www.samajalive.in
Tuesday, December 9, 2025
15.1 C
Bhubaneswar

ବାଉଁଶୁଣୀରେ ମୋ ସ୍କୁଲ ଅଭିଯାନ 

ବୌଦ୍ଧ : ବୌଦ୍ଧ ବ୍ଲକ ଅନ୍ତର୍ଗତ ବାଉଁଶୁଣୀ ବଉଦିଆପଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମୋ ସ୍କୁଲ ଅଭିଯାନ କାର୍ଯ୍ୟକ୍ରମ ବୈଠକ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ରଂଜନ ଦଣ୍ଡସେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବୌଦ୍ଧ ଗୋଷ୍ଠୀ ଶିକ୍ଷା ଅଧିକାରୀ ଧୃବ ଚରଣ ଘିବେଲା ମୁଖ୍ୟଅତିଥି ଓ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ କମଳାକାନ୍ତ ଦଳବେହେରା, ବାଉଁଶୁଣୀ ହାଇସ୍କୁଲର ପ୍ରଧାନଶିକ୍ଷକ ଧନେଶ୍ୱର ମଣ୍ଡଳ, ସିଆରସିସି ରାଜକୁମାର ପ୍ରଧାନ, ୱାର୍ଡସଭ୍ୟ ରମେଶ ପାତ୍ର ପ୍ରମୁଖ ଅତିଥି ଭାବରେ ଯୋଗ ଦେଇଥିଲେ। ବିଦ୍ୟାଳୟର ୩୫ ଜଣ ପୂରାତନ ଛାତ୍ର ବୈଠକରେ ଯୋଗଦେଇ ମୋ ସ୍କୁଲ ଅଭିଯାନ କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହିତ ବିଦ୍ୟାଳୟର ବିକାଶ ପାଇଁ ସହଯୋଗ କରିବାକୁ ସହମତି ପ୍ରଦାନ କରିଥିଲେ। ବୈଠକରେ ସର୍ବସମ୍ମତିକ୍ରମେ ଅନନ୍ତ ମେହେରଙ୍କୁ ଆଲୁମିନି କମିଟିର ସଭାପତି ଭାବରେ ମନୋନୀତ କରାଯାଇଥିଲା। ସହକାରୀ ଶିକ୍ଷକ ବୃନ୍ଦାବନ ହାତୀ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ପୂରାତନ ଛାତ୍ର ଜୟକୃଷ୍ଣ କମ୍ପ ଧନ୍ୟବାଦ ପ୍ରଦାନ କରିଥିଲେ। ସହକାରୀ ଶିକ୍ଷକ ଜ୍ୟୋତିଷ ମେହେର, ଚତୁର୍ଭୁଜ ଖମାରୀ, ଅଯୋଧ୍ୟା କମ୍ପ, ଅମିତା ତରିଆ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories