www.samajalive.in
Thursday, December 11, 2025
15.1 C
Bhubaneswar

ବିଶ୍ବକପ-୨୦୨୩ ଖେଳିବା ମୋର ଲକ୍ଷ୍ୟ : ଆରୋନ ଫିଞ୍ଚ

ନୂଆଦିଲ୍ଲୀ : ଭାରତରେ ଖେଳାଯିବାକୁ ଥିବା ଆଗାମୀ ବିଶ୍ବକପ-୨୦୨୩ ଖେଳିବା ହେଉଛି ମୋର ଲକ୍ଷ୍ୟ। ଯଦି ମୋର ଫର୍ମ ଓ ଫିଟନେସ୍ ଠିକ୍ ରହେ ତେବେ ମୁଁ ନିଶ୍ଚିତ ଭାବେ ଏହି ବିଶ୍ବକପ ଖେଳିବି। ଏଥିପାଇଁ ମୁଁ ପ୍ରୟାସ ଜାରି ରଖିବି ବୋଲି ଶନିବାର କହିଛନ୍ତି ଅଷ୍ଟ୍ରେଲିଆ ଏକଦିବସୀୟ କ୍ରିକେଟ ଦଳର ଅଧିନାୟକ ଆରୋନ ଫିଞ୍ଚ।
୩୩ ବର୍ଷୀୟ ଫିଞ୍ଚ ୨୦୨୩ ବିଶ୍ବକପ ବେଳକୁ ୩୭ବର୍ଷରେ ପଦାର୍ପଣ କରି ସାରିଥିବେ। ତେଣୁ ଏନେଇ ବୟସକୁ ନେଇ ଗଣମାଧ୍ୟମାର ପ୍ରଶ୍ନର ଉତ୍ତର ରଖି ଫିଞ୍ଚ କହିଛନ୍ତି ଯେ, ଏବେ ମୋତେ ୩୩ବର୍ଷ ହୋଇଯାଇଥିଲେ ମଧ୍ୟ ମୁଁ ପୂର୍ବ ଭଳି କ୍ରିକେଟ ଖେଳି ପାରୁଛି। ତେବେ ୨୦୨୩ ବିଶ୍ବକପ ବେଳକୁ ମଧ୍ୟ ମୁଁ ଏହି ଭଳି କ୍ରିକେଟ ଖେଳିପାରିବି ବୋଲି ମୋର ଆଶା।
ଫିଞ୍ଚ ଏପର୍ଯ୍ୟନ୍ତ ଅଷ୍ଟ୍ରେଲିଆ ପକ୍ଷରୁ ୧୧୯ଟି ଏକଦିବସୀୟ ଏବଂ ୫୮ଟି ଟ୍ବେଣ୍ଟି-୨୦ ମ୍ୟାଚ ଖେଳିସାରିଛନ୍ତି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories