www.samajalive.in
Sunday, December 7, 2025
23.1 C
Bhubaneswar

ଗଜ ବେଶରେ ଦର୍ଶନ ଦେଲେ ଚତୁର୍ଦ୍ଧାମୂର୍ତ୍ତି

ବୌଦ୍ଧ: ଗଡ଼ଜାତ ବୌଦ୍ଧର ପ୍ରସିଦ୍ଧ ଜଗନ୍ନାଥ ମନ୍ଦିରସ୍ଥିତ ସ୍ନାନମଣ୍ଡପରେ ଶନିବାର ପବିତ୍ର ସ୍ନାନ ପୂର୍ଣ୍ଣିମାରେ ମହାସ୍ନାନ ପରେ ଚତୁର୍ଦ୍ଧାମୂର୍ତ୍ତି ଭକ୍ତମାନଙ୍କୁ ଗଜ ବେଶରେ ଦର୍ଶନ ଦେଇଛନ୍ତି। ବୌଦ୍ଧରେ ରାଜା ରାଜୁଡା ଅମଳରୁ ସଂପୂର୍ଣ୍ଣ ପାରମ୍ପରିକ ରୀତିନୀତିରେ ଶ୍ରୀଜଗନ୍ନାଥଙ୍କ ମହାସ୍ନାନ ଉତ୍ସବ ପାଳିତ ହୋଇଆସୁଅଛି। ଶ୍ରୀଜଗନ୍ନାଥଙ୍କ ମହାସ୍ନାନ ଉତ୍ସବ ଅବସରରେ ବ୍ରାହ୍ମଣ ସମାଜ ଦ୍ୱାରା ସ୍ଥିରୀକୃତ ଅମୃତ ବେଳାରେ ସଂକୀର୍ତ୍ତନ ତାଳେତାଳେ ପ୍ରଥମେ ସୁଦର୍ଶନ ଓ ପରେ ତିନି ଠାକୁରଙ୍କୁ ପହଣ୍ଡି ବିଜେ କରାଇ ସ୍ନାନ ମଣ୍ଡପକୁ ଅଣାଯାଇଥିଲା। ବ୍ରାହ୍ମଣମାନଙ୍କ ଦ୍ୱାରା ମହାନଦୀରୁ ୧୦୮ କଳସୀ ପବିତ୍ର ଜଳରେ ଠାକୁରମାନଙ୍କୁ ମହାସ୍ନାନ କରାଇଥିଲେ। ମହାସ୍ନାନ ସମୟରେ ଶ୍ରୀଅଙ୍ଗରୁ ବୋହି ଆସୁଥିବା ପାଦୁକା ଟିକିଏ ପାଇବା ପାଇଁ ଭକ୍ତମାନଙ୍କ ପ୍ରବଳ ସମାଗମ ହୋଇଥିଲା। ପରେ ପରମ୍ପରା ଅନୁଯାୟୀ ପୂଜା ଓ ମହାଆଳତୀ କରାଯାଇ ଭକ୍ତମାନଙ୍କ ଦର୍ଶନ ନିମନ୍ତେ ଦିନ ତମାମ୍ ଠାକୁରଙ୍କୁ ସ୍ନାନ ମଣ୍ଡପରେ ରଖାଯାଇଥିଲା। ମହାସ୍ନାନ ପରେ ବେଶକାରୀମାନେ ଠାକୁରମାନଙ୍କୁ ମନଲୋଭା ଗଜବେଶରେ ସଜ୍ଜିତ କରିଥିଲେ। କୁହାଯାଏ ତିନିଠାକୁରଙ୍କ ଏହି ଗଜବେଶ ଦର୍ଶନ ଦ୍ୱାରା ଜନ୍ମ ଜନ୍ମାନ୍ତର ପାପ ନାଶ ହୋଇଥାଏ। ତେଣୁ ଦିନସାରା ଗଜ ବେଶ ଦେଖିବାକୁ ଭକ୍ତମାନଙ୍କ ପ୍ରବଳ ଗହଳି ଲାଗି ରହିଥିଲା। ରାତ୍ରି ସମୟରେ ତିନି ଠାକୁରଙ୍କ ମନ୍ଦିର ପ୍ରବେଶ କରାଯାଇଥିଲା।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories