BJD Bijuli 480×75 Mob

ମୁଖ୍ୟମନ୍ତ୍ରୀ ମକା ମିଶନ : ଓରମାସ ସହଯୋଗରେ କ୍ରେତା-ବିକ୍ରେତା ସମ୍ମିଳନୀ

BJD Bijuli 480×75 Mob
 ନବରଙ୍ଗପୁର :  ନବରଙ୍ଗପୁର ଜିଲାର ମକା ଚାଷୀଙ୍କର ଉନ୍ନତି ପାଇଁ,  ଚାଷୀଙ୍କର ଆୟ ବୃଦ୍ଧି ଓ ଅଭାବି ବିକ୍ରୀରୁ ମୁକୁଳିବା ସହ ସୁଲଭ ମୂଲ୍ୟରେ ମକା ବିକ୍ରି ଓ ପ୍ରକ୍ରିୟା କରଣ ଶିଳ୍ପ ପ୍ରତିଷ୍ଠା ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ଉଦ୍ୟମ ଜାରି ରହିଛି । ଓରମାସ ସହଯୋଗରେ ନବରଙ୍ଗପୁର ଜିଲାରେ ମୁଖ୍ୟମନ୍ତ୍ରୀ ମକା ମିଶନ୍ କାର୍ଯ୍ୟକାରୀ କରାଯାଉଛି । ଏହି ଅବସରେ ଓରମାସ ତରଫରୁ ଭୁବନେଶ୍ଵର ଠାରେ ଶନିବାର ମୁଖ୍ୟମନ୍ତ୍ରୀ ମକା ମିଶନ୍ ରେ କ୍ରେତା ଓ ବିକ୍ରେତା ଙ୍କୁ ନେଇ ମିଳିତ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି କ୍ରେତା ବିକ୍ରେତା ସମ୍ମିଳନୀର ମୁଖ୍ୟ ଅତିଥି ଭାବେ ରାଜ୍ୟସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ର ପ୍ରମୂଖ ଶାସନ ସଚିବ ସୁଶୀଲ କୁମାର ଲୋହାନୀ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଓରମାସର ସିଇଓ, ଗୁହା ପୁନମ ତାପସ କୁମାର, ନବରଙ୍ଗପୁର ଜିଲାପାଳ ଡଃ. କମଳ ଲୋଚନ ମିଶ୍ର, ନବରଙ୍ଗପୁର ଓରମାସର ଉପମୁଖ୍ୟ ନିର୍ବାହୀ ଅଧିକାରୀ ଏ. ଉମା ମହେଶ୍ ପ୍ରମୁଖ ଯୋଗଦେଇ ଥିଲେ। ବୈଠକରେ ମକା କ୍ରୟ ନେଇ ବିଜୟନଗର ବାୟୋ ଟେକ୍, ଦେହାତ ଗୁରୁଗ୍ରାମ, ସୁକୁମା ପଲଟ୍ରି, ଭେଙ୍କଟେଶର ହେଚେରୀ, ସିଡବ୍ଲୁସି, ସେଣ୍ଟ୍ରାଲ ୱେୟାର ହାଉସ କର୍ପୋରେସନର ଅଧିକାରୀ ମାନେ ଯୋଗଦେଇ ଆଲୋଚନାରେ  ସକ୍ରିୟ ଅଂଶଗ୍ରହଣ କରିଥିଲେ।
ବୈଠକରେ ମକା କ୍ରୟ ପାଇଁ ବିଜୟ ନଗର ବାୟୋଟେକ ୬୦ ହଜ।ର ମେଟ୍ରିକ୍ ଟନ୍ ଓ ଦେହାତ ଗୁରୁଗ୍ରାମ ୧୦ ହଜାର ମେଟ୍ରିକ ଟନ୍ ମକା କ୍ରୟ କରିବା ପାଇଁ ଚୁକ୍ତି ସ୍ବାକ୍ଷର କରାଯାଇଥିଲା। ମୁଖ୍ୟମନ୍ତ୍ରୀ ମକା ମିଶନ୍ ମାଧ୍ୟମରେ ସଫଳ ମକା ଚାଷ ସହ ବଜାର ସୁବିଧା ଯୋଗାଇ ଦେବା ପାଇଁ ଓରମାସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇ କୃଷକ ସଶକ୍ତିକରଣ ବ୍ୟବସ୍ଥା ମଜଭୁତ କରିବା ଲକ୍ଷ୍ୟ ରଖାଯାଇଛି।

Comments are closed.