www.samajalive.in
Saturday, December 6, 2025
14.1 C
Bhubaneswar

ମୋଦୀଙ୍କ ଜୀବନୀକୁ ନେଇ ନିର୍ମାଣ ହେବ ଚଳଚ୍ଚିତ୍ର

ନୂଆଦିଲ୍ଲୀ : ବର୍ତ୍ତମାନ ବଲିଉଡରେ ବହୁ ପ୍ରସିଦ୍ଧ ବ୍ୟକ୍ତିତ୍ୱଙ୍କ ଜୀବନୀକୁ ନେଇ ଚଳଚ୍ଚିତ୍ର ନିର୍ମାଣ କରାଯାଉଛି। ଏହି ପ୍ରତିଯୋଗିତାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜୀବନୀ ନିର୍ମିତ ଚଳଚ୍ଚିତ୍ର ରହିଛି। ଏହି ଚଳଚ୍ଚିତ୍ର ନିର୍ମାଣକୁ ନେଇ ସମସ୍ତ ଆଲୋଚନା ପ୍ରର୍ଯ୍ୟାଲୋଚନାର ଅନ୍ତ ଘଟିଛି। ଚଳଚ୍ଚିତ୍ର ସମିକ୍ଷକ ତରଣ ଆଦର୍ଶଙ୍କ କହିବା ଅନୁସାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉପରେ ଚଳଚ୍ଚିତ୍ର ନିର୍ମାଣ କରାଯିବ। ସେ ଟୁଇଟ କରି ଲେଖିଛନ୍ତି ଯେ ‘ଆନୁଷ୍ଠାନିକ ଭାବରେ ଏହି ଚଳଚ୍ଚିତ୍ର ନିର୍ମାଣ କରାଯିବ’। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଚରିତ୍ରରେ ଅଭିନେତା ବିବେକ ଓବରୟ ଅଭିନୟ କରିବା ଚୁଡାନ୍ତ ହୋଇଛି। ଏହି ଚଳଚ୍ଚିତ୍ରର ନାମ ‘ପିଏମ୍‍ ନରେନ୍ଦ୍ର ମୋଦୀ’ ରଖାଯାଇଛି। ଓମଙ୍ଗ କୁମାର ନିର୍ଦ୍ଦେଶନା ଦାୟିତ୍ୱ ନେଇଥିବା ବେଳେ ସନ୍ଦିପ ସିଂହ ପ୍ରଯୋଜକ ଭାର ତୁଲାଇଛନ୍ତି। ଚଳଚ୍ଚିତ୍ର ପୋଷ୍ଟର ଜାନୁଆରୀ ୭ ତାରିଖରେ ଲଞ୍ଚ କରାଯିବ। ଚଳଚ୍ଚିତ୍ରର ସୁଟିଂ ଜାନୁଆରୀରେ ଆରମ୍ଭ ହେବ। ଏହି ଚଳଚ୍ଚିତ୍ରର ସୁଟିଂ ଦିଲ୍ଲୀ, ମଧ୍ୟପ୍ରଦେଶ, ଉତ୍ତରାଖଣ୍ଡ ଆଦି ସ୍ଥାନରେ କରାଯିବ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories