ମନ୍ଦିରରୁ ମୋବାଇଲ ଚୋରି: ବନ୍ଧା ହେଲେ ଯୁବକ

0

ନୀଳଗିରି: ପଞ୍ଚଲିଙ୍ଗେଶ୍ବର ଶୈବପୀଠ ନିକଟସ୍ଥ ଶିରିଡି ସାଇ ମନ୍ଦିରରୁ କିଛିଦିନ ପୂର୍ବରୁ ପୂଜକଙ୍କ ମୋବାଇଲ ଚୋରି ହୋଇଥିଲା। ଶନିବାର ସକାଳେ ନିକଟସ୍ଥ ଗୁହାଳିଆ ଗାଁର ଗଙ୍ଗା ନାମକ ଯୁବକଙ୍କୁ ଏକ ଖୁଣ୍ଟରେ ବାନ୍ଧି ସ୍ଥାନୀୟ ଲୋକେ ନିସ୍ତୁକ ମାଡ଼ ମାରିଛନ୍ତି। ମାଡ ଖାଇ ଗଙ୍ଗା ଦୋଷ ସ୍ବୀକାର କରିଥିବା ଜଣାପଡ଼ିଛି। ମାତ୍ର ୩ଶହ ଟଙ୍କାରେ ଖନ୍ତାପଡା ଥାନା ଦାଣ୍ଡକାଳୀ ଦେବୀପୀଠର ଜଣେ ଫୁଲ ବିକାଳିକୁ ମୋବାଇଲ ବିକ୍ରି କରିଥିବା ଜଣାପଡିବା ପରେ ଚୋରି ମୋବାଇଲକୁ ଉଦ୍ଧାର କରାଯାଇଛି।

Leave A Reply