ଟ୍ରାଫିକ ପୁଲିସ ପାଇଁ ୮୦ଟି ସ୍ଥାନରେ ସ୍ଥାପନ ହେବ ମୋବାଇଲ ଶୌଚାଳୟ
ଭୁବନେଶ୍ୱର: ଓଡିଶା ପୁଲିସରେ କାର୍ଯ୍ୟ କରୁଥିବା ଟ୍ରାଫିକ ପୁଲିସ କର୍ମଚାରୀଙ୍କ ସୁବିଧା ପାଇଁ ବିଭିନ୍ନ ସହରରେ ୮୦ଟି ମୋବାଇଲ ଶୌଚାଳୟ ସ୍ଥାପନ ପାଇଁ ନିଷ୍ପତ୍ତି ନେଇଛି। ପ୍ରାଥମିକ ପର୍ଯାୟରେ ଆଚାର୍ଯ୍ୟ ବିହାରରେ ଗୋଟିଏ ମୋବାଇଲ ଶୌଚାଳୟ ସ୍ଥାପନ କରାଯାଇଥିବା ବେଳେ ଆଗାମୀ ଦିନରେ ଜୟଦେବ ବିହାର, ନିକୋ ପାର୍କ, ନାଲକୋ ଛକ ଆଦି ୭ଟି ଟ୍ରାଫିକ ପୋଷ୍ଟରେ ମୋବାଇଲ ଶୌଚାଳୟ ସ୍ଥାପନ କରାଯିବ। କଟକରେ ମଧ୍ୟ ପାଞ୍ଚଟି ମୋବାଇଲ ଶୌଚାଳୟ ବସାଯିବା। ଏହା ସହ ପୁରୀ, ରାଉରକେଲା, ବାଲେଶ୍ବର, ସମ୍ବଲପୁର, ବାରିପଦା, ଅନୁଗୁଳ ଏବଂ ବ୍ରହ୍ମପୁର ସହରରେ ୪ ଦିନ ଭିତରେ ଏହି ସେବା ଯୋଗାଇ ଦିଆଯିବ। ୮୦ଟି ଶୌଚାଳୟରୁ ଓଡିଶା ପୁଲିସ ୪୦ଟି ମୋବାଇଲ ଶୌଚାଳୟକୁ ପାରଳାଖେମୁଣ୍ଡି, ଭବାନୀପାଟଣା, ବରଗଡ଼, ବଲାଙ୍ଗୀର, ଝାରସୁଗୁଡା, ବରଗଡ଼ ଓ ଫୁଲବାଣୀ ଜିଲାକୁ ଯୋଗାଇ ଦେଇଥିବା ଜଣାପଡିଛି। ପରବର୍ତ୍ତୀ ପର୍ଯ୍ୟାୟରେ ଅନ୍ୟ ୪୦ଟି ମୋବାଇଲ ଶୌଚାଳୟକୁ ଅନ୍ୟ ଜିଲ୍ଲାକୁ ଯୋଗାଇ ଦିଆଯିବ।
ପୂର୍ବରୁ କେବଳ ଭୁବନେଶ୍ବର ଓ କଟକରେ ମହିଳା ଟ୍ରାଫିକ ପୁଲିସ ନିୟୋଜିତ ହେଉଥିଲେ କିନ୍ତୁ ଏବେ ରାଜ୍ୟର ସମସ୍ତ ସହରରେ ମହିଳା ଟ୍ରାଫିକ ପୁଲିସ ନିୟୋଜିତ ହେଉଥିବାରୁ ଏହି ବ୍ୟବସ୍ତା ଗ୍ରହଣ କରାଯାଇଥିବା ପୁଲିସ ଡିଜି ବିଜୟ କୁମାର ଶର୍ମା କହିଛନ୍ତି। ସାର୍ବଜନିନ ଶୌଚାଳୟ କମ ଥିବାରୁ ଏହି ମୋବାଇଲ ଶୌଚାଳୟ ଖୁବ ସହାୟକ ହେବ। ପ୍ରତ୍ୟୋକ ମୋବାଇଲ ଟଏଲେଟରେ ୪ଟି କକ୍ଷ ରହିଛି ଯେଉଁଥିରେ ୨ଟି ପୁରୁଷ ଓ ୨ଟି ମହିଳାଙ୍କ ପାଇଁ ଉଦ୍ଦିଷ୍ଟ। ଶୌଚାଳୟରେ ପାଣି ଟାଙ୍କି, ବେସିନଓ ଆଲୋକ ବ୍ୟବସ୍ତା ମଧ୍ୟ ରଖାଯାଇଛି।
Comments are closed.