www.samajalive.in
Friday, December 12, 2025
16.1 C
Bhubaneswar

ପ୍ରବଳ ବିରୋଧ ସତ୍ବେ କଲକାତାରେ ପହଞ୍ଚିଲେ ମୋଦୀ; ମମତାଙ୍କୁ ଭେଟିଲେ

କଲକାତା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ପଶ୍ଚିମବଙ୍ଗ ଗସ୍ତରେ ଯାଇ ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭେଟିଛନ୍ତି। ମୋଦୀଙ୍କ ଗସ୍ତର କିଛି ଘଣ୍ଟା ପୂର୍ବରୁ କଲକାତାରେ ପ୍ରବଳ ବିରୋଧ ଦେଖିବାକୁ ମିଳିଥିଲା। ବିଭିନ୍ନ ସ୍ଥାନରେ ‘ଗୋ ବ୍ୟାକ୍‌ ମୋଦୀ’ ପୋଷ୍ଟର ଲଗାଯାଇଥିଲା। ଏହା ସତ୍ବେ ମୋଦୀ କଲକାତାରେ ପହଞ୍ଚିବା ସହିତ ନାଗରିକତା ସଂଶୋଧନ ଆଇନ(ସିଏଏ)କୁ ବିରୋଧ କରୁଥିବା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭେଟିଥିଲେ।

ମୋଦୀ ବିମାନବନ୍ଦରରେ ପହଞ୍ଚି ସଡ଼କ ମାର୍ଗରେ ଯିବା ସମୟରେ ବିଭିନ୍ନ ସ୍ଥାନରେ ବିରୋଧୀ ରାଜନୈତିକ ଏବଂ ଅଣରାଜନୈତିକ ଦଳର କର୍ମୀମାନେ ବିକ୍ଷୋଭ କରିବା ସହିତ କଳାପତାକା ପ୍ରଦର୍ଶନ କରିଥିଲେ। ରାସ୍ତାରେ ‘ଗୋ ବ୍ୟାକ୍‌ ମୋଦୀ’ ସ୍ଳୋଗାନ ଶୁଣିବାକୁ ମିଳିଥିଲା। ମମତାଙ୍କ ମନ୍ତ୍ରିମଣ୍ଡଳର ଜଣେ ମନ୍ତ୍ରୀ ତଥା ଜାମିଅତ ଉଲେମା-ଏ-ହିନ୍ଦର ନେତା ସିଦ୍ଦିକୁଲ୍ଲା ଚୌଧୁରୀଙ୍କ ନେତୃତ୍ଵରେ କଲକାତା ଏବଂ ମୁର୍ସିଦାବାଦରେ ରାଲି ଆୟୋଜନ କରାଯାଇଥିଲା।

- Advertisement -

ଅନ୍ୟପଟେ ମୋଦୀ-ମମତାଙ୍କ ସାକ୍ଷାତ ପରେ କଂଗ୍ରେସ ମମତାଙ୍କୁ ଟାର୍ଗେଟ କରି ସମାଲୋଚନା କରିଛି। ମମତା ମୋଦୀଙ୍କ ସହିତ ଗୁପ୍ତ ବୁଝାମଣା କରିଥିବା କଂଗ୍ରେସ ଅଭିଯୋଗ କରିଛି। କଂଗ୍ରେସ କହିଛି ଯେ, ସିଏଏ ବିରୋଧରେ ସୋନିଆ ଗାନ୍ଧୀଙ୍କ ଆବାହକତ୍ଵରେ ଆସନ୍ତା ୧୩ ତାରିଖରେ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ସର୍ବଦଳୀୟ ବୈଠକକୁ ମମତା ବୟକଟ୍‌ କଲେ। କିନ୍ତୁ ୧୧ ତାରିଖରେ ମୋଦୀଙ୍କ ସହ ଆଲୋଚନା ପାଇଁ ଦିନ ଧାର୍ଯ୍ୟ କଲେ। ତାଙ୍କର ବାସ୍ତବ ଉଦ୍ଦେଶ୍ୟ ଲୋକଲୋଚନକୁ ଆସିଛି ବୋଲି ପଶ୍ଚିମବଙ୍ଗ କଂଗ୍ରେସ ସଭାପତି ସୋମେନ ମିତ୍ର କହିଛନ୍ତି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

Related Articles

Popular Categories