www.samajalive.in
Saturday, December 6, 2025
17.1 C
Bhubaneswar

ସପ୍ତାହେ ପରେ ସ୍ଵାଭାବିକ ହେଲା ମୋବାଇଲ୍ ଇଣ୍ଟରନେଟ୍ ସେବା

ବାଲେଶ୍ୱର : ସପ୍ତାହେ ପରେ ବାଲେଶ୍ଵରରେ ସ୍ଵାଭାବିକ ହେଲା ମୋବାଇଲ୍ ଇଣ୍ଟରନେଟ୍। ଦୁଇ ଗୋଷ୍ଠୀ ମୁହାଁମୁହିଁ ହେବା ପରେ ମୋବାଇଲ୍ ସେବା ବନ୍ଦ ରହିଥିଲା। ଗୋଷ୍ଠୀ କନ୍ଦଳରୁ ବାଲେଶ୍ବର ସହରରେ ଉପୁଜିଥିବା ଉତ୍ତେଜନାପୂର୍ଣ୍ଣ ସ୍ଥିତିର କ୍ରମାଗତ ସୁଧାରକୁ ଦୃଷ୍ଟିରେ ରଖି ପ୍ରଶାସନ ଲାଗୁ ହୋଇଥିବା କର୍ଫ୍ୟୁକୁ କୋହଳ କରି ଚାଲିଛି। ପୂର୍ବ ଭଳି ସହଦେବଖୁଣ୍ଟା ଥାନା ଅଞ୍ଚଳରେ ସକାଳ ୫ଟାରୁ ରାତି ୯ଟା ଓ ଟାଉନ ଥାନା ଅଞ୍ଚଳରେ ସକାଳ ୫ଟାରୁ ଅପରାହ୍ଣ ୨ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ ରହିବ। ସ୍ଥିତିର ଲଗାତର ସୁଧାରକୁ ଗୁରୁତ୍ବ ଦେଇ ଆଜିଠାରୁ କର୍ଫ୍ୟୁ ଅଞ୍ଚଳରେ ଥିବା ସମସ୍ତ ସ୍କୁଲ କଲେଜ ଖୋଲିଛି।  ତେ​‌ବେ ଟାଉନ ଥାନା ଅଞ୍ଚଳରେ ସକାଳରୁ ସ୍କୁଲ ଆରମ୍ଭ ହୋଇ ଅପରାହ୍ଣ ୨ଟା ପୂର୍ବରୁ ଛୁଟି ହେବ ବୋଲି ଜିଲାପାଳ ଆଶିଷ ଠାକରେ ସୂଚନା ଦେଇଛନ୍ତି। ସେହିଭଳି ସହର​‌ରେ ଫେରୁଥିବା ସ୍ବାଭାବିକ ଅବସ୍ଥାକୁ ପ୍ରତିଦିନ ପରଖିବା ପରେ ବନ୍ଦ ରହିଥିବା ମୋବାଇଲ ଫୋନ ଇଣ୍ଟରନେଟ ସେବାକୁ କାର୍ଯ୍ୟକ୍ଷମ କରିବା ପାଇଁ ପ୍ରଶାସନ ପକ୍ଷରୁ ଗୃହ ବିଭାଗ ସହ ଆଲୋଚନା ହୋଇଥିଲା।  ଆଜିଠାରୁ ମୋବାଇଲ ଫୋନ ଇଣ୍ଟରନେଟ୍‌ ସେବା ଚାଲୁ ହୋଇଛି।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories