www.samajalive.in
Tuesday, December 9, 2025
26.1 C
Bhubaneswar

ବରିଷ୍ଠ ନାଗରିକଙ୍କୁ ଘର ପାଖରେ ମିଳିବ ଡ଼ାକ୍ତରୀ ଚିକିତ୍ସା; ଆରମ୍ଭ ହେବ ଭ୍ରାମ୍ୟମାଣ ସ୍ବାସ୍ଥ୍ୟସେବା

ବରିଷ୍ଠ ନାଗରିକମାନେ ଆଉ ଚିକିତ୍ସା ପାଇଁ ଡ଼ାକ୍ତରଖାନା ଯିବେ ନାହିଁ । ସେମାନଙ୍କ ନିମନ୍ତେ ଭ୍ରାମ୍ୟମାଣ ସ୍ବାସ୍ଥ୍ୟ ସେବା ଆରମ୍ଭ ହେବ । ଆସନ୍ତା ଅକ୍ଟୋବର ପହିଲାରୁ ସ୍ବାସ୍ଥ୍ୟସେବା ଯୋଗାଇବା ନିମନ୍ତେ ବ୍ୟବସ୍ଥା କରାଯିବ । ଏହି ସୂଚନା ଦେଇଛନ୍ତି ରାଜ୍ୟ ସାମାଜିକ ସୁରକ୍ଷା ମନ୍ତ୍ରୀ ଅଶୋକ ପଣ୍ଡା ।

କେନ୍ଦ୍ର ସରକାରଙ୍କ ଏହି ଯୋଜନା ଓଡ଼ିଶାରେ ବି କାର୍ଯ୍ୟନ୍ବୟନ ହେବ । ରାଜ୍ୟ ସରକାର ଏଥିନିମନ୍ତେ ଆବଶ୍ୟକ ସହାୟତା ଯୋଗାଇଦେବେ ଓ ଏହାକୁ କାର୍ଯ୍ୟକାରୀ କରିବା କ୍ଷେତ୍ରରେ ସମ୍ପୂର୍ଣ୍ଣ ସହଯୋଗ କରିବେ ।

- Advertisement -

ତେବେ ବରିଷ୍ଠ ନାଗରିକଙ୍କୁ ଭ୍ରାମ୍ୟମାଣ ଗାଡ଼ି ଜରିଆରେ କି ପ୍ରକାର ସେବା ଯୋଗାଇ ଦିଆଯିବା ସମ୍ଭବ ସେ ସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ହୋଇ ନାହିଁ । ଏ ସମ୍ପର୍କରେ ରାଜ୍ୟ ସରକାର ଏକ ମାର୍ଗଦର୍ଶିକା ପ୍ରସ୍ତୁତ କରିବେ । ଏଥିପାଇଁ ପ୍ରାୟ ୯ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି ଏବଂ ୧୦ ଲକ୍ଷରୁ ଅଧିକ ବରିଷ୍ଠ ନାଗରିକଙ୍କୁ ସ୍ବାସ୍ଥ୍ୟ ସେବା ଯୋଗାଇ ଦିଆଯିବାର ଲକ୍ଷ୍ୟ ରଖାଯାଇଛି ବୋଲି ସୂଚନା ମିଳିଛି ।

ସୂଚନା ଅନୁସାରେ ବରିଷ୍ଠ ନାଗରିକମାନଙ୍କ ନିମନ୍ତେ ଏକ ହେଲ୍ପଲାଇନ ନମ୍ବର ଜାରି କରାଯିବ । ସେମାନେ ଏହି ନମ୍ବର ଜରିଆରେ ସ୍ବାସ୍ଥ୍ୟ ସେବା ପାଇଁ ଯୋଗାଯୋଗ କରିପାରିବେ ।

Hot this week

ଆଉ ୧୮ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା : ଏମ୍‌ଭି-୨୬ରେ ୧୬୩ ଘର କ୍ଷତିଗ୍ରସ୍ତ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ବଢିଲା ଇଣ୍ଟରନେଟ୍ କଟକଣା। ପ୍ରଶାସନ ଆଉ ୧୮...

୫ ବର୍ଷରେ ଗଲାଣି ୫୧୮ ଦାଦନଙ୍କ ଜୀବନ

ସମାଜଲାଇଭ ଡେସ୍କ: ରାଜ୍ୟରେ ଦାଦନ ଶ୍ରମିକଙ୍କ ମୃତ୍ୟୁ ଘଟଣା ଦିନକୁ ଦିନ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟି-୨୦ ମ୍ୟାଚ୍ କୁ ନେଇ...

କେଉଁ ଡାଲି ଶରୀର ପାଇଁ ଜରୁରୀ: ରକ୍ତଚାପ, କୋଲେଷ୍ଟ୍ରଲ ଏବଂ ଓଜନ ମଧ୍ୟ ହ୍ରାସ ପାଇଥାଏ

ସମାଜ ଡିଜିଟାଲ ଡେସ୍କ: ଡାଲି ପୁଷ୍ଟିସାରରେ ଭରପୂର ରହିଥାଏ। ଏଥିରେ ପ୍ରଚୁର...

ସରିଲା ଶୀତକାଳୀନ ଅଧିବେଶନ

ଭୁବନେଶ୍ଵର: ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ। ନିର୍ଦ୍ଧାରିତ ସମୟ ପୂର୍ବରୁ ଅଧିବେଶନ...

Related Articles

Popular Categories