସର୍ବବୃହତ୍‍ ଗଣତନ୍ତ୍ରର ପ୍ରଧାନମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବରେ ବହୁ ରାଷ୍ଟ୍ରମୁଖ୍ୟ, ଶାସନ ମୁଖ୍ୟ, ସମ୍ବିଧାନ ବିଶେଷଜ୍ଞ ଓ କୂଟନୈତୀଜ୍ଞ ମାନେ ଶପଥ ଗ୍ରହଣ ଉତ୍ସବରେ ଯୋଗଦେଇଛନ୍ତି । ସରକାରଙ୍କ ପ୍ରଥମେ ପଡ଼ୋଶୀ ନୀତି ଦୃଷ୍ଟିରୁ ଭାରତ ବିମ୍‍ଷ୍ଟେକ୍‍ ରାଷ୍ଟ୍ରସମୂହର ମୁଖ୍ୟମାନଙ୍କୁ ଏହି ଉତ୍ସବକୁ ଆମନ୍ତ୍ରଣ କରିଛି। ବାଂଲାଦେଶ, ଶ୍ରୀଲଙ୍କା, କିରଗିଜ୍‍ ସାଧାରଣତନ୍ତ୍ର ଓ ମ୍ୟାଁମାର ରାଷ୍ଟ୍ରପତି ଏବଂ ମରିସସ୍‍, ନେପାଳ, ଭୁଟାନର ପ୍ରଧାନମନ୍ତ୍ରୀ ତଥା  ଥାଇଲାଣ୍ଡର ସ୍ୱତନ୍ତ୍ର ଦୂତ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେଇଛନ୍ତି। ୨୦୧୪ ମସିହାରେ ନରେନ୍ଦ୍ର ମୋଦୀ ପଡ଼ୋଶୀ ରାଷ୍ଟ୍ରଗୁଡିକ ସହ ଉତ୍ତମ ସମ୍ପର୍କ ସ୍ଥାପନ ଲକ୍ଷ୍ୟରେ ତାଙ୍କ ଶପଥ ଗ୍ରହଣ ଉତ୍ସବକୁ ସାର୍କ ନେତାମାନଙ୍କୁ ନିମନ୍ତ୍ରଣ କରିଥିଲେ ।

- Advertisement -

ଉପ ରାଷ୍ଟ୍ରପତି ଏମ. ଭେଙ୍କିୟା ନାଇଡୁ, ପୂର୍ବତନ ପ୍ରଧାନମନ୍ତ୍ରୀ ଡ଼କ୍ଟର ମନମୋହନ ସିଂହ, ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ, ମୁରଲୀ ମନୋହର ଯୋଶୀ,କଂଗ୍ରେସ ସଭାପତି ରାହୁଲ୍‍ ଗାନ୍ଧି, ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧି, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ତଥା ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଶପଥ ଗ୍ରହଣ ଉତ୍ସବରେ ଉପସ୍ଥିତ ଅଛନ୍ତି ।

ଶପଥ ଗ୍ରହଣ କରିବା ପୂର୍ବରୁ ଆଜି ସକାଳେ ସେ ରାଜଘାଟ ଯାଇ ଜାତିର ପିତା ମହାତ୍ମାଗାନ୍ଧିଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଟ୍ୱିଟ୍‍ କରି ଶ୍ରୀ ମୋଦି କହିଛନ୍ତି, ଚଳିତ ବର୍ଷ ଦେଶ ଗାନ୍ଧିଜୀଙ୍କ ୧୫୦ତମ ଜନ୍ମବାର୍ଷିକୀ ପାଳନ କରୁଛି। ଏହି ଅବସରରେ ବାପୁଙ୍କର ମହନ ଚିନ୍ତାଧାରା ଆହୁରି ଲୋକପ୍ରିୟ ହେବ ଏବଂ ଗରିବ, ଅବହେଳିତ ଓ ଦଳିତମାନଙ୍କୁ କ୍ଷମତାପନ୍ନ କରିବାପାଇଁ ଲୋକମାନଙ୍କୁ ଅନୁପ୍ରାଣିତ କରିବ ବୋଲି ପ୍ରଧାନମନ୍ତ୍ରୀ ପ୍ରାର୍ଥନା କରିଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିବାପାଇଁ ମୋଦୀ ସଦୈବ ଅଟଳ ସମାଧି ସ୍ଥଳରେ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି। ସେ କହିଛନ୍ତି, ଅଟଳଜୀଙ୍କ ଜୀବନୀ ଓ କାର୍ଯ୍ୟରୁ ଅନୁପ୍ରାଣିତ ହୋଇ ତାଙ୍କ ସରକାର ଉତ୍ତମ ପ୍ରଶାସନ ପ୍ରଦାନ ଦିଗରେ ପ୍ରୟାସୀ ହେବ ଏବଂ ଲୋକମାନଙ୍କ ଜୀବନରେ ପରିବର୍ତ୍ତନ ଆଣିବ।

ସେହିପରି ଶପଥ ଗ୍ରହଣ କରିବା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ଐତିହାସିକ ଇଣ୍ଡିଆ ଗେଟ୍‍ ଯାଇ ଜାତୀୟ ଯୁଦ୍ଧସ୍ମାରକୀ ପରିଦର୍ଶନ କରିବା ସଙ୍ଗେ ସଙ୍ଗେ ଶହୀଦ୍‍ମାନଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଚଳି ଅର୍ପଣ କରିଥିଲେ। ଦେଶରେ ଏକତା ଓ ଅଖଣ୍ଡତାକୁ ସୁରକ୍ଷିତ ରଖିବାପାଇଁ ତାଙ୍କ ସରକାର କଦାପି ଅବହେଳା କରିବେ ନାହିଁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି । ସେ କହିଛନ୍ତି, ଜାତୀୟ ନିରାପତ୍ତାକୁ ଅଗ୍ରାଧିକାର ଦିଆଯିବ। କର୍ତ୍ତବ୍ୟ ସଂମ୍ପାଦନ ସମୟରେ ଦେଶପାଇଁ ବଳିଦାନ ଦେଇଥିବା ସାହସୀ ପୁରୁଷ ଓ ମହିଳା ଶହୀଦ୍‍ ଯବାନମାନଙ୍କ ପାଇଁ ଦେଶ ଆଜି ଗର୍ବିତ ବୋଲି ସେ କହିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories