ପୁଣି ମୋ ବସ ଧକ୍କା, ୨ ଗୁରୁତର

ଭୁବନେଶ୍ୱର: ଭୁବନେଶ୍ୱରରେ ପୁଣି ମୋ ବସ ଧକ୍କାରେ ୨ଜଣ ଗୁରୁତର ଆହତ ହୋଇଛନ୍ତି। ଆଜି ଚନ୍ଦ୍ରଶେଖରପୁର ବିଡିଏ ଛକରେ ମୋ ବସ ଦୁର୍ଘଟଣାରେ ୨ଜଣ ଯୁବତୀ ଗୁରୁତର ହୋଇଥିବା ସୂଚନା ମିଳିଛି। ବାରମ୍ବାର ମୋ ବସ ଦୁର୍ଘଟଣା ଘଟାଉଥିବାରୁ ସ୍ଥାନୀୟ ଲୋକେ ଏହାର ସ୍ଥାୟୀ ସମାଧାନ କିଭଳି କରାଯିବ ସେଥିନେଇ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି।

Comments are closed.