ଡେସ୍କ: ବଦଳିପାରେ ‘ମୋ ବସ’ର ନାମ। ‘ମୋ ବସ’ର ନାଁ ବଦଳି ‘ଆମ ବସ’ ହୋଇପାରେ। ଆବଶ୍ୟକ ହେଲେ ଏ ନେଇ ଆଲୋଚନା ହେବ ବୋଲି ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି। ଆଜି ‘ମୋ ବସ’ରେ ଡଃ ମହାପାତ୍ର ଯାତ୍ରା କରିଥିଲେ। ସାମ୍ବାଦିକ ମାନଙ୍କ ସହ କଥାବାର୍ତ୍ତା ବେଳେ ସେ କହିଛନ୍ତି, ‘ମୋ’ର ଅର୍ଥ ହେଉଛି ଅହଂ ଭାବ, ତେଣୁ ‘ଆମେ’ ହେଲେ ଭଲ ହେବ। ଆବଶ୍ୟକ ପଡ଼ିଲେ ବସ୍ ସଂଖ୍ୟା ବୃଦ୍ଧି କରାଯିବ ବୋଲି ସେ କହିଛନ୍ତିା
ଡଃ ମହାପାତ୍ର କହିଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ପରେ କରି ‘ମୋ ବସ୍’ର ନାମ ଓ ରଙ୍ଗ ବଦଳିବ। ଭୁବନେଶ୍ୱର ଓ କଟକ ପାଇଁ ଆହୁରି ୧୦ ଲେଖାଏଁ ବସ୍ ଅଣାଯିବ। ଏହାଛଡା ପ୍ରଧାନମନ୍ତ୍ରୀ ଇ-ବସ ଯୋଜନାରେ ଓଡ଼ିଶାକୁ ୪୦୦ ବସ୍ ଆସିବାକୁ ଥିବା ବେଳେ ଭୁବନେଶ୍ୱର, କଟକ ସମେତ ରାଜ୍ୟର ଅନ୍ୟାନ ସ୍ଥାନରେ ମଧ୍ୟ ଏହି ବସ୍ ଚଳାଚଳ କରିବ ବୋଲି ମନ୍ତ୍ରୀ କହିଛନ୍ତି।
ସୂଚନା ଯୋଗ୍ୟ, ବିଜେଡି ସରକାର ଆରମ୍ଭରେ ରାଜ୍ୟରେ ଆରମ୍ଭ ହୋଇଥିବା ‘ଲକ୍ଷ୍ମୀ’ ବସର ନାଁ ପରିବର୍ତ୍ତନ କରାଯାଇ ‘ମୁଖ୍ୟମନ୍ତ୍ରୀ’ ବସ ସେବା କରାଯାଇଥିବା ବେଳେ ବସ ଗୁଡିକୁ ଗେରୁଆ ରଙ୍ଗ କରାଯାଇଛି।



