www.samajalive.in
Saturday, December 13, 2025
21.1 C
Bhubaneswar

ରବିଶଙ୍କରଙ୍କ ବିରୋଧରେ ଅଭିଯୋଗ ଦାଖଲ

ଲକ୍ଷ୍ନୌ : ଅଯୋଧ୍ୟା ମାମଲାରେ କୋର୍ଟ ମନ୍ଦିର ସପକ୍ଷରେ ରାୟ ନ ଦେଲେ ସିରିଆ ପରି ଭାରତରେ ମଧ୍ୟ ରକ୍ତପାତ ହେବ ବୋଲି କହି ଆଧ୍ୟାତ୍ମିକ ଗୁରୁ ଶ୍ରୀ ଶ୍ରୀ ରବିଶଙ୍କର ବିବାଦୀୟ ମନ୍ତବ୍ୟକୁ ବିଭିନ୍ନ ମହଲରୁ ନିନ୍ଦା କରାଯାଇଛି । ରବିଶଙ୍କରଙ୍କ ଏହି ମନ୍ତବ୍ୟ ବିରୋଧରେ ସର୍ବଭାରତୀୟ ମଜଲିସ-ଇ-ଇତ୍ତେହାଦ-ଉଲ୍‌ ମୁସଲିମିନ (ଏଆଇଏମ୍‌ଆଇଏମ୍‌)ର ନେତା ତହିଦ ସିଦ୍ଦିକି ଗୁରୁବାର ଲକ୍ଷ୍ନୌଠାରେ ଅଭିଯୋଗ ଦାଖଲ କରିଛନ୍ତି । ଏଭଳି ମନ୍ତବ୍ୟ ଲାଗି ରବିଶଙ୍କରଙ୍କୁ ଶିବସେନା ଏବଂ ଏଆଇଏମ୍‌ଆଇଏମ୍‌ ମୁଖ୍ୟ ଅସଦୁଦ୍ଦିନ୍‌ ଓୱେସି କଡ଼ା ସମାଲୋଚନା କରିଛନ୍ତି।

ରବିଶଙ୍କର ଏକ ଟିଭିରେ ସାକ୍ଷାତକାର ଦେବା ସମୟରେ କହିଥିଲେ ଯେ, କୋର୍ଟ ମନ୍ଦିର ନିର୍ମାଣ ସପକ୍ଷରେ ରାୟ ନ ଦେଲେ ରକ୍ତପାତ ହେବ। ସଂଖ୍ୟାଗରିଷ୍ଠ ହିନ୍ଦୁ ମୁସଲମାନଙ୍କ ବିରୋଧରେ ମନରେ ଆକ୍ରୋଶ ରଖିବେ। ତେବେ ଇସ୍‌ଲାମ ଅନୁଯାୟୀ କୌଣସି ବିବାଦୀୟ ସ୍ଥାନରେ ମୁସଲମାନ ନମାଜ ପାଠ କରିପାରିବେ ନାହିଁ। ଏଣୁ ସେମାନେ ଅଯୋଧ୍ୟାରେ ମସ୍‌ଜିଦ ନିର୍ମାଣ କରିପାରିବେ ନାହିଁ। ଏହିପ୍ରକାରେ ପ୍ରତ୍ୟେକଙ୍କ ବିଜୟ ହେବ ବୋଲି ସେ ଦର୍ଶାଇଥିଲେ।

- Advertisement -

ମାର୍ଚ୍ଚ ୧୪ରେ ଏହି ମାମଲାର ଶୁଣାଣି ପୂର୍ବରୁ ରବିଶଙ୍କର ଉଦ୍ଦେଶ୍ୟମୂଳକ ଭାବେ ଏଭଳି ମନ୍ତବ୍ୟ ଦେଇଥିବା ଓୱେସି ଅଭିଯୋଗ କରିଥିଲେ । ସେହିପରି ଶିବସେନା ପକ୍ଷରୁ ଏହାର ମୁଖପତ୍ର ‘ସାମନ୍ନା’ରେ ରବିଶଙ୍କରଙ୍କୁ ସମାଲୋଚନା କରାଯାଇଥିଲା । ଏହାପରେ ତାଙ୍କ ବିରୋଧରେ ଏତଲା ଦାଖଲ ହୋଇଛି ।

Hot this week

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଯବାନଙ୍କ ଶେଷକୃତ ସମ୍ପନ୍ନ

ଗୋପାଳପୁର -   ଗୋପାଳପୁର ଥାନା ଅନ୍ତର୍ଗତ ପୁରୁଣା ବକ୍ସିପଲ୍ଲୀ ଗ୍ରାମରେ  ସେନାର...

ପରିଶ୍ରା କରିଦେବାରୁ ପ୍ରଥମ ଶ୍ରେଣୀ ଛାତ୍ରକୁ ବାଡିରେ ମାଡ ମାରି ଆହତ କଲେ ଚତୁର୍ଥ ଶ୍ରେଣୀ ଛାତ୍ର

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସଲାଗୁଡା ପଞ୍ଚାୟତ ସଲାଗୁଡା...

ଭାରସ୍ୟାମ ହରାଇ ବାଇକ ଦୁର୍ଘଟଣା ଜଣେ ମୃତ

ପାଟଣା - ଘଟଗାଁ ଥାନା ଅଞ୍ଚଳ ୨୦ ନଂ ଜାତୀୟ ରାଜପଥର...

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

Related Articles

Popular Categories