www.samajalive.in
Wednesday, December 10, 2025
16.1 C
Bhubaneswar

ରାଗିଂ ବେଳେ ଶୌଚାଳୟ ଚଟାଇଲେ, ୨୬ ମହଲାରୁ ଡେଇଁ ଜୀବନ ହାରିଲେ ନାବାଳକ ଛାତ୍ର

ସମାଜ ଡିଜିଟାଲ ଡେସ୍କ: ରାଗିଂ ଏକ ବ୍ୟାଧିରେ ପରିଣତ ହୋଇଛି। ଯେତେ କଠୋର ଆଇନ ଆସିଲେ ବି ଏହାକୁ ରୋକିବାରେ ସରକାର ବିଫଳ ହୋଇଛନ୍ତି। ଯାହା ଫଳରେ ଜଣକ ପରେ ଜଣେ ଛାତ୍ର ଜୀବନ ହାରୁଛନ୍ତି। ଏମିତି ଏକ ନିର୍ଯାତନା ଆଉ ଜଣେ ଛାତ୍ରଙ୍କ ଜୀବନ ନେଇଛି। ସହପାଠୀମାନେ ଜଣେ ଛାତ୍ରଙ୍କୁ ରାଗିଂ ସମୟରେ ଶୌଚାଳୟ ଚାଟିବାକୁ ବାଧ୍ୟ କରିଛନ୍ତି। ଯାହାକୁ ନେଇ ଛାତ୍ର ଜଣକ ଆତ୍ମହତ୍ୟା କରିଛନ୍ତି। ଏପରି ଏକ ସମ୍ବେଦନଶୀଳ ଘଟଣା ଘଟିଛି କେରଳରେ।

ସୂଚନା ଅନୁସାରେ, ଥିରୁଭାନନ୍ଥପୂରମର ହିଲ ପ୍ୟାଲେସ ଥାନା ଅଞ୍ଚଳର ଏକ ସ୍କୁଲରେ ସେହି ଅଞ୍ଚଳର ଜଣେ ଛାତ୍ର ପଢୁଥିଲେ। ହେଳେ ତାଙ୍କ ଶରୀରର ରଙ୍ଗକୁ ନେଇ ଅନ୍ୟ ଛାତ୍ରମାନେ ତାଙ୍କୁ ସର୍ବଦା ରାଗିଂ କରିଆସୁଥିଲେ। ଦିନକୁ ଦିନ ତାଙ୍କ ପ୍ରତି ଅତ୍ୟାଚାର ବଢ଼ି ଚାଲିଥିଲା। ଗୋଟିଏ ଦିଗ କିଛି ଛାତ୍ର ତାଙ୍କୁ ସ୍କୁଲ ଶୌଚାଳୟକୁ ନେଇଯାଇଥିଲେ। ସେଠାରେ ଶୌଚାଳକୁ ଚାଟିବାକୁ ତାଙ୍କୁ ବାଧ୍ୟ କରିଥିଲେ। ଏପରି କି କମୋଡ୍‌ ମଧ୍ୟରେ ତାଙ୍କ ମୁଣ୍ଡ ଭର୍ତ୍ତି କରାଇ ଟଏଲେଟକୁ ଫ୍ଲସ କରିଥିଲେ। ସେହିଦିନ ଅପରାହ୍ନ ପ୍ରାୟ ୨ଟା ୪୫ରେ ୧୫ ବର୍ଷୀୟ ଛାତ୍ର ଜଣକ ଘରକୁ ଫେରି ଘଟଣା ବିଷୟରେ ନିଜ ମା’ଙ୍କୁ ଜଣାଇଥିଲେ। ଏହାର କିଛି ସମୟ ପରେ ଅର୍ଥାତ ଅପରାହ୍ନ ପ୍ରାୟ ୩ଟା ୫୦ରେ ସେ ରହୁଥିବା ଆପାର୍ଟମେଣ୍ଟର ୨୬ ମହଲାରୁ ଡେଇଁ ଆତ୍ମହତ୍ୟା କରିଥିଲେ।

- Advertisement -

ଘଟଣା ସମ୍ପର୍କରେ ଛାତ୍ରଙ୍କ ମା’ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏତଲା ରୁଜୁ କରି ତଦନ୍ତ ଚଳାଇଛି। ତା’ ସହିତ ଶିଶୁ ଆୟୋଗରେ ଅଭିଯୋଗ କରି ତାଙ୍କ ପୁଅ ପ୍ରତି ହୋଇଥିବା ଅତ୍ୟାଚାରର ତଦନ୍ତ ପାଇଁ ନିବେଦନ କରିଛନ୍ତି।

Hot this week

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

ଯୁକ୍ତଦୁଇ ନାମଲେଖାରୁ ବଞ୍ଚିତ ପିଲାଙ୍କୁ ସୁଯୋଗ ପ୍ରଦାନ : ଆଜିଠୁ ୧୪ ଯାଏ ଆବେଦନ

ଭୁବନେଶ୍ବର: ବିଦ୍ୟାଳୟ ବାହାରେ ଥିବା ପିଲାଙ୍କୁ ଶିକ୍ଷା ବ୍ୟବସ୍ଥାର ସାମିଲ ଉଦ୍ୟମ...

ମିଳିଲା ମହିଳାଙ୍କ କଟାମୁଣ୍ଡ

ମାଲକାନଗିରି : କନ୍ୟା ଆଶ୍ରମ ନିକଟ ପୋଟେରୁ ନଦୀକୂଳରୁ ମିଳିଲା କଟାମୁଣ୍ଡ।...

ସୁନା ଓ ରୂପା ଏତିକି ଟଙ୍କା ହେଲା ଶସ୍ତା

ସମାଜ ଡିଜିଟାଲ ଡେସ୍କ: ସୁନା ଓ ରୂପା ମୂଲ୍ୟରେ ସାମାନ୍ୟ ହ୍ରାସ...

Related Articles

Popular Categories