www.samajalive.in
Saturday, December 6, 2025
16.1 C
Bhubaneswar

‘ନମାମୀ ଗଙ୍ଗେ’ର ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ, ବୈଠକ ପରେ ବୋଟ୍‌ରେ ଗଙ୍ଗା ନିରୀକ୍ଷଣ କଲେ

କାନପୁର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ‘ନମାମୀ ଗଙ୍ଗେ’ ପ୍ରକଳ୍ପର ସମୀକ୍ଷା କରିଛନ୍ତି। ଏ ନେଇ କାନପୁରର ଚନ୍ଦ୍ରଶେଖର ଆଜାଦ କୃଷି ବିଶ୍ଵବିଦ୍ୟାଳୟ ପରିସରରେ ଏକ ବୈଠକର ଆୟୋଜନ କରାଯାଇଥିଲା। ବୈଠକରେ ମୋଦୀ ଗଙ୍ଗାର ସ୍ବଚ୍ଛତା ଉପରେ ସମୀକ୍ଷା କରିଥିଲେ। ବୈଠକରେ ଯୋଗଦେଇଥିବା ଉତ୍ତରପ୍ରଦେଶ ଏବଂ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ, ଉତ୍ତରପ୍ରଦେଶ ଉପମୁଖ୍ୟମନ୍ତ୍ରୀ, କେନ୍ଦ୍ରୀୟ ଜଳଶକ୍ତି ମନ୍ତ୍ରୀଙ୍କ ସମେତ ଗଙ୍ଗା ନଦୀକୂଳବର୍ତ୍ତୀ ୫ ରାଜ୍ୟର ଅନେକ ମନ୍ତ୍ରୀ, ମୁଖ୍ୟ ସଚିବ, ପ୍ରମୁଖ ସଚିବମାନଙ୍କ ସହିତ ପ୍ରଧାନମନ୍ତ୍ରୀ ପ୍ରକଳ୍ପ ବିଷୟରେ ଆଲୋଚନା କରିଥିଲେ।

ବୈଠକ ଶେଷ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂହ ରାୱତ, ବିହାର ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦୀଙ୍କ ସହିତ ଅଟଳ ଘାଟରୁ ମୋଟର ବୋଟ୍‌ ଜରିଆରେ ଗଙ୍ଗାର ନିରୀକ୍ଷଣ କରିଥିଲେ। ଏହି ସମୟରେ ମୋଦୀ ସୀଶାମାଉ ନାଳ ନିକଟରେ ଛିଡ଼ା ହୋଇ ସେଲ୍‌ଫି ନେଇଥିଲେ। ଏହି ଅଞ୍ଚଳରେ ଏସପିଜି ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା। ଦୀର୍ଘ ଦିନରୁ ଗଙ୍ଗାରେ ପଡ଼ିଥିବା ସୀଶାମାଉ ନାଳର ଦିଗ ପରିବର୍ତ୍ତନ କରିବାରେ କେନ୍ଦ୍ର ସରକାର ସଫଳ ହୋଇଥିବାରୁ ପ୍ରଧାନମନ୍ତ୍ରୀ ଏଠାରୁ ସେଲ୍‌ଫି ନେଇଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories