ଭାରତରେ ମୋବାଇଲ ଇଣ୍ଟରନେଟ ବ୍ୟବହାରକାରୀ ସଂଖ୍ୟା ଜୁନ୍‌ ସୁଦ୍ଧା ୪୭ କୋଟି ଛୁଇଁବ

0

ନୂଆଦିଲ୍ଲୀ: ଚଳିତବର୍ଷ ଜୁନ୍‌ ମାସ ସୁଦ୍ଧା ଭାରତରେ ମୋବାଇଲ ଇଣ୍ଟରନେଟ ବ୍ୟବହାରକାରୀ ସଂଖ୍ୟା ୪୭.୮ କୋଟି ଛୁଇଁବ। ଶସ୍ତା ସ୍ମାର୍ଟଫୋନ, ଦ୍ରୁତ ସଂଯୋଗୀକରଣ ଓ ଉନ୍ନତ ସେବା ଆଧାରରେ ଏହି ରିପୋର୍ଟ ପ୍ରକାଶ ପାଇଛି।
୨୦୧୭ ଡିସେମ୍ବର ସୁଦ୍ଧା ମୋବାଇଲ ଇଣ୍ଟରନେଟ ବ୍ୟବହାରକାରୀ ସଂଖ୍ୟା ୪୫.୪ କୋଟିରେ ପହଞ୍ଚିଥିଲା; ଯାହାକି ୨୦୧୬ ଡିସେମ୍ବର ରିପୋର୍ଟଠାରୁ ୧୭ ପ୍ରତିଶତ ଅଧିକ ରହିଥିଲା। ମୋବାଇଲ ଇଣ୍ଟରନେଟ ବ୍ୟବହାରକାରୀଙ୍କ ମଧ୍ୟରେ ସର୍ବାଧିକ ରହିଛନ୍ତି ଯୁବବର୍ଗ। ଇଣ୍ଟରନେଟ ଓ ମୋବାଇଲ ଆସୋସିଏସନ ଅଫ୍‌ ଇଣ୍ଡିଆ (ଆଇଏଏମ୍‌ଏଆଇ) ଓ କେଏଏନ୍‌ଟିଏଆର-ଆଇଏମଆରବି ପକ୍ଷରୁ ମିଳିତ ସର୍ବେକ୍ଷଣରେ ଏହି ରିପୋର୍ଟ ପ୍ରକାଶ ପାଇଛି।
ଜୁନ ସୁଦ୍ଧା ସହରାଞ୍ଚଳ ମୋବାଇଲ ଇଣ୍ଟରନେଟ ବ୍ୟବହାରକାରୀ ସଂଖ୍ୟା ୨୯.୧ କୋଟି ଓ ଗ୍ରାମାଞ୍ଚଳରେ ୧୮.୭ କୋଟି ହେବ ବୋଲି ଆକଳନ କରାଯାଇଛି। ବର୍ଷକୁ ସହରାଞ୍ଚଳରେ ୧୮.୬୪ ପ୍ରତିଶତ ଓ ଗ୍ରାମାଞ୍ଚଳରେ ୧୫.୦୩ ହାରରେ ଇଣ୍ଟରନେଟ ବ୍ୟବହାରକାରୀ ସଂଖ୍ୟା ବଢ଼ିଚାଲିଛି। ବିଭିନ୍ନ ମୋବାଇଲ ନିର୍ମାତା କମ୍ପାନୀ ଶସ୍ତା ଓ ସୁଲଭ ମୂଲ୍ୟରେ ସ୍ମାର୍ଟଫୋନ ଉପଲବ୍ଧ କରାଉଛନ୍ତି। ସେହିପରି ଟେଲିକମ କମ୍ପାନୀଗୁଡ଼ିକ ମଧ୍ୟ କମ୍‌ ମୂଲ୍ୟରେ ଦ୍ରୁତ ସଂଯୋଗୀକରଣ ଇଣ୍ଟରନେଟ ସେବା ପ୍ରଦାନ କରୁଛନ୍ତି। ଯାହାଫଳରେ ମୋବାଇଲ ଇଣ୍ଟରନେଟ ୟୁଜର୍ସ ସଂଖ୍ୟାରେ ଅହେତୁକ ଭାବେ ବୃଦ୍ଧି ପାଉଛି।

Leave A Reply