www.samajalive.in
Saturday, December 13, 2025
23.1 C
Bhubaneswar

ବନ୍ୟା ଆଶ୍ରୟସ୍ଥଳୀରେ ବିପର୍ଯ୍ୟୟ ପ୍ରଶମନ ନେଇ ଅଗ୍ନିଶମ ବାହିନୀଙ୍କ ମକଡ୍ରିଲ

କଲମପୁର : ବାତ୍ୟା, ବନ୍ୟା, ଅଗ୍ନିକାଣ୍ଡ ଭଳି ଜାତୀୟ ବିପର୍ଯ୍ୟୟକୁ କିଭଳି ମୁକାବିଲା କରାଯାଇ ପାରିବ ସେନେଇ ସୋମବାର କଲମପୁର ବ୍ଲକ ଅଧିନସ୍ଥ ବାଲିଛଡା ଗ୍ରାମର ବନ୍ୟା ଆଶ୍ରୟସ୍ଥଳୀରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା ସଂସ୍ଥା ତରଫରୁ କଲମପୁର ବ୍ଲକ ପ୍ରଶାସନ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଡିଓ ବିଜୟ କୁମାର ମାଣ୍ଡାଙ୍ଗି ଅଧ୍ୟକ୍ଷତା କରିଥିବା ବେଳେ ଅତିରିକ୍ତ ତହସିଲଦାର ତନ୍ମୟ କୁମାର ଦରୱାନ ଯୋଗଦେଇ ଶୂନ୍ୟ ମୃତ୍ୟୁହାର ଉପରେ ଗୁରୁତ୍ୱ ଦେଇଥିଲେ। ତହସିଲଦାର ରୁଦ୍ର ମୋହନ ନାୟକ, ଜିଲ୍ଲା ମଙ୍ଗଳ ଅଧିକାରୀ ଅରବିନ୍ଦ ରାୟ, ସମିତି ଉପାଧ୍ୟକ୍ଷ ଚିନ୍ତାମଣି ବେହେରା, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶୁସାନ୍ତ କୁମାର ଖମାରୀ, ଜିଲ୍ଲା ପରିଷଦ ସଭ୍ୟା ଦୁହିତା ମାଝୀ, ନିବେଦିତା ହଂସ ଦେପୁର ସରପଞ୍ଚ ଟିଙ୍କଲ ପାତ୍ର, ଡାକ୍ତର ରେଣୁକା ହେମ୍ବ୍ରମ, ମାନସ କୁମାର ପଣ୍ଡା, ଅଗ୍ନିଶମ ବିଭାଗ ଅଧିକାରୀ ଶଙ୍କର ପ୍ରସାଦ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ରହିଥିଲେ। ସମସ୍ତଙ୍କ ସହଯୋଗ ହେଲେ ସମସ୍ତ ବିପର୍ଯ୍ୟୟରୁ ଜନ ଜୀବନକୁ ରକ୍ଷା କରାଯାଇ ପାରିବ ବୋଲି ମତବ୍ୟକ୍ତ କରିଥିଲେ।

ଯେତେବେଳେ କଳାହାଣ୍ଡିରେ ବର୍ଷା ତାଣ୍ଡବ ରଚେ ସେତେବେଳେ ଚର୍ଚ୍ଚାର ପରିଧିକୁ ଆସେ କଲମପୁର ବ୍ଲକ ଅଧିନସ୍ଥ ହାତୀ ନଦୀ କୂଳରେ ଥିବା ବାଲିଛଡା, ମାଟିଖାଲ, ବିରିପୁର, କର୍ମେଲ, ଜାମପଡ଼ା, ବଙ୍କାପଲା, ଖଣ୍ଡିଡଙ୍ଗରୀଗୁଡା, ଖଙ୍ଗାରଗୁଡା, ପରୁଆଗୁଡା ଏବଂ ଟେମରା ଗାଁ। ହାତୀ ନଦୀରେ ବନ୍ୟା ଯୋଗୁ ଏହି ସମସ୍ତ ଗାଁ ପ୍ରଭାବିତ ହୋଇଥାଏ। କିନ୍ତୁ ବନ୍ୟା ଆସିବା ପୂର୍ବରୁ ଏହି ସମସ୍ତ ଗାଁ ଲୋକଙ୍କୁ କିଭଳି ସୁରକ୍ଷା ଦିଆଯାଇ ପାରିବ, ବିଶେଷ କରି ଶିଶୁ, ବୃଦ୍ଧ, ଭିନ୍ନକ୍ଷମ ଏବଂ ରୋଗୀଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବ ସେନେଇ ଉପସ୍ଥିତ ଅଧିକାରୀମାନେ ବୁଝାଇଥିଲେ। ଏହାସହ ବନ୍ୟା ପରବର୍ତ୍ତୀ ସମସ୍ୟାର ସମାଧାନ କିପରି କରାଯିବ ସେନେଇ ଆଲୋଚନା କରାଯାଇଥିଲା। ଏହି ବନ୍ୟା ଓ ବାତ୍ୟା ମୁକାବିଲା ପାଇଁ ପୁଲିସ, ଗ୍ରାମ୍ୟ ଜଳ ଓ ପରିମଳ ବିଭାଗ, ଜଳ ସେଚନ ବିଭାଗ, ପ୍ରାଣୀ ସମ୍ପଦ ବିଭାଗ, ଶିଶୁ ବିକାଶ ବିଭାଗର ଦାୟିତ୍ୱ ଥିଲେ ମଧ୍ୟ ଏହି ସମସ୍ତ ବିଭାଗର କେହି ଅଧିକାରୀ ଆଜିର ପ୍ରସ୍ତୁତି ବୈଠକରେ ଉପସ୍ଥିତ ନଥିଲେ। ଏ ଅବସରରେ ବାଲିଛଡା ଗ୍ରାମର ସ୍ୱେଚ୍ଛାସେବୀ ଯୁବକ ଯୁବତୀଙ୍କୁ ଅଗ୍ନିମଶ ବିଭାଗ ତରଫରୁ କିଭଳି ଅଗ୍ନି ବିପନ୍ନ ଏବଂ ବନ୍ୟା ପ୍ରଭାବିତ ଅଥବା ନଦୀରେ ଭଆସିଯାଉଥିବା ଲୋକଙ୍କୁ ଉଦ୍ଧାର କରାଯାଇ ପାରିବ ସେନେଇ ମକଡ୍ରିଲ ମାଧ୍ୟମରେ ତାଲିମ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଗ୍ରାମପଂଚାୟତ ସଂପ୍ରସାରଣ ଅଧିକାରୀ କରୁଣାକର ବାଗ ପରିଚାଳନା କରିଥିବା ବେଳେ ଦେପୁର ପଂଚାୟତର କାର୍ଯ୍ୟ ନିର୍ବାହୀ ଅଧିକାରୀ ଜିତେନ୍ଦ୍ର କୁମାର, ଆଞ୍ଚଳିକ ସାଧାନ କେନଦ୍ର ସଂଯୋଜକ ମନୋଜ କୁମାର ମେହେର ପ୍ରମୁଖଙ୍କ ସମେତ ବାଲିଛଡା ବହୁମୁଖି ବନ୍ୟା ଆଶ୍ରୟ ସ୍ଥଳ ପରିଚାଳନା ସମିତିର ସଭ୍ୟସଭ୍ୟାମାନେ ସହଯୋଗ କରିଥିଲେ।

Hot this week

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

ଫୁଟବଲର କିଙ୍ଗ୍‌ ଲିଓନେଲ୍‌ ମେସିଙ୍କୁ ଭେଟିଲେ ଶାହାରୁଖ

ସମାଜ ଡିଜିଟାଲ ଡେସ୍କ: ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲ ଷ୍ଟାର ଲିଓନେଲ୍‌ ମେସି...

ଭୟଙ୍କର ସଡ଼କ ଦୁର୍ଘଟଣା, ଟ୍ରକ୍ ଏବଂ ଅଟୋ ଧକ୍କାରେ ୩ ମୃତ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ଉନ୍ନାଓରେ ଏକ ଭୟଙ୍କର ସଡ଼କ...

ନୋବେଲ ବିଜେତା କାହିଁକି ବାରମ୍ବାର ହେଉଛନ୍ତି ଗିରଫ ? ପୂର୍ବରୁ ହୋଇସାରିଛନ୍ତି ୧୩ଥର

ନୂଆଦିଲ୍ଲୀ: ନୋବେଲ ପୁରସ୍କାର ବିଜେତା ନର୍ଗିସ୍ ମହମ୍ମଦୀ ଏବେ ଚର୍ଚ୍ଚାରେ ରହିଛନ୍ତି।...

Related Articles

Popular Categories