www.samajalive.in
Tuesday, December 9, 2025
16.1 C
Bhubaneswar

ବିଧାୟକ ସାଜିଲେ ଡାକ୍ତର, ଆସନ୍ନ ପ୍ରସବାଙ୍କ କଲେ ଅସ୍ତ୍ରୋପଚାର

ମିଜୋରାମ ଚମ୍ପାଇ ଜିଲ୍ଲାର ଭୂକମ୍ପ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରୁଥିବା ବେଳେ ସେଠାକାର ବିଧାୟକ ଜେଡଆର ଥାଇମସାଙ୍ଗା ଏକ ଜରୁରୀକାଳୀନ ସିଜରିଆନ (ପ୍ରସବ ଜନିତ ଅପରେସନ) କରି ଜଣେ ମହିଳାଙ୍କୁ ମୃତ୍ୟୁ ମୁଖରୁ ବଞ୍ଚାଇବା ପରେ ଏବେ ସାମାଜିକ ଗଣମାଧ୍ୟମରେ ଲୋକମାନେ ତାଙ୍କୁ ଶୁଭେଚ୍ଛା ଜଣାଇବାରେ ଲାଗିଛନ୍ତି। ମହିଳାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେଉଥିବା ବେଳେ କୌଣସି ଡାକ୍ତର ନ ଥିବାରୁ ବିଧାୟକ ଥାଇମସାଙ୍ଗା ଚିକିତ୍ସା କରିଥିଲେ।

ବିଧାୟକ ଥାଇମସାଙ୍ଗା ବୃତ୍ତିରେ ଜଣେ ଡାକ୍ତର ଓ ସେ ପ୍ରସୂତି ଏବଂ ସ୍ତ୍ରୀ ରୋଗ ବିଶେଷଜ୍ଞ। ଅନେକ ସମୟରେ ମିଜୋରାମର ଦୁର୍ଗମ ଅଞ୍ଚଳରେ ଜରୁରୀକାଳୀନ ଚିକିତ୍ସା ସେବା ଯୋଗାଇ ଦେବା ପାଇଁ ସେ କାର୍ଯ୍ୟ କରିଥାନ୍ତି।

- Advertisement -

ଗତ ସୋମବାର ଦିନ ବିଧାୟକ ଥାଇମସାଙ୍ଗା ମିଆଁମାର ସୀମା ନିକଟରେ ଥିବା ତାଙ୍କ ନିର୍ବାଚନମଣ୍ଡଳୀ ଉତ୍ତର ଚମ୍ପାଇ ଗସ୍ତରେ ଯାଇ ଭୂକମ୍ପରେ ହୋଇଥିବା କ୍ଷୟକ୍ଷତିର ଆକଳନ କରିବା ସହ କୋଭିଡ -୧୯ ପରିସ୍ଥିତିର ଆକଳନ କରିଥିଲେ। ସେହି ସମୟରେ ନାଗୁର ଗାଁର ୩୮ ବର୍ଷୀୟ ସି ଲାଲହମଙ୍ଗାଇସଙ୍ଗି ଦ୍ଵିତୀୟ ସନ୍ତାନ ପ୍ରସବ ଯନ୍ତ୍ରଣାରେ ଛଟପଟ ହେଉଥିଲେ ଓ ତାଙ୍କର ପ୍ରଚୁର ରକ୍ତସ୍ରାବ ହେଉଥିଲା। ସେହିଦିନ ସ୍ୱାସ୍ଥ୍ୟ ସମସ୍ୟା ହେତୁ ଚମ୍ପାଇ ଡାକ୍ତରଖାନାର ଅଧିକାରୀ ଛୁଟିରେ ଥିଲେ ଏବଂ ସେହି ଆସନ୍ନ ପ୍ରସବା ମହିଳା ଜଣଙ୍କ ୨୦୦ କିଲୋମିଟର ଦୂରରେ ଥିବା ଆଇଜଲକୁ ଯାତ୍ରା କରିବା ସ୍ଥିତିରେ ନଥିଲେ।

ବିଧାୟକ ଥାଇମସାଙ୍ଗା କହିଛନ୍ତି ଯେ ଯେତେବେଳେ ମହିଳାଙ୍କ ଅବସ୍ଥା ବିଷୟରେ ତାଙ୍କୁ ଅବଗତ କରାଗଲା, ସେ ସଙ୍ଗେ ସଙ୍ଗେ ଡାକ୍ତରଖାନାକୁ ଯାଇ ଜରୁରୀକାଳୀନ ଅପରେସନ କରିଥିଲେ। ଏବେ ଉଭୟ ମା’ ଏବଂ ଶିଶୁ ଭଲ ଅଛନ୍ତି ବୋଲି ସେ କହିଛନ୍ତି। ଆବଶ୍ୟକ କରୁଥିବା ଲୋକଙ୍କୁ ସାହାଯ୍ୟ କରିବା ତାଙ୍କର ଦାୟିତ୍ୱ ବୋଲି ସେ କହିଛନ୍ତି। ସେ ବର୍ତ୍ତମାନ ରାଜ୍ୟ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବୋର୍ଡର ଉପାଧ୍ୟକ୍ଷ ଅଛନ୍ତି।

Hot this week

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

ସମ୍ପାଦକୀୟ : ଗୋଆ ଅଗ୍ନିକାଣ୍ଡ

କେବେ ଆମେ ସଚେତନ ହେବା ? ଗୋଆର ଏକ ନାଇଟ୍ କ୍ଲବରେ ଯେଉଁ...

ମଙ୍ଗଳବାର ରାଶିଫଳ: ଭାଗ୍ୟ ଡୋରିକୁ ନିଜ ହାତରେ ରଖିବେ, ବ୍ୟବସାୟରୁ ପ୍ରଚୁର ଲାଭ ହେବ

ମେଷ: ସୁଖଦା, ସତ୍‌ଚରିତ୍ରା, ପତିବ୍ରତା ସହଧର୍ମିଣୀଙ୍କ ପରାମର୍ଶ ଉପାଦେୟ ହେବ। ବିଭିନ୍ନ ସୂତ୍ରରୁ...

ଟଙ୍କାର ବିନିମୟ ମୂଲ୍ୟ ଆଉ ୧୬ ପଇସା କମିଲା

ନୂଆଦିଲ୍ଲୀ, ୮ା୧୨: ସୋମବାର ଆମେରିକୀୟ ଡଲାର ତୁଳନାରେ ଟଙ୍କା ୧୬ ପଇସା...

Related Articles

Popular Categories