www.samajalive.in
Monday, December 15, 2025
15.1 C
Bhubaneswar

ଆମ ଶିକ୍ଷା ଜଗତ ଭାରତକୁ ଅମୃତକାଳରେ ନୂଆ ଉଚ୍ଚତାରେ ପହଞ୍ଚାଇବ

  • ଉତ୍କଳ ବିଶ୍ବବିଦ୍ୟାଳୟରେ ‘ମୋ ମାଟି ମୋ ଦେଶ’ ଅଭିଯାନରେ ସାମିଲ ହେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ
  • ଉତ୍କଳ ବିଶ୍ୱବିଦ୍ୟାଳୟରୁ  ଅମୃତ କଳସରେ ସଂଗୃହୀତ ମାଟି ନୂଆଦିଲ୍ଲୀର କର୍ତ୍ତବ୍ୟପଥରେ ସ୍ଥାନୀତ ହେବ

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନକ୍ରମେ ଦେଶ ପାଇଁ ବଳିଦାନ ଦେଇଥିବା ବୀରମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଉଦ୍ଦେଶ୍ୟରେ ଓଡ଼ିଶା ସମେତ ଦେଶବ୍ୟାପୀ ମୋ ମାଟି, ମୋ ଦେଶ ଅଭିଯାନ ଅନ୍ତର୍ଗତ ବିଭିନ୍ନ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି। ଦେଶ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିବା ଓ ବଳିଦାନ ଦେଇଥିବା ସାହସୀ ସ୍ୱାଧୀନତା ସଂଗ୍ରାମୀ ତଥା ସାହସୀ ବ୍ୟକ୍ତିଙ୍କୁ ସମ୍ମାନିତ କରିବା ଏହି ଅଭିଯାନର ଲକ୍ଷ୍ୟ । ଭାରତକୁ ଏକ ବିକଶିତ ଦେଶ କରିବା ସହ ଦାସତ୍ୱର ମାନସିକତାକୁ ମୂଳପୋଛ କରିବା ପାଇଁ ପ୍ରଧାନମନ୍ତ୍ରୀ ସ୍ୱାଧୀନତା ଦିବସରେ ପଞ୍ଚ ପ୍ରାଣର ମନ୍ତ୍ର ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ରାଷ୍ଟ୍ର ପାଇଁ ବଳିଦାନ ଦେଇଥିବା ଅମର ବୀରମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବ୍ୟାପୀ ଦେଇଥିବା ଆହ୍ୱାନକ୍ରମେ ‘ମେରି ମାଟି ମେରା ଦେଶ’ ବା ମୋ ମାଟି, ମୋ ଦେଶ ଅଭିଯାନରେ ବାଣୀ ଆରାଧନା ପୀଠ ଉତ୍କଳ ବିଶ୍ବବିଦ୍ୟାଳୟରେ କେନ୍ଦ୍ର କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ କେନ୍ଦ୍ର ସୂଚନା ଓ ପ୍ରସାରଣ ତଥା ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ସିଂ ଠାକୁର।

- Advertisement -

ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ଆଜି ମୁଁ ଜୀବନରେ ଯାହା ହୋଇଛି, ଏହି ଉତ୍କଳ ବିଶ୍ବବିଦ୍ୟାଳୟର ପବିତ୍ର ମାଟି ପାଇଁ ହୋଇଛି। ଏହି ଅବସରରେ ଓଡ଼ିଶାର ଜ୍ଞାନର ଏହି ମାଟିକୁ ପ୍ରଣାମ କରୁଛି। ଆମ ଶିକ୍ଷା ଜଗତ ଭାରତକୁ ଅମୃତକାଳରେ ନୂଆ ଉଚ୍ଚତାରେ ପହଞ୍ଚାଇବ ବୋଲି ସେ ପ୍ରକାଶ କରିଛନ୍ତି। ନିଜ ସଂଗ୍ରାମୀମାନଙ୍କୁ ସମ୍ମାନ ଦେବା, ବିକଶିତ ଭାରତରେ ଯୋଗଦାନ ରଖିବା ଏବଂ ଦେଶର ଏକତା ଓ ଅଖଣ୍ଡତାକୁ ବଜାୟ ରଖିବା ପାଇଁ ଆୟୋଜନ ହେଉଥିବା ମୋ ମାଟି ମୋ ଦେଶ ସେତେବେଳେ ଆୟୋଜନ ହେଉଛି, ଯେତେବେଳେ ଭାରତର ଚନ୍ଦ୍ରାୟାନ- ୩ ମିଶନ ସଫଳ ହୋଇଛି ଏବଂ ସୂର୍ୟ୍ୟ ଅଭିଯାନ ପାଇଁ ଆଦିତ୍ୟଏଲ-୧ ଉତକ୍ଷେପଣ କରାଯାଇଛି । ଜି-୨୦ ମାଧ୍ୟମରେ ବିଶ୍ୱ ନେତୃତ୍ୱମାନେ ଭାରତ ଗସ୍ତରେ ଆସି ଭାରତର ମାନ୍ୟବର ରାଷ୍ଟ୍ରପତିଙ୍କ ଦ୍ୱାରା ନିମନ୍ତ୍ରିତ ନୈଶ୍ୟଭୋଜିରେ ସାମିଲ ହୋଇଛନ୍ତି, ଏହି ସବୁ ବିଷୟ ସମଗ୍ର ଭାରତବର୍ଷ ପାଇଁ ଗୌରବମୟ ଉପଲବ୍ଧି।

ଦେଶକୁ ସ୍ୱାଧୀନତା ଦେବାରେ ଓ ଆମକୁ ଦାସତ୍ୱ ମାନସିକତାରୁ ମୁକ୍ତି ଦେବା ପାଇଁ ଅନେକ ସଂଗ୍ରାମୀଙ୍କ ପରିଶ୍ରମ, ତ୍ୟାଗ ଓ ବଳିଦାନ ରହିଛି। ଦେଶର ସ୍ୱତନ୍ତ୍ରତା ପାଇଁ ଓଡ଼ିଶାର ଜୟୀ ରାଜଗୁରୁ, ବକ୍ସି ଜଗବନ୍ଧୁ, ବିର୍ସା ମୁଣ୍ଡା, ନିର୍ମଳ ମୁଣ୍ଡା, ଶହୀଦ ଲକ୍ଷ୍ମଣ ନାଏକ, ଶହୀଦ ବାଜି ରାଉତ, ଉତ୍କଳମଣି ଗୋପବନ୍ଧୁ ଦାସ, କୁଳ ବୃଦ୍ଧ ମଧୁବାବୁ ଓ ଡକ୍ଟର ହରେକୃଷ୍ଣ ମହତାବଙ୍କ ଭଳି ଅନେକ ସଂଗ୍ରାମୀ ଓ ମହାପୁରୁଷଙ୍କ ଯୋଗଦାନ ଅବିସ୍ମରଣୀୟ। ଦେଶର ସ୍ୱାଧୀନତା ପାଇଁ ତ୍ୟାଗ ଦେଇଥିବା ସଂଗ୍ରାମୀ ଓ ସ୍ୱାଧୀନତା ପରେ ଦେଶକୁ ସୁରକ୍ଷିତ ରଖିବା ପାଇଁ ବଳିଦାନ ଦେଇଥିବା ଯବାନ ମାନଙ୍କ ସ୍ମରଣାର୍ଥେ ଆୟୋଜିତ ‘ମୋ ମାଟି ମୋ ଦେଶ’ ଦେଶରେ ନୂଆ ଜାଗରଣ ଆଣିଛି । ଆଜି ଏହି କାର୍ଯ୍ୟକ୍ରମରେ ଉତ୍କଳ ବିଶ୍ୱବିଦ୍ୟାଳୟର ସବୁ ହଷ୍ଟେଲରୁ ଯୁବସାଥୀଙ୍କ ଦ୍ୱାରା ସଂଗୃହିତ ମାଟି ନୂଆଦିଲ୍ଲୀର କର୍ତ୍ତବ୍ୟ ପଥରେ ସ୍ଥାନିତ ହେବ। ଅମୃତକାଳରେ ଭାରତ ନୂଆ ଉଚ୍ଚତାରେ ପହଞ୍ଚିବ ଏବଂ ଦେଶକୁ ଏହି ଉଚ୍ଚତାକୁ ନେବାର ନେତୃତ୍ୱ ଭାରତର ଶିକ୍ଷା ଜଗତ ନେବ। ଏଥିରେ ଉତ୍କଳ ବିଶ୍ୱବିଦ୍ୟାଳୟର ବି ଯୋଗଦାନ ରହିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

କେନ୍ଦ୍ର ସୂଚନା ଓ ପ୍ରସାରଣ ତଥା ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ସିଂ ଠାକୁର ‘ପଞ୍ଚ ପ୍ରାଣ’ର ଶପଥ ପାଠ କରାଇଥିଲେ। ଏହି ପାଞ୍ଚ ପ୍ରାଣ ହେଉଛି – ‘୨୦୪୭ ସୁଦ୍ଧା ଭାରତକୁ ଏକ ଆତ୍ମନିର୍ଭର ତଥା ବିକଶିତ ରାଷ୍ଟ୍ରରେ ପରିଣତ କରିବାର ସ୍ୱପ୍ନକୁ ସାକାର କରିବା’। ‘ଦାସତ୍ୱର ମାନସିକତାକୁ ସମୁଳେ ନିପାତ କରିବା । ଦେଶର ସମୃଦ୍ଧ ସଂସ୍କୃତି ଓ ପରମ୍ପରାକୁ ନେଇ ଗର୍ବ କରିବା’। ‘ଭାରତର ଏକତା ଓ ଅଖଣ୍ଡତାକୁ ସୁଦୃଢ଼ କରିବା ଏବଂ ଦେଶର ସୁରକ୍ଷା ପାଇଁ ସମର୍ପିତ ବ୍ୟକ୍ତି ବିଶେଷଙ୍କୁ ସମ୍ମାନ କରିବା’। ‘ନାଗରିକ ଭାବେ ଦେଶ ପ୍ରତି ନିଜର କର୍ତ୍ତବ୍ୟକୁ ନିଷ୍ଠାର ସହ ପରିପାଳନ କରିବା’ ବୋଲି ଛାତ୍ରଛାତ୍ରୀଙ୍କୁ ‘ପଞ୍ଚ ପ୍ରାଣ’ ଶପଥରେ କରାଇଥିଲେ। କେନ୍ଦ୍ର କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ କେନ୍ଦ୍ର ସୂଚନା ଓ ପ୍ରସାରଣ ତଥା ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ସିଂ ଠାକୁରଙ୍କୁ ଉତ୍କଳ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ‘ଅମୃତ କଳସ’ ପ୍ରଦାନ କରିଥିଲେ। ଦେଶ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିବା ଓ ବଳିଦାନ ଦେଇଥିବା ସାହସୀ ସ୍ୱାଧୀନତା ସଂଗ୍ରାମୀଙ୍କୁ ତ୍ୟାଗ ଓ ସମର୍ପଣ ଭାବନାକୁ ମନେପକାଇବା ଏବଂ ମା, ମାଟି ଓ ଶହୀଦଙ୍କୁ ସମ୍ମାନ ଜଣାଇବା ପାଇଁ ଛାତ୍ରଛାତ୍ରୀଙ୍କୁ ଆହ୍ବାନ ଦେଇଥିଲେ।

କାର୍ଯ୍ୟକ୍ରମରେ ଦେଶ ପାଇଁ କାର୍ଯ୍ୟକ୍ରମରେ ଦେଶ ପାଇଁ ବଳିଦାନ ଦେଇଥିବା ବୀର ମାନଙ୍କ ପରିବାରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମରେ ୧୦ଟି ଶହୀଦ ପରିବାର ସଦସ୍ୟ ଯୋଗଦେଇଥିଲେ। ​‌

ଏହି ଅବସରରେ ଓଡ଼ିଶା ସେକ୍ଟର ସିଆରପିଏଫ ଡିଆଇଜି ପୁଖରାଜ ଜୟପାଲ ବକ୍ତବ୍ୟ ରଖିଥିଲେ। ନେହେରୁ ଯୁବ କେନ୍ଦ୍ର ରାଜ୍ୟ ନିର୍ଦେଶିକା ହନି ସିହ୍ନା ସ୍ବାଗତ ଭାଷଣ ଦେଇଥିବାବେଳେ ଆଞ୍ଚଳିକ ନିର୍ଦେଶିକା ସରିତା ପଟେଲ ଧନ୍ୟବାଦ ଅର୍ପଣ କରିଥିଲେ।
ଦୁଇ କେନ୍ଦ୍ରମନ୍ତ୍ରୀ ଉତ୍କଳ ବିଶ୍ବବିଦ୍ୟାଳୟ ଫାଟକ ସମ୍ମୁଖରେ ପହଞ୍ଚିବା ପରେ ପ୍ରଥମେ ବାଗ୍‌ଦେବୀ ସରସ୍ବତୀଙ୍କୁ ପୁଷ୍ପାର୍ଘ୍ୟ ପ୍ରଦାନ କରିଥିଲେ। ଏହାପରେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଓ ବ୍ୟାସକବି ଫକୀରମୋହନ ସେନାପତିଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସେଠାରୁ ଏକ ଶୋଭାଯାତ୍ରାରେ ଆସି ବାଣୀବିହାର ପରିସରରେ ଶହୀଦ ‘ସ୍ମାରକୀ ଫଳକ’ର ଉନ୍ମୋଚନ ସହ ଚାରାରୋପଣ କରିଥିଲେ।

ଉତ୍କଳ ବିଶ୍ବବିଦ୍ୟାଳୟ ଏବଂ ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ଆୟୋଜିତ ‘ମୋ ମାଟି, ମୋ ଦେଶ’ କାର୍ଯ୍ୟକ୍ରମରେ ଉତ୍କଳ ବିଶ୍ବବିଦ୍ୟାଳୟର ସମସ୍ତ ଅନୁବନ୍ଧିତ ମହାବିଦ୍ୟାଳୟ ଏବଂ ବାଣୀବିହାର କ୍ୟାମ୍ପସର ପିଜି-ପିଏଚଡି ଛାତ୍ରଛାତ୍ରୀ ଶିକ୍ଷକ-ଶିକ୍ଷୟିତ୍ରୀ ଓ କର୍ମଚାରୀ ଯୋଗ ଦେଇଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories