www.samajalive.in
Sunday, December 7, 2025
13.1 C
Bhubaneswar

ଭାରତର ପ୍ରଥମ ବିଶ୍ୱଶ୍ରେଣୀୟ ରେଳଷ୍ଟେସନ ଉଦଘାଟିତ

ଭୋପାଳ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଠାରେ ଦେଶର ପ୍ରଥମ ବିଶ୍ୱଶ୍ରେଣୀର ରେଳଷ୍ଟେସନକୁ ଉଦଘାଟନ କରିଛନ୍ତି । ଗୋଣ୍ଡ ସାମ୍ରାଜ୍ୟର ରାଣୀ କମଳାପତିଙ୍କ ନାମରେ ଏହି ଷ୍ଟେସନର ନାମକରଣ କରାଯାଇଛି । ପୂର୍ବରୁ ଏହା ହବିବଗଞ୍ଜ ଷ୍ଟେସନ ନାମରେ ପରିଚିତ ଥିବାବେଳେ ତାହାର ସମ୍ପୂର୍ଣ୍ଣ ନବିକରଣ କରାଯାଇ ଷ୍ଟେସନରେ ଆନ୍ତର୍ଜାତିକ ବିମାନ ବନ୍ଦର ଅନରୂପ ସମସ୍ତ ସୁବିଧା ସୁଯୋଗ ସୃଷ୍ଟି କରାଯାଇଛି । ଏହି ଅବସରରେ ମଧ୍ୟପ୍ରଦେଶରେ ଅନ୍ୟାନ୍ୟ ରେଳ ପ୍ରକଳ୍ପର ପ୍ରଧାନମନ୍ତ୍ରୀ ଲୋକାର୍ପଣ କରିଥିଲେ । ଏହି ଷ୍ଟେସନରେ ବିଶାଳ ଆଚ୍ଛାଦିନ ପାର୍କିଂ ସ୍ଥଳ, ଚବିଶ ଘଣ୍ଟିଆ ବିଦ୍ୟୁତ ଯୋଗାଣ ବ୍ୟବସ୍ଥା, ପାନୀୟ ଜଳ, ଶୀତତାପ ନିୟନ୍ତ୍ରଣ ବସିବା ବ୍ୟବସ୍ଥା, କାର୍ଯ୍ୟାଳୟ, ଦୋକାନ, ଯନ୍ତ୍ରଚାଳିତ ସିଡି, ଲିଫ୍ଟ, ଯାନବାହନ ସୋ ରୁମ୍‍, ସମ୍ମିଳନୀ ସ୍ଥଳ, ହେଟେଲ ଏବଂ ସୁପର ସ୍ପେଶାଲିଟି ଡାକ୍ତରଖାନା ଆଦି ରହିଛି । ଏହା ଯାତ୍ରୀଙ୍କୁ ଏକ ବିମାନ ବନ୍ଦର ଭଳି ସମସ୍ତ ସ୍ୱାଚ୍ଛନ୍ଦ୍ୟ ଓ ସୁବିଧା ସୁଯୋଗ ପ୍ରଦାନ କରିବ । ଏହାର ନବିକରଣରେ ୪୫୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି ଏବଂ ତିନିବର୍ଷରେ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି । ଏହାକୁ ଏକ ସବୁଜ କୋଠା ଭାବରେ ଡିଜାଇନ କରାଯାଇଛି ଏବଂ ଭିନ୍ନକ୍ଷମମାନେ ଯେଭଳି ସହଜରେ ଏହି ଷ୍ଟେସନ ବ୍ୟବହାର କରିପାରିବେ, ସେ ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଛି ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories