ସଚିବାଳୟରେ ମହୁମାଛି ଆକ୍ରମଣ
ଭୁବନେଶ୍ୱର: ସଚିବାଳୟ ପରିସରରେ ଗୁରୁବାର ଅପରାହ୍ନରେ ମହୁମାଛି ଆକ୍ରମଣ କରିଛନ୍ତି । ଆଦିବାସୀମାନଙ୍କ ସହ ମୁଖ୍ୟମନ୍ତ୍ରଙ୍କର ଏକ ଫଟୋ ସୁଟ କାର୍ଯ୍ୟକ୍ରମ ଥିବା ବେଳେ ଏହି ଘଟଣା ଘଟିଛି । ରାଜ୍ୟରେ ଥିବା ୬୨ ଟି ଆଦିବାସୀ ସମ୍ପ୍ରଦାୟ ଲୋକଙ୍କର ସଚିବାଳୟରେ ଏକ ଫଟୋ ସୁଟ ସହ ଭିଡିଓ ଉତ୍ତୋଳନର କାର୍ୟ୍ୟକ୍ରମ ଥିଲା । ଏତିକି ବେଳେ ସଚିବାଳୟ ମୁଖ୍ୟ ଦ୍ୱାର ନିକଟ ଛାତରେ ଥିବା ଏକ ମୁହୁଫେଣାରୁ ମହୁମାଛି ବାହାରି ପାଖରେ ଥିବା ଲୋକଙ୍କୁ ଆକ୍ରମଣ କରିଥିଲେ । ମହୁମାଛିଙ୍କ ଆକ୍ରମଣରୁ ବଞ୍ଚିବା ପାଇଁ ଲୋକମାନେ ସଚିବାଳୟରେ ଇଆଡେ ସିଆଡେ ଦଉଡିଥିଲେ । ମୁହୁମାଛି ଆକ୍ରମଣର ସିକାର ହୋଇଥିବା ଲୋକମାନଙ୍କୁ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସମସ୍ତଙ୍କ ଅବସ୍ଥା ସ୍ଥିର ଅଛି । ଶୁକ୍ରବାରରେ ଉତ୍କଳ ମଣ୍ଡପରେ ଆଦିବାସୀଙ୍କର ଏକ ରାଜ୍ୟ ସ୍ତରୀୟ ଉତ୍ସବ ଆୟୋଜନ ହେବାର ଅଛି ।