www.samajalive.in
Saturday, December 6, 2025
15.1 C
Bhubaneswar

ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ା ; ୧୦ ବିଭାଗରେ ଓଡ଼ିଶାରୁ ୧୭୪ ପ୍ରତିଯୋଗୀ

ଭୁବନେଶ୍ବର : କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ୨୦୧୮-୧୯ ​‌ଖୋଲୋ ଇଣ୍ଡିଆ ଯୁବ କ୍ରୀଡ଼ା ପ୍ରତିଯୋଗିତା ମହାରାଷ୍ଟ୍ରର ପୁଣେଠାରେ ଆସନ୍ତା ୯ରୁ ୨୦ ପର୍ଯ୍ୟନ୍ତ ଆୟୋଜିତ ହେବ। ପ୍ରତିଯୋଗିତା ମୋଟ ୧୮ଟି କ୍ରୀଡ଼ା ବିଭାଗରେ ଖେଳାଯାଉଛି। ଏଥିରେ ଓଡ଼ିଶା ତରଫରୁ ୧୦ଟି ବିଭାଗରେ ମୋଟ ୧୭୪ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିବ। ୧୭ ବର୍ଷରୁ କମ୍‌ ଓ ୨୧ ବର୍ଷରୁ କମ୍‌ ବର୍ଗରେ ଖେଳାଯିବାକୁ ଥିବା ପ୍ରତିଯୋଗିତାରେ ଓଡ଼ିଶା ହକି, ଦୌଡ଼କୁଦ, ଫୁଟବଲ, ଖୋଖୋ, ସନ୍ତରଣ, ଭାରୋତ୍ତୋଳନ, ତୀରନ୍ଦାଜୀ, ଜିମ୍ନାଷ୍ଟିକ୍‌, କୁସ୍ତି, ବନ୍ଧୁକଚାଳନା ଆଦି ବିଭାଗରେ ଅଂଶଗ୍ରହଣ କରିବ। ପ୍ରତିଯୋଗିତା ଲାଗି ରାଜ୍ୟ କ୍ରୀଡ଼ା ଓ ଯୁବ ସେବା ବିଭାଗ ପକ୍ଷରୁ ୧୭ ବର୍ଷରୁ କମ୍‌ ଓ ୨୧ ବର୍ଷରୁ କମ୍‌ ବର୍ଗରେ ଖେଳାଳି ମନୋନୟନ କରାଯାଇଛି। ଖେଲୋ ଇଣ୍ଡିଆ ନିୟମ ଅନୁଯାୟୀ ରାଜ୍ୟସ୍ତରୀୟ ପ୍ରତିଯୋଗିତା ଆୟୋଜନ କରି ଜାତୀୟ ପ୍ରତିଯୋଗିତା ଲାଗି ଖେଳାଳି ମନୋନୟନ କରାଯିବା ଆବଶ୍ୟକ। କିନ୍ତୁ ଏଠାରେ ବ୍ୟତିକ୍ରମ ଦେଖିବାକୁ ମିଳିଛି। ବିନା​‌ ରାଜ୍ୟ ପ୍ରତିଯୋଗିତା ଆୟୋଜନରେ ଖେଳାଳି ମନୋନୟନ କରାଯାଇଥିବା ଅଭିଯୋଗ ହୋଇଛି। ୧୭ ବର୍ଷରୁ କମ୍‌ ଦଳ ଲାଗି ଜାତୀୟ ବିଦ୍ୟାଳୟ କ୍ରୀଡ଼ାରେ ଖେଳାଳିଙ୍କ ପ୍ରଦର୍ଶନକୁ ଆଧାର କରି ଦଳ ମନୋନୟନ କରାଯାଇଛି। ସେହିପରି ୨୧ ବର୍ଷରୁ କମ୍‌ ଦଳ ମହାବିଦ୍ୟାଳୟ ଓ କ୍ରୀଡ଼ା ଛାତ୍ରାବାସ ଖେଳାଳିମାନଙ୍କୁ ନେଇ ମନୋନୟନ କରାଯାଇଛି। ଯାହା ଫଳରେ ଛାତ୍ରାବାସ କିମ୍ବା ଜାତୀୟ ବିଦ୍ୟାଳୟ କ୍ରୀଡ଼ାରେ ଅଂଶଗ୍ରହଣ କରିନଥିବା ଯୁବ ପ୍ରତିଭାବାନ ଖେଳାଳିମାନେ ଖେଲୋ ଇଣ୍ଡିଆ କ୍ରୀଡ଼ାରେ ଭାଗ ନେବାରୁ ବଞ୍ଚିତ ହୋଇଛନ୍ତି। ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ାରୁ ପ୍ରତିଭାବାନ୍‌ ଖେଳାଳି ମନୋୟନ କରାଯାଇ ସ୍ବତନ୍ତ୍ର ତାଲିମ ପ୍ରଦାନ କରାଯିବ। ଓଡ଼ିଶା ଦଳ ୪ରୁ ବିିଭିନ୍ନ ପର୍ୟ୍ୟାୟରେ ପୁଣେ ଗସ୍ତ କରିବ ବୋଲି ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ା ଓଡ଼ିଶା ଚିପ୍‌ ଡି ମିଶନ ଅଧିକାରୀ ରାଜେନ୍ଦ୍ର ପାଣି ସୂଚନା ଦେଇଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories