www.samajalive.in
Saturday, December 6, 2025
16.1 C
Bhubaneswar

ଅଧାରେ ଅଟକିଲା ଏମକେସିଜି ମେଡିକାଲ ଲିଫ୍ଟ, ଅଧଘଣ୍ଟା ଫସିରହିଲେ ୧୦ ଜଣ

ବ୍ରହ୍ମପୁର: ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲ ସୁପର ସ୍ପେସିଆଲିଟି ବ୍ଲକ ସର୍ଜରୀ ବିଭାଗର ଲିଫ୍ଟ ହଠାତ ଅଚଳ ହୋଇଯାଇଥିବା ସୂଚନା ମିଳିଛି । ଫଳରେ ୧୦ ଜଣ ବ୍ୟକ୍ତି ଲିଫ୍ଟ ଭିତରେ ଅଧଘଣ୍ଟା ଯାଏଁ ଫସି ରହିଥିଲେ। ଏବେ ସମସ୍ତଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇସାରିଛି । ବର୍ତ୍ତମାନ ସୁଦ୍ଧା ସେହି ଲିଫ୍ଟଟି ଅଚଳ ରହିଛି । ଏଠାରେ ଥିବା ଆଉ ୩ ଟି ଲିଫ୍ଟ ୬ ମାସ ହେବ ଖରାପ ହୋଇ ପଡିରହିଛି । ଏମକେସିଜି କର୍ତ୍ତୃପକ୍ଷଙ୍କ ଅବହେଳାରୁ ସେଗୁଡିକ ଆଜିଯାଏଁ ମରାମତି ହୋଇପାରିନି । ସେହିକ୍ରମରେ କାର୍ଯ୍ୟକ୍ଷମ ଥିବା ଏକମାତ୍ର ଲିଫ୍ଟରେ ଦିନକୁ ୧୦୦୦ ରୁ ଅଧିକ ଜଣ ଯିବା ଆସିବା କରୁଥିଲେ । ଏହି ୫ ମହଲା କୋଠାରେ ୫୦୦ରୁ ଅଧିକ ରୋଗୀ, ଡାକ୍ତର ଓ କର୍ମଚାରୀ ରହୁଥିବା ବେଳେ ଶହ ଶହ ରୋଗୀ ସମ୍ପର୍କୀୟ ଯାତାୟତ କରୁଥିଲେ । ହେଲେ ଆଜି ଦିନ ୧୧ ଟା ବେଳେ ୧୦ ଜଣ ବ୍ୟକ୍ତି ୪ର୍ଥ ମହଲାକୁ ଯାଉଥିବା ବେଳେ ୨ୟ ମହଲା ନିକଟରେ ଏହା ହଠାତ ଅଚଳ ହୋଇଯାଇଥିଲା । ଅଧଘଣ୍ଟା ପରେ କୌଣସି ପ୍ରକାରେ ସେମାନଙ୍କୁ ବାହାରକୁ ଅଣାଯାଇଥିଲା ।

Hot this week

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories