www.samajalive.in
Monday, December 15, 2025
27.1 C
Bhubaneswar

ଚନ୍ଦ୍ରବାବୁ ନାଇଡୁଙ୍କ ସହ କଥା ହେଲେ ମୋଦି

ନୂଆଦିଲ୍ଲୀ : ଆନ୍ଧ୍ରପ୍ରଦେଶକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଦାବିରେ ତେଲୁଗ୍‌ ଦେଶମ ପାର୍ଟି (ଟିଡିପି) କେନ୍ଦ୍ରର ଏନଡିଏ ସରକାରରୁ ଓହରିଯିବା ପରେ ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟିଡିପି ମୁଖ୍ୟ ତଥା ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ସହ କଥା ହୋଇଛନ୍ତି । ଉଭୟ ପ୍ରାୟ ୧୦ ମିନିଟ ଧରି କଥାବାର୍ତ୍ତା ହୋଇଥିଲେ । ଏପଟେ ଟିଡିପିର ଦୁଇ କେନ୍ଦ୍ରୀୟ ମନ୍ତ୍ରୀ ଏବଂ ରାଜ୍ୟ ସରକାରରୁ ବିଜେପି ମନ୍ତ୍ରୀମାନେ ଇସ୍ତଫା ଦେଇଛନ୍ତି । ଏହି ଘଟଣାକ୍ରମ ପରେ ଚନ୍ଦ୍ରବାବୁ ନାଇଡୁ ଓ ମୋଦିଙ୍କ ମଧ୍ୟରେ କଥାବାର୍ତ୍ତାରୁ ସମାଧାନର ବାଟ ବାହାରିବ ବୋଲି ଆଶା କରାଯାଉଛି । ସେହିପରି କେନ୍ଦ୍ର ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇଥିବା ଟିଡିପିର ଦୁଇ ସାଂସଦ ଆଜି ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିବେ ବୋଲି ସୂଚନା ମିଳିଛି । ପ୍ରକାଶ ଯେ ବୁଧବାର ଚନ୍ଦ୍ରବାହୁ ନାଇଡୁ କେନ୍ଦ୍ରର ଏନଡିଏ ସରକାରରୁ ଓହରି ଯିବାର ଘୋଷଣା କରିଥିଲେ । ଗୁରୁବାର ଟିଡିପିର ଦୁଇ କେନ୍ଦ୍ର ମନ୍ତ୍ରୀ ନିଜ ପଦରୁ ଇସ୍ତଫା ଦେଇଥିଲେ । ସେପଟେ ରାଜ୍ୟ ମନ୍ତ୍ରିମଣ୍ଡଳରୁ ବିଜେପିର ଦୁଇ ନେତା ଇସ୍ତଫା ଦେଇଛନ୍ତି । ବୁଧବାର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ କହିଥିଲେ ଯେ ଚତୁର୍ଦ୍ଦଶ ଅର୍ଥ ଆୟୋଗଙ୍କ ସୁପାରିସକୁ କାର୍ଯ୍ୟକାରୀ କରାଯାଇଥିବାରୁ ଆନ୍ଧ୍ରପ୍ରଦେଶକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ପ୍ରଦାନ କରାଯାଇପାରିବ ନାହିଁ। ସମ୍ବିଧାନର ନିୟମ ଅନୁଯାୟୀ କେବଳ ଉତ୍ତର ପୂର୍ବାଞ୍ଚଳ ରାଜ୍ୟ ଓ ତିନିଟି ପାର୍ବତ୍ୟ ରାଜ୍ୟକୁ ହିଁ ସ୍ୱତନ୍ତ୍ର ମାନ୍ୟତା ପ୍ରଦାନ କରାଯାଇପାରିବ। ଆନ୍ଧ୍ରକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ପ୍ରଦାନ କରାଯିବା ପରିବର୍ତ୍ତେ ଏହାକୁ ଅନୁରୂପ ପରିମାଣର ଆର୍ଥିକ ସହାୟତା ପ୍ରଦାନ କରାଯିବ। କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ଏପରି ବୟାନ ପରେ ଚନ୍ଦ୍ରବାବୁ ନାଇଡୁ କେନ୍ଦ୍ର ସରକାରରୁ ଓହରିଯିବାର ନିଷ୍ପତ୍ତି ନେଇଥିଲେ ।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories