www.samajalive.in
Saturday, December 6, 2025
16.1 C
Bhubaneswar

‌ ସନ୍ନି ଦେଓଲଙ୍କୁ ‘ୱାଇ’ ବର୍ଗର ସୁରକ୍ଷା

ଚଣ୍ଡିଗଡ : ଗୁରୁଦାସପୁରର ଭାରତୀୟ ଜନତା ପାର୍ଟି ସାଂସଦ ତଥା ଅଭିନେତା ସନ୍ନି ଦେଓଲଙ୍କୁ ‘ୱାଇ’ (Y) ବର୍ଗର ସୁରକ୍ଷା ମିଳିବ। ବର୍ତ୍ତମାନ ତାଙ୍କ ସହିତ କେନ୍ଦ୍ରୀୟ ସୁରକ୍ଷା ବାହିନୀର ଏକ ଦଳ ରହିବେ। ସୂଚନାନୁସାରେ, ଆଇବି ରିପୋର୍ଟ ଏବଂ ସନ୍ନି ଦେଓଲଙ୍କ ଜୀବନକୁ ବିପଦ ଆଧାରରେ ଏହି ସୁରକ୍ଷା ଦିଆଯାଇଛି । ସନ୍ନି ଦେଓଲଙ୍କୁ ଯେଉଁ ବର୍ଗର ସୁରକ୍ଷା ଦିଆଯାଇଛି, ତାଙ୍କ ସହିତ ୧୧ ଜଣ ସୈନିକ ରହିବେ। ଏହା ବ୍ୟତୀତ ଦୁଇ ଜଣ ଚଝଙ ମଧ୍ୟ ତାଙ୍କ ସହିତ ରହିବେ।

ଦେଓଲଙ୍କ ସୁରକ୍ଷା ସେତେବେଳେ ବୃଦ୍ଧି କରାଯାଇଛି, ଯେତେବେଳେ ପଞ୍ଜାବରେ କୃଷି ଆଇନକୁ ତୀବ୍ର ବିରୋଧ କରାଯାଉଛି। ସନ୍ନି ଦେଓଲ ନିବେଦନ କରିଥିଲେ ଯେ କୃଷକ ଏବଂ ସରକାରଙ୍କ ମଧ୍ୟରେ କେହି ଆସିବା ଉଚିତ ନୁହେଁ। ଏହା ହେଉଛି ସେମାନଙ୍କର ଆପୋଷ ମାମଲା। ଉଭୟ ପକ୍ଷ କଥାବାର୍ତ୍ତା ମାଧ୍ୟମରେ ଏହାର ସମାଧାନ କରିବେ। ସାଂସଦ ସନ୍ନି ଟ୍ୱିଟର ଏବଂ ଫେସବୁକରେ ପୋଷ୍ଟ କରିଥିବା ଏକ ପୋଷ୍ଟରେ ଲେଖିଛନ୍ତି ଯେ ‘ମୁଁ ଜାଣେ ଅନେକ ଲୋକ ଏଥିରୁ ଫାଇଦା ନେବାକୁ ଚାହାଁନ୍ତି ଏବଂ ସେମାନେ ଏହି ପ୍ରସଙ୍ଗରେ ପ୍ରତବନ୍ଧକ ସୃଷ୍ଟି କରୁଛନ୍ତି । ଏପରି ଲୋକମାନେ କୃଷକମାନଙ୍କ ବିଷୟରେ ଆଦୌ ଚିନ୍ତା କରୁନାହାଁନ୍ତି। ଏଥିରେ ସେମାନଙ୍କର ନିଜର ସ୍ୱାର୍ଥ ରହିଛି।’

- Advertisement -

ସାଂସଦ ଦେଓଲ କହିଛନ୍ତି ଯେ ସେ ତାଙ୍କ ଦଳ ଏବଂ କୃଷକଙ୍କ ସହ ଅଛନ୍ତି ଓ ସବୁବେଳେ ଚାଷୀଙ୍କ ସହ ରହିବେ। ତାଙ୍କ ସରକାର ସବୁବେଳେ କୃଷକଙ୍କ କଲ୍ୟାଣ ବିଷୟରେ ଚିନ୍ତା କରିଆସୁଛନ୍ତି। ସେ ନିଶ୍ଚିତ ଯେ ଚାଷୀଙ୍କ ସହ କଥା ହେବା ପରେ ସରକାର ସଠିକ୍ ନିଷ୍ପତ୍ତି ନେବେ। ସୂଚନା ଯୋଗ୍ୟ ଦେଶ ତଥା ବିଦେଶରେ ଥିବା ପଞ୍ଜାବୀମାନେ ଚାଷୀଙ୍କ ସମର୍ଥନରେ ସ୍ୱର ଉତ୍ତୋଳନ କରୁଛନ୍ତି ଏବଂ ଭାରତୀୟ ଦୂତାବାସ ବାହାରେ ବିରୋଧ କରୁଛନ୍ତି।

ସନ୍ନି ଦେଓଲଙ୍କ ପିତା ତଥା ବଲିଉଡ ଅଭିନେତା ଧର୍ମେନ୍ଦ୍ର ମଧ୍ୟ ଟ୍ୱିଟ୍ କରି କୃଷକ ଆନ୍ଦୋଳନର ଶୀଘ୍ର ସମାଧାନ ପାଇଁ ଦାବି ଉଠାଇଛନ୍ତି । ସେ ଟ୍ୱିଟ୍ କରି କହିଛନ୍ତି ଯେ ମୋର କୃଷକ ଭାଇମାନଙ୍କ ଦୁଃଖ ଦେଖି ମୁଁ ବହୁତ ଦୁଃଖିତ। ସରକାର ଏହି ସମସ୍ୟାର ଶୀଘ୍ର ସମାଧାନ କରିବା ଉଚିତ୍।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories