ମୁମ୍ବଇ: କବୀର ଖାନଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ‘୮୩’ରେ ସୁନୀଲ ଗାଭାସ୍କରଙ୍କ ଭୂମିକାରେ ଅଭିନୟ କରିଥିବା ଅଭିନେତା ତାହିର ରାଜ ଭସୀନଙ୍କ ପ୍ରଥମ ଲୁକ୍ ଶନିବାର ସାସ୍ନାକୁ ଆସିଛି। ପୂର୍ବରୁ ଚଳଚ୍ଚିତ୍ରର ମୁଖ୍ୟ ଚରିତ୍ର କପିଲ ଦେବଙ୍କ ଭୂମିକାରେ ଅଭିନୟ କରୁଥିବା ଅଭିନେତା ରଣବୀର ସିଂହଙ୍କ ଲୁକ୍ ସାମ୍ନାକୁ ଆସିଥିଲା। ଉଭୟ କଳାକାର ନିଜ ନିଜ ଚରିତ୍ର ଅନୁଯାୟୀ ସଠିକ୍ ଲୁକ୍ରେ ନଜର ଆସିଛନ୍ତି।
ନିର୍ଦ୍ଦେଶକ କବୀର ଖାନ୍ ସାମାଜିକ ଗଣମାଧ୍ୟମରେ ଭସୀନଙ୍କ ସୁନୀଲ ଗାଭାସ୍କର ଲୁକ୍ ଶେୟାର କରି ଲେଖିଛନ୍ତି, “ବିଶ୍ୱ କପ୍ରେ ଏଣ୍ଟ୍ରି କରିଥିବା ଏ ହିଁ କେବଳ ଜଣେ ବ୍ୟକ୍ତି ଥିଲେ ୱେଷ୍ଟ୍ ଇଣ୍ଡିଜ୍ ଖେଳାଳୀ ଭୟ କରୁଥିଲେ। ଭାରତର ଲିଟିଲ୍ ମାଷ୍ଟର ଭାବେ ପରିଚିତ ସୁନୀଲ ଗାଭାସ୍କରଙ୍କୁ ଭେଟନ୍ତୁ”।
https://www.instagram.com/p/B7KvcNjguvY/?utm_source=ig_web_copy_link
ସୂଚନାଯୋଗ୍ୟ, ‘୮୩’ ଚଳଚ୍ଚିତ୍ର ୧୯୮୩ରେ କ୍ରିକେଟ୍ ବିଶ୍ୱକପ୍ରେ ଭାରତର ବିଜୟ ଉପରେ ଆଧାରିତ। ଚଳଚ୍ଚିତ୍ରରେ ଦୀପିକାଙ୍କୁ କପିଲ ଦେବଙ୍କ ପତ୍ନୀ ରୋମୀଙ୍କ ଚରିତ୍ରରେ ନଜର ଆସିବେ। ଚଳଚ୍ଚିତ୍ରରେ ତାଙ୍କୁ ଅଳ୍ପ ସମୟ ପାଇଁ ଦେଖିବାକୁ ମିଳିବ। ଚଳିତ ବର୍ଷ ୧୦ ଏପ୍ରିଲରେ ହିନ୍ଦୀ, ତାମିଲ ଓ ତେଲୁଗୁ ଭାଷାରେ ‘୮୩’ ପରଦାକୁ ଆସିବ।



