www.samajalive.in
Saturday, December 6, 2025
14.1 C
Bhubaneswar

ଗୁଳି ଫୁଟାଇ ଜୁଏଲାରୀ ଦୋକାନରୁ ଦୁର୍ବୁତ୍ତ ଲୁଟିନେଲେ ଟଙ୍କା ସହ ସୁନା ଅଳଙ୍କାର

ପୁରୀ: ପୁରୀର ରେଡକ୍ରସ୍ ରୋଡ ନିକଟରେ ଅଘଟଣ। ୱାନ ଗ୍ରାମ ଗୋଲଡ ଏସ.ଆର ଜୁଏଲାରୀରୁ କିଛି ଦୁର୍ବୁତ୍ତ ଟଙ୍କା ସହ ସୁନା ଗହଣା ଲୁଟି ନେଇଛନ୍ତି। ଏଥିସହ ଦୁର୍ବୁତ୍ତମାନେ ଜୁଏଲାରୀ ମାଲିକ ଏବଂ ତାଙ୍କ ପୁଅଙ୍କ ଉପରକୁ ଗୁଳି ଚଳାଇବା ସହ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିବା ଜଣାଯାଇଛି। ଶୁକ୍ରବାର ରାତିରେ ୪ରୁ ୫ ଜଣ ଦୁର୍ବୁତ୍ତ ହଠାତ୍ ବନ୍ଧୁକ ଏବଂ ବିଭିନ୍ନ ମରଣାସ୍ତ୍ର ଧରି ଦୋକାନରେ ପଶିଥିଲେ। ଏହାଦେଖି ଦୋକାନ ମାଲିକ ଏବଂ ତାଙ୍କ ପୁଅ ସେମାନଙ୍କୁ ବିରୋଧ କରିଥିଲେ। ଏହାପରେ ଦୁର୍ବୃତ୍ତମାନେ ତାଙ୍କ ଉପରକୁ ଗୋଟିଏ ରାଉଣ୍ଡ ଗୁଳି ଚଳାଇଥିଲେ। ଏବଂ ଧାରୁଆ ଅସ୍ତ୍ରରେ ସେମାନଙ୍କୁ  ଆକ୍ରମଣ କରିଥିଲେ । ଦୁର୍ବୁତ୍ତଙ୍କ ଆକ୍ରମଣରେ ଜୁଏଲାରୀ ମାଲିକ ଏବଂ ତାଙ୍କ ପୁଅ ଆହତ ହୋଇଛନ୍ତି। ପରେ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories