www.samajalive.in
Monday, December 8, 2025
14.1 C
Bhubaneswar

ମହାମେଣ୍ଟ ମାଧ୍ୟମରେ ବଂଶବାଦର ବିକାଶ କରୁଛନ୍ତି ବିରୋଧୀ : ମୋଦୀ

ନୂଆଦିଲ୍ଲୀ : ଆସାମରେ ଜାତୀୟ ନାଗରିକ ପଞ୍ଜୀକରଣ ତାଲିକାରୁ କୌଣସି ଭାରତୀୟ ନାଗରିକ ବାଦ୍‍ ପଡ଼ିବେ ନାହିଁ ଏବଂ ତାଲିକାରେ ନାମନଥିବା ଲୋକମାନଙ୍କର ସବୁ ଆପତ୍ତି ଅଭିଯୋଗ ଦୂର କରିବା ଦିଗରେ ପର୍ଯ୍ୟାପ୍ତ ସୁଯୋଗ ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ସମ୍ବାଦ ସରବରାହ ସଂସ୍ଥା ଏଏନ୍‍ଆଇ ସହିତ ଏକ ସାକ୍ଷାତ୍‍କାରରେ ପ୍ରଧାନମନ୍ତ୍ରୀ ଏହା କହିଛନ୍ତି।
ତେବେ ଏନଆରସି ପ୍ରସଙ୍ଗରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ୍‍ୁ କଡ଼ା ସମାଲୋଚନା କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଯେଉଁମାନଙ୍କର ନିଜ ଉପରେ ଭରସା ନାହିଁ ସେମାନେ ଲୋକପ୍ରିୟତା ହରାଇବେ ବୋଲି ଭୟ କରୁଛନ୍ତି। ତେଣୁ ଗଣତାନ୍ତ୍ରିକ ଅନୁଷ୍ଠାନ ଗୁଡ଼ିକ ଉପରେ ସେମାନଙ୍କର ଆସ୍ଥା ତୁଟିଯାଇଥିବାରୁ ଗୃହଯୁଦ୍ଧ ରକ୍ତପାତ ଭଳି ଶବ୍ଦ ବ୍ୟବହାର କରି ଉତ୍ତେଜନାମୂଳକ ଭାଷଣ ଦେଇ ଅସ୍ଥିିରତା ସୃଷ୍ଟି କରୁଛନ୍ତି। ସେହିପରି ନିକଟରେ ଲୋକସଭାରେ ହୋଇଥିବା ଆସ୍ଥା ଭୋଟ୍‍ ଓ ରାଜ୍ୟସଭାର ଉପାଧ୍ୟକ୍ଷ ନିର୍ବାଚନରେ ବିରୋଧି ଦଳଗୁଡ଼ିକର ହତାଶାଭାବ ପ୍ରକାଶ ପାଇଥିବା ସେ କହିଛନ୍ତି। ବିରୋଧି ଦଳଗୁଡ଼ିକ ମହାମେଣ୍ଟ ଗଠନ କରି ବଂଶବାଦର ପ୍ରସାର ପାଇଁ ପ୍ରୟାସ କରୁଛନ୍ତି ବୋଲି ଶ୍ରୀ ମୋଦି କହିଛନ୍ତି।
ଅନ୍ୟପକ୍ଷରେ ଦେଶର ବିକାଶ ସଂପର୍କରେ ସୂଚନା ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତ ଦ୍ରୁତ ଅଭିବୃଦ୍ଧି ହାସଲକାରୀ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ଏକ ବୃହତ ଅର୍ଥନୀତି ଭାବେ ଉଭା ହୋଇଛି। ଗତ ଏକ ବର୍ଷ ମଧ୍ୟରେ ଦେଶରେ ୧ କୋଟି ନିଯୁକ୍ତି ସୁଯୋଗ ସୃଷ୍ଟି କରାଯାଇଛି। ଦେଶରେ ମୌଳିକ ଭିତ୍ତିଭୂମି କ୍ଷେତ୍ରରେ ପୁଞ୍ଜିନିବେଶ ସର୍ବକାଳୀନ ରେକର୍ଡ଼ ସ୍ତରରେ ପହଞ୍ଚିଛି। ଭାରତ ଷ୍ଟାର୍ଟ ଅପ୍‍ ହବ୍‍ରେ ପରିଣତ ହୋଇଛି ଏବଂ ପ୍ରତ୍ୟେକ୍ଷ ବିଦେଶୀ ପୁଞ୍ଜିନିବେଶ ବୃଦ୍ଧି ପାଇଥିବାରୁ ଯଥେଷ୍ଟ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି। ବିମାନ ଚଳାଚଳ କ୍ଷେତ୍ରରେ ଐତିହାସିକ ଅଭିବୃଦ୍ଧି ହାସଲ ହୋଇଛି ଏବଂ ବିଦେଶୀ ପର୍ଯ୍ୟଟକ ମାନଙ୍କ ସଂଖ୍ୟା ଶତକଡା ୧୪ ପ୍ରତିଶତ ବୃଦ୍ଧି ପାଇଛି। ୨୦୧୪ ମସିହାରେ ଦେଶରେ ୨ଟି ମୋବାଇଲ୍‍ ଫୋନ୍‍ କାରଖାନା ଥିଲାବେଳେ ଏବେ ଏହା ୧୨୦ରେ ପହଞ୍ଚିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ଅନ୍ୟ ପକ୍ଷରେ ଜାତିଭିତ୍ତିକ ସଂରକ୍ଷଣ ବ୍ୟବସ୍ଥା ଉଚ୍ଛେଦ ହେବା ସମ୍ଭାବନାକୁ ସେ ଖାରଜ କରି ଦେଇଛନ୍ତି। ଦେଶରେ ସଂରକ୍ଷଣ ବ୍ୟବସ୍ଥା ରହିବ, ଏ ନେଇ କେହି ସନ୍ଦେହ କରିବା ଉଚିତ ନୁହେଁ ବୋଲି ଶ୍ରୀ ମୋଦୀ କହିଛନ୍ତି। ମହିଳାମାନଙ୍କ ପ୍ରତି ବୃଦ୍ଧି ପାଉଥିବା ଅପରାଧ ଓ ଭିଡ୍‍଼ ଦ୍ୱାରା ସଙ୍ଗଠିତ ହତ୍ୟା ଘଟଣା ଆଦି ପ୍ରସଙ୍ଗରେ ତାଙ୍କ ଦଳର ସ୍ପଷ୍ଟ ନୀତି ରହିଛି ବୋଲି ସେ କହିଛନ୍ତି। ଏହିଭଳି ଘଟଣା ଦୁର୍ଭାଗ୍ୟଜନକ, ସମାଜରେ ଶାନ୍ତି ଓ ଏକତା ବଜାୟ ରଖିବାପାଇଁ ଏହାକୁ ରାଜନୀତିରୁ ଊର୍ଦ୍ଧ୍ବରେ ରହି ବିଚାର କରାଯିବା ଉଚିତ। ଭାରତ-ପାକିସ୍ତାନ ସମ୍ପର୍କ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ କହିଛନ୍ତି, ସେ ଦେଶରେ ନୂଆ ସରକାରଙ୍କ ଅଧୀନରେ ନିରାପଦ, ସୁରକ୍ଷିତ, ସ୍ଥିର ଓ ସମୃଦ୍ଧ ଅଞ୍ଚଳ ଗଠନ ଏବଂ ହିଂସା ଓ ଆତଙ୍କବାଦ ମୁକ୍ତ ପରିବେଶ ଗଠନ ଲାଗି ଉଦ୍ୟମ କରାଯିବ।
ସେହିପରି ଏକ ଇଂରାଜୀ ସମ୍ବାଦପତ୍ର ସହ ଅନ୍ୟ ଏକ ସାକ୍ଷାତ୍‍କାରରେ ଶ୍ରୀ ମୋଦି କହିଛନ୍ତି, ୨୦୧୪ ତୁଳନାରେ ୨୦୧୯ ଲୋକସଭା ନିର୍ବାଚନରେ ବିଜେପି ଅଧିକ ଭୋଟ୍‍ରେ ବିଜୟୀ ହେବ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories