ମିରାଜ୍-୨୫୦: ଆକର୍ଷଣୀୟ ରୂପ ସହ ରହିଛି ନୂଆ ସୁବିଧା

0

ନୂଆଦିଲ୍ଲୀ : ଅଗ୍ରଣୀ ଅଟୋମୋବାଇଲ କମ୍ପାନୀ ଡିଏସକେ ହୋୟାସଙ୍ଗ ଭାରତରେ ନିଜର ନୂଆ ନଡେଲ ବାଇକ ମିରାଜ୍-୨୫୦ର ବଜାର ପ୍ରବେଶ କରାଇବ। ଏହି ବାଇକକୁ ସେପ୍ଟେମ୍ବର ମାସରେ ଗ୍ରାହକ କିଣିପାରିବେ ବୋଲି କମ୍ପାନୀ ସୂଚନା ଦେଇଛି। ପୂର୍ବରୁ କମ୍ପାନୀ ଆକ୍ୟୁଲିଆ-୨୫୦ର ବଜାର ପ୍ରବେଶ କରାଇଥିଲା । ମାତ୍ର ଏହା ଆଶାନୁରୂପକ ସଫଳତା ପାଇ ନ ଥିଲା, ଏହାର ପ୍ରତି ବଦଳରେ କମ୍ପାନୀ ମିରାଜ୍-୨୫୦ ବାଇକର ବଜାର ପ୍ରବେଶ ପାଇଁ ସ୍ଥିର କରିଛି। ଏହି ବାଇକ ଉଭୟ ନୂଆ ଓ ପୁରୁଣା ମଡେଲରେ ନିର୍ମାଣ କରାଯାଇଛି। ମିରାଜ୍-୨୫୦ରେ ୧୫ଲିଟର ତେଲ ଟାଙ୍କି ବ୍ୟବସ୍ଥା ରହିଛିି।
ଏହି ବାଇକରେ ୨୫୦ସିସି ଇଞ୍ଜିନ, ୧୯ଇଞ୍ଚ ସମ୍ମୁଖ ଓ ୧୬ ଇଞ୍ଚ ପଛ ଚକ ରହିଛି। ଏହାବ୍ୟତୀତ ବାଇକରେ ୩୦୦ଏମଏମ ସମ୍ମୁଖ ଡିସ୍କ ବ୍ରେକ୍‍ ଏବଂ ଏବିଏସ୍‍ ଆଣ୍ଟି ଲକ୍‍ ବ୍ରେକିଂ ବ୍ୟବସ୍ଥା ରହିଛି। ଭାରତୀୟ ବଜାରରେ ଏହ ବାଇକର ମୂଲ୍ୟ ପ୍ରାୟ ୩ ଲକ୍ଷ ଟଙ୍କା ।

Leave A Reply