www.samajalive.in
Sunday, December 7, 2025
26.1 C
Bhubaneswar

ହରଭଙ୍ଗାରେ ମିଶନ ଲାଇଫ କାର୍ଯ୍ୟକ୍ରମ

ହରଭଙ୍ଗା : ନେହେରୁ ଯୁବ କେନ୍ଦ୍ର ବୌଦ୍ଧ ତରଫରୁ ଏକ ମିଶନ ଲାଇଫ କାର୍ଯ୍ୟକ୍ରମ ପୁରୁଣା କଟକ, ଶରଧାପୂର ଏବଂ ହରେକୃଷ୍ଣପୁର ଠାରେ ଅନୁଷ୍ଟିତ ହେଇଯାଇଛି । ଏହି କାର୍ଯ୍ୟକ୍ରମରେ ପ୍ରାୟ  ଶହେ ଜଣ ଯୁବକ ଯୁବତୀ ଅଂଶ ଗ୍ରହଣ କରିଥିଲେ। ପ୍ରଥମେ  ମିଶନ ଲାଇଫର ଥିମ୍ ଅନୁସାରେ ସମସ୍ତଙ୍କୁ ନେଇ  ଯୋଗର ଅଭ୍ୟାସ  କରାଯାଇଥିଲା ।  ଯୋଗ କରିବା ଦ୍ୱାରା ଆମେ କିପରି ସୁସ୍ଥ ରହିବା, ଆମ ଶରୀର ପାଇଁ ଯୋଗ କେତେ ଆବଶ୍ୟକ ଏହା ଉପରେ ନେହେରୁ ଯୁବ କେନ୍ଦ୍ର ବୌଦ୍ଧର ଯୁବ ସ୍ବେଚ୍ଛାସେବୀ ସୁପ୍ରିୟା ଦେହୁରୀ ବୁଝାଇ ଥିଲେ ।  ସମସ୍ତଙ୍କୁ ନେଇ ଏକ ଆଲୋଚନା ଚକ୍ର ମଧ୍ୟ ଅନୁଷ୍ଠିତ ହୋଇଥିଲା । ଏହି ଆଲୋଚନାଚକ୍ରରେ ରଞ୍ଜନ କୁମାର ସାମଲ ଓ  ପରବର୍ତ୍ତୀ ସମୟରେ ଜାତୀୟ ଯୁବ ସ୍ୱେଛାସେବୀ ସୁଧୀର ଦୀପ ଏବଂ ସୁପ୍ରିୟା ଦେହୁରୀଙ୍କ ନେତୃତ୍ୱରେ ଶପଥ ପାଠ ମଧ୍ୟ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଅତିଥି ଭାବରେ  ଧିରେନ ସାହୁ, ଅରୁଣ କୁମାର ବେହେରା, ସୁଶାନ୍ତ କୁମାର ବେହେରା ,ରଞ୍ଜନ କୁମାର ସାମଲ ,ଶ୍ରୀପତି ପ୍ରଧାନ  କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।  ଶରଧାପୂରର ସ୍ଵଂୟ ସହାୟକ ଗୋଷ୍ଠୀର ମାଆ ମାନେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ। ଶେଷରେ ଜାତୀୟ ଯୁବ ସ୍ଵେଚ୍ଛାସେବୀ ସୁଧୀର ଦୀପ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ।

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories