www.samajalive.in
Saturday, December 13, 2025
26.1 C
Bhubaneswar

ପାର୍ସଲ ବୋମା ବିସ୍ଫୋରଣ: ପୁଞ୍ଜିଲାଲକୁ ମିଳିଲା ଜାମିନ

ପାଟଣାଗଡ଼: ବଲାଙ୍ଗୀର ଜିଲା ପାଟଣାଗଡ଼ର ପାର୍ସଲ ବୋମା ବିସ୍ଫୋରଣ ମାମଲାର ଅଭିଯୁକ୍ତ ପୁଞ୍ଜିଲାଲ ମେହେରକୁ ଗୋଟିଏ ଦିନ ପାଇଁ ଜାମିନ ମିଳିଛି। ଶୁକ୍ରବାର ଅପରାହ୍ନରେ ପୁଞ୍ଜିଲାଲ ମେହେରର ମା’ ଇନ୍ଦୁମତୀ ମେହେରଙ୍କ ଦେହାନ୍ତ ହେବା ପରେ ତାଙ୍କ ଅନ୍ତେଷ୍ଟି କ୍ରିୟାରେ ଯୋଗ ଦେବା ପାଇଁ ପୁଞ୍ଜିଲାଲର ଓକିଲ ଏଡିଜେ କୋର୍ଟରେ ଆବେଦନ କରିଥିଲେ। ପାଟଣାଗଡ ଏଡିଜେ କୋର୍ଟ ଏହାର ଶୁଣାଣି କରି ଶନିବାର ଅପରାହ୍ନରେ ପୁଞ୍ଜିଲାଲକୁ ଗୋଟିଏ ଦିନ ପାଇଁ ଜାମିନ ପ୍ରଦାନ କରିଛନ୍ତି।

ସୂଚନାଯୋଗ୍ୟ, ୨୦୧୮ ଫେବୃଆରୀ ୨୩ ତାରିଖରେ ପାଟଣାଗଡ଼ରେ ପାର୍ସଲ ବୋମା ବିସ୍ଫୋରଣ ଘଟିଥିଲା। ଏଥିରେ ନବବାହିତ ସୌମ୍ୟଶେଖର ଏବଂ ତାଙ୍କର ଜଣେ ସମ୍ପର୍କୀୟ ଜେଜେମାଙ୍କ ମୃତ୍ୟୁ ଘଟିଥିଲା। କିନ୍ତୁ ସୌମ୍ୟଶେଖର ସ୍ତ୍ରୀ ରିମା ଅଳ୍ପକେ ବର୍ତ୍ତିଯାଇଥିଲେ। ଏହି ଘଟଣାର ମାଷ୍ଟର ମାଇଣ୍ଡ ଥିଲେ ଅଧ୍ୟାପକ ପୁଞ୍ଜିଲାଲ ମେହେର। ସୌମ୍ୟଶେଖର ମା’ଙ୍କ ସହ ତାଙ୍କର ପୂର୍ବ ଶତ୍ରୁତା ଥିବା କାରଣରୁ ପୁଞ୍ଜିଲାଲ ଏଭଳି କାଣ୍ଡ ଘଟାଇଥିଲେ। କିଛି ଦିନ ପୂର୍ବରୁ ପୁଞ୍ଜିଲାଲ ଜେଲରୁ ଫେରାର ହେବା ପାଇଁ ଉଦ୍ୟମ କରିଥିଲା।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories