www.samajalive.in
Saturday, December 6, 2025
14.1 C
Bhubaneswar

ଦେବଦୂତ ସାଜିଲେ ସ୍ବାସ୍ଥ୍ୟ ସୁପରଭାଇଜର

ମାଲକାନଗିରି : ଦେବଦୂତ ସାଜିଲେ ସ୍ବାସ୍ଥ୍ୟ ସୁପରଭାଇଜର । ଦୁର୍ଗମ ଅଞ୍ଚଳରୁ ଭାରରେ ବୋହି ଆଣିଲେ ୫ କିଲୋମିଟର । ମାଲକାନଗିରି ଜିଲା ମାଥିଲି ବ୍ଲକ ଅନ୍ତର୍ଗତ ଦୁର୍ଗମ ତୁଳସୀ ଗାଁରୁ ଅସୁସ୍ଥ ଥିବା ମହିଳାଙ୍କୁ ରାସ୍ତା ଖରାପ ଯୋଗୁଁ ବୋହି ଆଣିଛନ୍ତି ସାଲିମି ସୁପରଭାଇଜର ହରେକୃଷ୍ଣ ପାତିକା । ତୁଳସୀ ଗାଁର ମଙ୍ଗଲଦେଇ ଦୁରୁଆ ଦୀର୍ଘଦିନରୁ ସ୍ବାସ୍ଥ୍ୟ ଅବସ୍ଥା ଖରାପ ଥିବାରୁ ଘରେ ରହିଥିଲେ । ବର୍ଷା ଯୋଗୁଁ ସ୍ବାସ୍ଥ୍ୟକେନ୍ଦ୍ର ଆସିବା ସମ୍ଭବ ନଥିଲା । ଗାଁ ଲୋକେ ମଙ୍ଗଳଦେଇଙ୍କୁ ଅଧା ରାସ୍ତା ବୋହି ଆଣୁଥିଲେ । ସ୍ବାସ୍ଥ୍ୟ ଟିମ୍ ଗାଁକୁ ଯାଇ ପାରୁନଥିବାରୁ ଉପାୟ ଶୂନ୍ୟ ହୋଇ ବାଧ୍ୟ ହୋଇ କାଦୁଆ ରାସ୍ତା ଯାଏଁ ସୁପରଭାଇଜର ପାତିକା ବୋହି ଗାଡି ଯାଏଁ ଆଣିଥିଲେ । ସେଠାରୁ ସ୍ବାସ୍ଥ୍ୟ ବିଭାଗର ଗାଡି ସହାୟତାରେ ମାଥିଲି ସବଡିଭିଜନ ମେଡିକାଲକୁ ଆଣି ଭର୍ତ୍ତି କରିଥିଲେ । ତେବେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ମାଲକାନଗିରି ମୁଖ୍ୟ ସ୍ବାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଥିବା ସ୍ବାସ୍ଥ୍ୟ ବିଭାଗ ତରଫରୁ ସୂଚନା ଦେଇଛି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories