www.samajalive.in
Saturday, December 6, 2025
16.1 C
Bhubaneswar

ସ୍ୱତନ୍ତ୍ର ଟିକାକରଣ ଅଭିଯାନ-୨୦୨୧

ବାଙ୍କୀ: ସୁବର୍ଣ୍ଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ନଭେମ୍ବର ୧୫ ତାରିଖରୁ ୨୫ ତାରିଖ ପର୍ଯ୍ୟନ୍ତ ସ୍ୱତନ୍ତ୍ର ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ସୋମବାର ପୂର୍ବାହ୍ନରେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକ୍ଷକ ଡାକ୍ତର ଅମରେଶ ସାହୁ ସବୁଜ ପତାକା ଦେଖାଇ କାର୍ଯ୍ୟକ୍ରମର ଶୁଭ ଉଦ୍ଦ୍‍ଘାଟନ କରିଥିଲେ। ଏହି ଅବସରରେ ଏକ ସଚେତନତା ରଥ ବାଙ୍କୀ ବ୍ଲକର ସମସ୍ତ ଗ୍ରାମକୁ ଗଡିବା ଆରମ୍ଭ କରିଛି। ସେହିପରି ପୁଇଁଚା ପଞ୍ଚାୟତର ଗହିରଗାଡିଆ ଗ୍ରାମରେ ଆଜି ସ୍ୱତନ୍ତ୍ର ଟିକାକରଣ ଆରମ୍ଭ ହୋଇଛି। ଏହି କାର୍ଯ୍ୟକ୍ରମରେ ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ପ୍ରଦୀପ୍ତ କୁମାର ସାହୁ, ସ୍ଥାନୀୟ ସ୍ୱାସ୍ଥ୍ୟକର୍ମୀ ଗାୟତ୍ରୀ ବେହେରା, ରମାକାନ୍ତ ଷଡଙ୍ଗୀ, ଆଶା ଓ ଅଙ୍ଗନଓ୍ବାଡିକର୍ମୀ ଉପସ୍ଥିତ ରହି ଜନ୍ମରୁ ୨ବର୍ଷ ପର୍ଯ୍ୟନ୍ତ ସମସ୍ତ ଶିଶୁଙ୍କୁ ଟିକାକରଣ କରାଇବା ସହିତ ଅନିୟମିତ ଟିକା ନେଇଥିବା ଗର୍ଭବତୀଙ୍କୁ ମଧ୍ୟ ଟିକାକରଣ କରାଯାଇଛି। ସ୍ୱାସ୍ଥ୍ୟକେନ୍ଦ୍ରର ସୂଚନା ଅନୁଯାୟୀ ଆଜିଠାରୁ ସମସ୍ତ ୨୧ ଗୋଟି ସ୍ୱାସ୍ଥ୍ୟ ଉପକେନ୍ଦ୍ରରେ ଟିକାକରଣ ବ୍ୟବସ୍ଥା ତ୍ୱରାନ୍ୱିତ କରାଯାଇଥିବା ସୂଚନା ମିଳିଛି। କାର୍ଯ୍ୟକ୍ରମରେ ବିପିଏମ ସଂଗିତା ଦାସ, ଆଶିଷ ବିଭୂତିରାୟ, ସୂର୍ଯ୍ୟକାନ୍ତ ଦାସ, ମାନଭଞ୍ଜନ ଦଳେଇ ପ୍ରମୁଖ ସହଯୋଗ କରିଥିଲେ। ଟିକାକରଣ ସଚେତନତା ରଥ ଉଦ୍‌ଘାଟନ ସମୟରେ ସ୍ୱାସ୍ଥ୍ୟକେନ୍ଦ୍ରର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ। ସେହିପରି ଡମପଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଏହି ଟିକାକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories