ମିଥୁନ ରାଶିରେ ବୁଧାଦିତ୍ୟ ଯୋଗ, ଜାଣନ୍ତୁ ପ୍ରଭାବ

0

ଶୁକ୍ରବାର ଦିନ ସୂର୍ଯ୍ୟ ଗ୍ରହ ମିଥୁନ ରାଶିକୁ ପ୍ରବେଶ କରିଛନ୍ତି। ଏହି ରାଶିରେ ବୁଧ ଗ୍ରହ ପୂର୍ବରୁ ରହିଥିଲେ। ବୁଧ ଓ ସୂର୍ଯ୍ୟ ଗ୍ରହ ଉଭୟ ମିଥୁନ ରାଶିରେ ରହିବା ଯୋଗୁ ବୁଧାଦିତ୍ୟ ଯୋଗ ହେବ। ଏହି ଯୋଗ ଅତ୍ୟନ୍ତ ଶୁଭକର ଅଟେ। ୨୫ଜୁନରେ ବୁଧ ଗ୍ରହ କର୍କଟ ରାଶିକୁ ଚଳନ କରିବେ ଓ ମିଥୁନ ରାଶିରେ ଶୁଭଯୋଗ ଶେଷ ହୋଇଯିବ। ଏହି ଶୁଭଯୋଗରେ ଜ୍ୟୋତିଷଙ୍କ ପରାମର୍ଶ ଅନୁସାରେ କାର୍ଯ୍ୟ କଲେ ଜନ୍ମ ଜାତକରେ ସୂର୍ଯ୍ୟ ଓ ବୁଧ ଗ୍ରହର ଦୋଷ ଦୂର ହୋଇ ପାରିବ।


ଜନ୍ମଜାତକରେ ବୁଧ ଓ ସୂର୍ଯ୍ୟ ଗ୍ରହର ଦୃଷ୍ଟି:
ଯେଉଁ ଲୋକଙ୍କ ଜନ୍ମଜାତକରେ ବୁଧ ଓ ସୂର୍ଯ୍ୟ ଗ୍ରହର ଉପସ୍ଥିତି ଥାଏ, ସେମାନେ ସବୁ କାର୍ଯ୍ୟରେ ସଫଳତା ପ୍ରାପ୍ତ କରିଥାନ୍ତି। ଘର,ପରିବାର, ଓ ସମାଜରେ ମାନସମ୍ମାନ ବୃଦ୍ଧି ହୋଇଥାଏ। ବୁଧ ଗ୍ରହ ପାଇଁ ବ୍ୟକ୍ତି ବୁଦ୍ଧିମାନ ହୋଇଥାନ୍ତି। ଯଦି କୌଣସି ବ୍ୟକ୍ତିଙ୍କ ରାଶିରେ ଏହି ଗ୍ରହ ଖରାପ ସ୍ଥିତିରେ ରହିଥାନ୍ତି ତେବେ ବ୍ୟକ୍ତି ପରିଶ୍ରମ କରି କାମ କଲେ ମଧ୍ୟ ଜୀବନରେ ସୁଖ ପାଆନ୍ତି ନାହିଁ। ଏଭଳି ସ୍ଥିତିରେ ସୂର୍ଯ୍ୟ ଓ ବୁଧ ଗ୍ରହଙ୍କୁ ଶାନ୍ତି ପାଇଁ ପୂଜା କଲେ ଶୁଭଫଳ ମିଳିପାରିବ।


ସୂର୍ଯ୍ୟ ଓ ବୁଧ ଗ୍ରହଙ୍କ ଶାନ୍ତି ପାଇଁ ଏହି ଉପାୟ ଆପଣାନ୍ତୁ:
ସୂର୍ଯ୍ୟ ଗ୍ରହ ଦ୍ୱାରା ଶୁଭଫଳ ପାଇବା ପାଇଁ ସବୁଠାରୁ ସରଳ ଉପାୟ ହେଲା ପ୍ରତିଦିନ ସକାଳେ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦିଅନ୍ତୁ। ଏଥିପାଇଁ ତମ୍ବାର ଢାଳରେ ପାଣି ଭର୍ତ୍ତି କରି ଓଁ ସୂର୍ଯ୍ୟାୟ ନମଃ ଜପ କରି ପାଣି ଢାଳନ୍ତୁ।


ଗୁଡ଼,ତମ୍ବାର ପାତ୍ର, ଲାଲ କିମ୍ବା ହଳଦିଆ ରଙ୍ଗର ବସ୍ତ୍ର ଦାନ କରନ୍ତୁ।
ବୁଧ ଗ୍ରହ ପାଇଁ ପ୍ରତିଦିନ ସକାଳେ ଗଣେଶଙ୍କୁ ୨୧ଟି ଦୁବ ଅର୍ପଣ କରନ୍ତୁ। ଶ୍ରୀ ଗଣେଶାୟ ନମଃ ମନ୍ତ୍ର ୧୦୮ଥର ଜାପ କରନ୍ତୁ।
କିନ୍ନରଙ୍କୁ ଧନ ଦାନ କରନ୍ତୁ। କୌଣସି ମନ୍ଦିରକୁ ଯାଇ ଗରିବଙ୍କୁ ଖାଇବାକୁ ଦିଅନ୍ତୁ।


ପ୍ରତିଦିନ ସକାଳେ ଉଠି ଧ୍ୟାନ କରନ୍ତୁ। ଏହି ଉପାୟରେ ବୁଦ୍ଧି ପ୍ରଖର ହୋଇଥାଏ ଓ ମୁହଁର ଚମକ ବଢିଥାଏ।

Leave A Reply