www.samajalive.in
Saturday, December 6, 2025
14.1 C
Bhubaneswar

ମୋ ସ୍କୁଲ୍ ଅଭିଯାନର ସମୀକ୍ଷା ବୈଠକ

ଜହ୍ନାପଙ୍କ: ବୌଦ୍ଧ ବ୍ଲକ ଖୁଣ୍ଟବନ୍ଧ ଗ୍ରାମପଞ୍ଚାୟତର ଜହ୍ନାପଙ୍କ ନୋଡାଲ ଉଚ୍ଚ ବିଦ୍ୟାଳୟରେ ମୋ ସ୍କୁଲ୍ ଅଭିଯାନର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୌଦ୍ଧ ବ୍ଲକ ଉପାଧ୍ୟକ୍ଷ ମନୋରଂଜନ ପୁରୋହିତଙ୍କ ସଭାପତିତ୍ୱରେ ଆୟୋଜିତ ବୈଠକରେ ସୁବର୍ଣ୍ଣ ଜୟନ୍ତି ସଭାପତି, ବିଜ୍ଞାନ ନିରୀକ୍ଷକ  ଦେବେନ୍ଦ୍ର କୁମାର ଦେହୁରୀ, ଜହ୍ନାପଙ୍କ ନୋଡାଲ ଉଚ୍ଚ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ଚାନ୍ଦ, ବୌଦ୍ଧ ବ୍ଲକ ଗୋଷ୍ଠି ଉନ୍ନୟନ ଅଧିକାରୀ ଦେବୀ ପ୍ରସାଦ ଦାସ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ କୃପାସିନ୍ଧୁ ପ୍ରାପ୍ତ, ମୁଣ୍ଡାପଡା ସରପଞ୍ଚ ବିଦ୍ୟାଧର ସ୍ୱାଇଁ ପ୍ରମୁଖ ମଞ୍ଚାସିନ ଥିଲେ।

ଅତିଥିମାନଙ୍କ ଦ୍ୱାରା ଦୀପ ପ୍ରଜ୍ୱଳନ କରି ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ଚାନ୍ଦଙ୍କ ସୂଚନା ଅନୁସାରେ ମୋ ସ୍କୁଲ୍ ଅଭିଯାନର କୋଷାଧ୍ୟକ୍ଷ ସ୍ୱର୍ଗତ ହିମାଂଶୁ ଶେଖର ସାହୁଙ୍କ ଉଦେଶ୍ୟରେ ଏକ ମିନିଟ୍ ନିରବ ପ୍ରର୍ଥନା କରାଯାଇଥିଲା। ବିଦ୍ୟାଳୟର ସହକାରୀ ଶିକ୍ଷକ ଆଦିତ୍ୟ କୁମାର ପ୍ରଧାନ ଅତିଥି ପରିଚୟ ପ୍ରଦାନ କରିଥିଲେ। ବିଜ୍ଞାନ ନିରୀକ୍ଷକ ଶ୍ରୀ ଦେହୁରୀ ମୋ ସ୍କୁଲ୍ ଅଭିଯାନର ଉଦେଶ୍ୟ ସଂପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ବୌଦ୍ଧ ଗୋଷ୍ଠି ଉନ୍ନୟନ ଅଧିକାରୀ ଦେବୀ ପ୍ରସାଦ ଦାସ “ ଶିଖାଇଥିଲ ଅ ଏବେ ଡାକୁଛି ଆ” ଚୁମ୍ବକରେ ତାଙ୍କ ଅଭିଭାଷଣ ପ୍ରଦାନ କରିଥିଲେ। କମିଟିରେ ଖାଲିଥିବା କୋଷାଧ୍ୟକ୍ଷ ପଦବୀ ପୂରଣ ପାଇଁ ଶ୍ରୀଯୁକ୍ତ ମନୋରଂଜନ ପୂରୋହିତଙ୍କୁ ମନୋନିତ କରାଯାଇଥିଲା ଏହି ସମିକ୍ଷା ବୈଠକରେ ପଦ୍ମନପୁର ଗ୍ରାମପଞ୍ଚାୟତର ସରପଞ୍ଚ ପ୍ରତାପ ପରିଡା, ଲକ୍ଷ୍ମୀପ୍ରସାଦ ଗ୍ରାମପଚାଂୟତର ସରପଂଚ ରାଜେନ୍ଦ୍ର ମେହେର, ଖୁଣ୍ଟବନ୍ଧ ଗ୍ରାମପଞ୍ଚାୟତର ଭାରପ୍ରପ୍ତ ସରପଂଚ ଚନ୍ଦ୍ରକାନ୍ତି ପ୍ରଧାନ, ଖୁଣ୍ଟବନ୍ଧ ଗ୍ରାମପଚାଂୟତର ସମିତି ସଭ୍ୟ ଯୁଧିଷ୍ଠିର ପ୍ରଧାନ,ଭୋଲାଗିରୀ ସାହୁ, ମୋହନ ସାହୁ, ସମ୍ଭୁ ଗିରି, ଯୋଗେଶ୍ୱର ମାହାକୁଡ, ଜୟଦେବ ପ୍ରଧାନ, ସୁରମଣୀ ବେହେରା, ନରେନ୍ଦ୍ର ବେହେରା, ବିଦ୍ୟାଳୟର ଶିକ୍ଷକ/ଶିକ୍ଷୟତ୍ରୀ ଓ ପୂର୍ବତନ ଛାତ୍ର ଓ ଅଭିଭାବକ ମାନେ ବୈଠକରେ ଯୋଗଦେଇଥିଲା। ଶେଷରେ ସହକାରୀ ଶିକ୍ଷକ ଶୁଧାଂଶୁ ଶେଖର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories