www.samajalive.in
Saturday, December 6, 2025
14.1 C
Bhubaneswar

ଜିଲା ଷ୍ଟାଡିୟମକୁ କ୍ରୀଡା ଉପଯୋଗୀ କରିବାକୁ ବିଧାୟକଙ୍କ ପ୍ରତିଶ୍ରୁତି, ଷ୍ଟାଡିୟମରୁ ହଟିଲା ହେଲିପ୍ୟାଡ

ବୌଦ୍ଧ: ଦୀର୍ଘବର୍ଷ ହେଲା ନିର୍ମାଣ ଚାଲିଥିବା ଜିଲା ଷ୍ଟାଡିୟମକୁ ତୁରନ୍ତ କ୍ରୀଡା ଉପଯୋଗୀ କରାଯିବ ବୋଲି ବୌଦ୍ଧର ନବନିର୍ବାଚିତ ବିଧାୟକ ସରୋଜ କୁମାର ପ୍ରଧାନ ପ୍ରକାଶ କରିଛନ୍ତି। ଜିଲାରେ ବିଭିନ୍ନ କ୍ରୀଡ଼ା ହଜି ଯାଉଥିବାବେଳେ ଷ୍ଟାଡିୟମ ନିର୍ମାଣ କାର୍ୟ୍ୟ ସରୁ ନ ଥିôବାରୁ ଖେଳାଳୀମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି। ଦୁଇଦିନ ତଳେ ପ୍ରାକୃତିକ ବିପର୍ୟ୍ୟୟ ମୁକାବିଲା ପ୍ରସ୍ତୁତି ବୈଠକରେ ଖେଳ ପାଇଁ ଉଦ୍ଦିଷ୍ଟ ଷ୍ଟାଡିୟମ ମଧ୍ୟରେ କଂକ୍ରିଟ୍ ହେଲିପ୍ୟାଡ ନିର୍ମାଣ କରାଯିବାକୁ ନେଇ ବିଧାୟକ ଅସନ୍ତୋଷ ପ୍ରକାଶ କରିବା ସହିତ ତୁରନ୍ତ ଉକ୍ତ ହେଲିପ୍ୟାଡକୁ ହଟାଇବାକୁ ପୂର୍ତ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ। ପରେ ବିଧାୟକ ପ୍ରଧାନ ଷ୍ଟାଡିୟମ ପରିସର, ସନ୍ତରଣାଗାର ଆଦି ବୁଲି ଦେଖିବା ସହ ତୁରନ୍ତ ଏହାକୁ ଖେଳ ଉପଯୋଗୀ କରାଯିବ ବୋଲି ପ୍ରକାଶ କରିଥିଲେ।

ବିଧାୟକଙ୍କ ନିର୍ଦ୍ଦେଶପରେ ଶନିବାର ଉକ୍ତ ହେଲିପ୍ୟାଡକୁ ଭାଙ୍ଗି ଦିଆଯାଇଛି। ସୂଚନାଯୋଗ୍ୟ, ଦେଢବର୍ଷ ତଳେ ତତ୍କାଳୀନ ଜିଲାପାଳ ଷ୍ଟାଡିୟମ ଭିତରେ ହେଲିପ୍ୟାଡ ନିର୍ମାଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଦୌଡକୁଦ ପ୍ରତିଯୋଗିତା ପାଇଁ ୪୦୦ ମିଟର ଟ୍ରାକ୍ ଏବଂ ଫୁଟବଲ ଖେଳ ପାଇଁ ପଡ଼ିଆ ଛୋଟ ହେଉଥିବା ନେଇ କ୍ରୀଡାବିତମାନେ ପ୍ରତିକ୍ରିୟା ପ୍ରକାଶ କରିଥିଲେ ମଧ୍ୟ ସେତେବେଳେ କାହାରି କଥାକୁ ଗୁରୁତ୍ୱ ଦିଆଯାଇ ନ ଥିଲା। ଜିଲା ପ୍ରଶାସନ ନିର୍ଦ୍ଦେଶରେ ପଡ଼ିଆ ଭିତରେ ଉକ୍ତ ହେଲିପ୍ୟାଡ ନିର୍ମାଣ କରାଯାଇଥିଲା। ଦେଢବର୍ଷ ମଧ୍ୟରେ ଆଜି ପର୍ୟ୍ୟନ୍ତ ଉକ୍ତ ହେଲିପ୍ୟାଡ ଥରେମାତ୍ର ବ୍ୟବହାର ହୋଇଥିବା ଜଣାଯାଇଛି। ତେବେ ଷ୍ଟାଡିୟମ ପଡ଼ିଆ ମଧ୍ୟରୁ ହେଲିପ୍ୟାଡ ଭଙ୍ଗା ଯାଇଥିବାରୁ ଖେଳାଳୀମାନଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି। ଦୀର୍ଘ ୧୮ବର୍ଷ ତଳେ ଏହି ଜିଲା ଷ୍ଟାଡିୟମ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା। ଷ୍ଟାଡିୟମ ନିର୍ମାଣ ପାଇଁ ଠିକା ସଂସ୍ଥା ବଦଳି ଚାଲିଥିବାବେଳେ ଷ୍ଟାଡିୟମ ମରାମତି ନାମରେ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇସାରିଛି। କିନ୍ତୁ ଆଜି ପର୍ୟ୍ୟନ୍ତ ଏହି ଷ୍ଟାଡିୟମ ଉଦଘାଟନ ହୋଇପାରିଲା ନାହିଁ କି ସଂପୂର୍ଣ୍ଣ ଖେଳ ଉପଯୋଗୀ ହୋଇପାରିଲାନାହିଁ। ବାରମ୍ବାର ଏ ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପରେ ମଧ୍ୟ ରାଜନୈତିକ ଇଚ୍ଛାଶକ୍ତି ଅଭାବରୁ ଭିତ୍ତିପ୍ରସ୍ତର ସ୍ଥାପନର ୧୮ବର୍ଷ ପରେ ମଧ୍ୟ ଷ୍ଟାଡିୟମ ନିର୍ମାଣ ସମ୍ପୂର୍ଣ୍ଣ ହୋଇପାରିନାହିଁ। ଷ୍ଟାଡିୟମ ମଧ୍ୟରେ ଆଉ ଏକ ଗ୍ୟାଲେରୀ ନିର୍ମାଣ ପାଇଁ ଦାବି ହେଉଥିବାବେଳେ ଭିତର ପଡ଼ିଆ ଖେଳ ଉପଯୋଗୀ କରିବାର ଆବଶ୍ୟକତା ରହିଛି। ନୂତନ ବିଧାୟକ ଦାୟିତ୍ୱ ଗ୍ରହଣ କରିବା ପରେ ପ୍ରଥମେ ଷ୍ଟାଡିୟମର ବିକାଶ ଓ ଏହାକୁ ଖେଳ ଉପଯୋଗୀ କରିବା ପ୍ରତି ଗୁରୁତ୍ୱ ଦେଇଥିବାରୁ କ୍ରୀଡାପ୍ରେମି ମହଲରେ ଆନନ୍ଦ ପ୍ରକାଶ ପାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories