www.samajalive.in
Monday, December 15, 2025
26.1 C
Bhubaneswar

ମିଥୁନ୍‌ ବିସିସିଆଇର ନୂଆ ସଭାପତି

ନୂଆଦିଲ୍ଲୀ :  ଆଜି ଭାରତୀୟ କ୍ରିକେଟ ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ି ହୋଇଛି । ମିଥୁନ୍‌ ମନହାସ ବିସିସିଆଇର ନୂଆ ସଭାପତି ଭାବେ ଦାୟିତ୍ୱ ନେଇଛନ୍ତି । ସେ ରୋଜର ବିନ୍ନୀଙ୍କ ସ୍ଥାନ ନେବେ। ରାଜୀବ ଶୁକ୍ଲା ପୂର୍ବ ପରି ତାଙ୍କ ଉପାଧ୍ୟକ୍ଷ ପଦ ବଜାୟ ରଖିଛନ୍ତି । କର୍ଣ୍ଣାଟକ କ୍ରିକେଟ୍ ଆସୋସିଏସନ୍ ର ବର୍ତ୍ତମାନର ଅଧ୍ୟକ୍ଷ ତଥା ଭାରତର ପୂର୍ବତନ ସ୍ପିନର ରଘୁରାମ ଭଟ୍ଟ ବିସିସିଆଇର କୋଷାଧ୍ୟକ୍ଷ ହୋଇଛନ୍ତି । ତାଙ୍କ ଅଧ୍ୟକ୍ଷ ପଦର କାର୍ଯ୍ୟକାଳ ସେପ୍ଟେମ୍ବର ୩୦ରେ ଶେଷ ହେଉଛି । ଦେବଜିତ୍ ସାଇକିଆ ସଚିବ ପଦରେ ବଜାୟ ରହିଥିବାବେଳେ ପ୍ରଭାତେଜ ଭାଟିଆଙ୍କୁ ଯୁଗ୍ମ ସଚିବ ଚୟନ କରାଯାଇଛି ।

ତେବେ ଜମ୍ମୁ କାଶ୍ମୀରରେ ଜନ୍ମ ଗ୍ରହଣ କରିଥିଲେ ମିଥୁନ୍ ।  ସେ ଦିଲ୍ଲୀ ପାଇଁ ସର୍ବାଧିକ କ୍ରିକେଟ୍ ମ୍ୟାଚ୍ ଖେଳିଛନ୍ତି । ସେ ମିଡିଲ୍ ଅର୍ଡର ବ୍ୟାଟର ଏବଂ ରଣଜୀ ଟ୍ରଫିରେ ଦିଲ୍ଲୀର ଅଧିନାୟକ ଦାୟିତ୍ୱ ତୁଲାଇ ସାରିଛନ୍ତି । ମନହାସ ୧୫୭ଟି ପ୍ରଥମ ଶ୍ରେଣୀ ମ୍ୟାଚ୍ ଖେଳି ୯୭୦୦ ରନ୍ କରିଛନ୍ତି । ସେହିଭଳି ଆଇପିଏଲରେ ଦିଲ୍ଲୀ ଡେୟାରଡେଭିଲ୍ସ, ପୁଣେ ୱାରିୟର୍ସ ଏବଂ ସିଏସକେ ଦଳ ପାଇଁ ମଧ୍ୟ ଖେଳିଛନ୍ତି । ସେ ଜମ୍ମୁ-କାଶ୍ମୀରର ପ୍ରଥମ ବ୍ୟକ୍ତି, ଯିଏ ବିସିସିଆଇର ଅଧ୍ୟକ୍ଷ ପଦରେ ଅବସ୍ଥାପିତ ହୋଇଛନ୍ତି ।

- Advertisement -

 

Hot this week

ମୋକିମଙ୍କୁ ବହିଷ୍କାର ଘଟଣାକୁ ନେଇ ମୁହଁ ଖୋଲିଛନ୍ତି : ନିରଞ୍ଜନ

ସମାଜ ଡିଜିଟାଲ ଡେସ୍କ: ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ କଂଗ୍ରେସ ପ୍ରାଥମିକ...

୪୮ ଘଣ୍ଟାରେ ୨୦୧ କିମି ଚାଲି ରେକର୍ଡ କଲେ ଓଡ଼ିଆ ପୁଅ ସୁମିତ

ସମାଜଲାଇଭ ଡେସ୍କ: ଦୃଢ଼ ସଙ୍କଳ୍ପ ଏବଂ ଇଚ୍ଛାଶକ୍ତି ମଣିଷକୁ ସଫଳତାର ମାର୍ଗ...

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

Related Articles

Popular Categories