କୁପୱାଡାରେ ଯବାନଙ୍କ ଆତ୍ମହତ୍ୟା
ଶ୍ରୀନଗର : ଜାମ୍ମୁ କାଶ୍ମୀର କୁପୱାଡା ଜିଲାରେ ମୁତୟନ ଜଣେ ୩୬ ବର୍ଷିୟା ସୈନିକ ନିଜକୁ ଗୁଳି ମାରି ଆତ୍ମହତ୍ୟା କରିଥିବା ଜଣାପଡିଛି ।
ପୁଲିସ୍ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ୧୮ ରାଷ୍ଟ୍ରୀୟ ରାଇଫଲରେ ମୁତୟନ ରାଜସ୍ଥାନ ନିବାସୀ ଲାନ୍ସନାଏକ ଶଙ୍କର ସିଂହ କୁପୱାଡାରେ ସେନାର ଏକ ଶିବିରରେ ନିଜ ସର୍ଭିସ ରାଇଫଲରୁ ନିଜକୁ ଗୁଳି ମାରିଥିଲେ । ଶଙ୍କର ସିଂହଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା । ଆତ୍ମହତ୍ୟାର କାରଣ ଜଣାପଡିନାହିଁ ।
ଏହାପୂର୍ବରୁ ୩୦ ରାଷ୍ଟ୍ରୀୟ ରାଇଫଲ୍ସର ବିରେନ୍ଦ୍ର ସିଂହ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିଲେ ।